କଂଗ୍ରେସରୁ ନିଲମ୍ବିତ ହେଲେ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳ
ଭୁବନେଶ୍ୱର : କଂଗ୍ରେସ ଦଳରୁ ନିଲମ୍ବିତ ହେଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ସେହିପରି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍ପେଣ୍ଡ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍ପେଣ୍ଡ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି ବୋଲି ଜଣାପଡ଼ିଛି ।

ଦଳ ବିରୋଧୀ କାର୍ଯ୍ୟ ନେଇ ଉଭୟଙ୍କ ନାମରେ ଅଭିଯୋଗ ହୋଇଥିଲା । ଦଳର ପିସିସି ଶରତ ପଟ୍ଟନାୟକ ଏନେଇ ଅଭିଯୋଗ କରିଥିଲେ । ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଉଭୟଙ୍କୁ ନିଲମ୍ବିତ କରାଯାଇଛି ବୋଲି ଜଣାପଡ଼ିଛି ।
ଏଆଇସିସିର କାର୍ଯ୍ୟାନୁଷ୍ଠାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମର ପ୍ରତିନିଧିଙ୍କ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏଆଇସିସି ଯାହା ପଦକ୍ଷେପ ନେଇଛି, ତାହାକୁ ଆମେ ଗ୍ରହଣ କରୁଛୁ । କଂଗ୍ରେସ ଏକ ହୋଇକି ଅଛି, ସର୍ବାଦା ଏକ ହୋଇ ରହିବ ।
ଆପଣଙ୍କୁ କହି ରଖୁଛୁ, ମେ 8 ତାରିଖରେ ସୂଚନା ଭବନରେ 'ଜାନକୀ-ବସନ୍ତ ଯୋଡ଼ି, ଓଡ଼ିଶାରେ ସୁବର୍ଣ୍ଣ ଯୁଗ' ଯୋଡ଼ି କାର୍ଯ୍ୟକ୍ରମରେ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ସମସ୍ତେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଭାବୁଥିବା କହିଥିଲେ । ଏପରିକି ଝାରସୁଗୁଡ଼ା ଉପନିର୍ବାଚନରେ ଦଳର ପ୍ରାର୍ଥୀ ଚୟନ ଏବଂ ପ୍ରଚାରକୁ ନେଇ ଚିରଞ୍ଜୀବ ବିଶ୍ୱାଳ ପ୍ରଶ୍ନ କରିଥିଲେ ।
2019 ସାଧାରଣ ନିର୍ବାଚନ ପରଠୁ ଚିରଞ୍ଜିବୀ ନିଜକୁ ଦଳୀୟ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିଲେ । ମୋକିମ୍ ବିଭିନ୍ନ ସମୟରେ ଦଳୀୟ ନିଷ୍ପତ୍ତିକୁ ଅବମାନନା କରୁଥିଲେ । ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳୀୟ ହ୍ୱିପ୍ କୁ ମଧ୍ୟ ଅମାନ୍ୟ କରିଥିଲ ବିଧାୟକ ମୋକିମ୍ । ସେତେବେଳେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ ।












Click it and Unblock the Notifications