Get Updates
Get notified of breaking news, exclusive insights, and must-see stories!

ଗଣତନ୍ତ୍ରର ମହାପର୍ବ : କୋଟିପତି ପ୍ରାର୍ଥୀଙ୍କୁ ହରାଇଲେ କୁଡ଼ିଆରେ ରହୁଥିବା CPI ପ୍ରାର୍ଥୀ

କୁଦୁଭାକୁଡ଼ି ଗ୍ରାମର ବାସିନ୍ଦା ମାରିମୁଥୁ ଜଣେ ଅତି ଗରିବ ପରିବାରର ସଦସ୍ୟ । ଯିଏକି 2021 ବିଧାନସଭା ନିର୍ବାଚନରେ ସିପିଆଇ ତରଫରୁ ପ୍ରାର୍ଥୀପତ୍ର ଦାଖଲ କରି DMK ଗଠବନ୍ଧନ ତରଫରୁ ଲଢି AIDMKର ସୁରେଶ କୁମାରଙ୍କୁ 29 ହଜାର 102 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ଚେନ୍ନାଇ : ଗଣତନ୍ତ୍ରର ମହାପର୍ବରେ ଜନ ମତାଦେଶ ହିଁ ଗ୍ରହଣୀୟ । ଏହି ମହାନ ପର୍ବରେ ଜନତା ହିଁ ଜନାର୍ଦ୍ଦନ । ଜନତାଙ୍କ ମତ ଯାହା ସପକ୍ଷରେ ସେ ହିଁ ହେବେ ଜନ ପ୍ରତିନିଧି । ଅର୍ଥବଳ ଥାଇ ଜନ ପ୍ରତିନିଧି ହେବା ସମ୍ଭବ ଏହା ଭୁଲ ପ୍ରମାଣିତ ହୋଇଛି ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ।

ଆମେ କହୁଛୁ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଲଢିଥିବା ସିପିଆଇ ପ୍ରାର୍ଥୀ କେ ମାରିମୁଥୁଙ୍କ ବିଷୟରେ । ଥିରୁଭାରୁର ଜିଲ୍ଲାର ଥିରୁଥୁରାଇପୋଣ୍ଡି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିବା ମାରିମୁଥୁ AIDMKର କୋଟିପତି ପ୍ରାର୍ଥୀ ସୁରେଶ କୁମାରଙ୍କୁ ପରାସ୍ତ କରିଛନ୍ତି ।

K Marimuthu

କୁଦୁଭାକୁଡ଼ି ଗ୍ରାମର ବାସିନ୍ଦା ମାରିମୁଥୁ ଜଣେ ଅତି ଗରିବ ପରିବାରର ସଦସ୍ୟ । ଯିଏକି 2021 ବିଧାନସଭା ନିର୍ବାଚନରେ ସିପିଆଇ ତରଫରୁ ପ୍ରାର୍ଥୀପତ୍ର ଦାଖଲ କରି DMK ଗଠବନ୍ଧନ ତରଫରୁ ଲଢି AIDMKର ସୁରେଶ କୁମାରଙ୍କୁ 29 ହଜାର 102 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ମାରିମୁଥୁ 95 ହଜାର 785 ଖଣ୍ଡ ଭୋଟ୍ ପାଇଥିବା ବେଳେ ସୁରେଶ କୁମାର ପାଇଛନ୍ତି 66 ହଜାର 683 ଖଣ୍ଡ ଭୋଟ୍ ।

ମାରିମୁଥୁଙ୍କ ଆର୍ଥିକ ସ୍ଥିତି ଏତେ ଖରାପ ଯେ, ସେ ଗୋଟିଏ କୁଡ଼ିଆ ଘରେ ରହିବା ସହ ଏଲପିଜି ଭରିବାକୁ ମଧ୍ୟ ସେ ସକ୍ଷମ ନୁହଁନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ସେ ଦେଇଥିବା ତଥ୍ୟ ଅନୁସାରେ, ତାଙ୍କ ପତ୍ନୀଙ୍କ ନାମରେ 75 ସେଣ୍ଟ ଜମି ଥିବାବେଳେ ତାଙ୍କ ବ୍ୟାଙ୍କ ଖାତାରେ 58,156 ଟଙ୍କା ବ୍ୟତୀତ ତାଙ୍କ ପାଖରେ 3000 ଟଙ୍କା ନଗଦ ଥିଲା । ତାଙ୍କ ପତ୍ନୀଙ୍କ ପାଖରେ 1000 ଟଙ୍କା ଏବଂ ମୋଟ ସମ୍ପତ୍ତିର ମୂଲ୍ୟ 79,304 ଟଙ୍କା ରହିଛି ।

ସେ 1994 ମସିହାରୁ ସକ୍ରିୟ ରାଜନୀତିରେ ଥିବାବେଳେ ଦୁଇ ବର୍ଷ ପୂର୍ବେ ଘୂର୍ଣ୍ଣିବଳୟରେ 'ଗଜା'ରେ ତାଙ୍କ କୁଡ଼ିଆ ଘର ମଧ୍ୟ ଭାଙ୍ଗି ଯାଇଥିଲା । ଏହାକୁ ମରାମତି କରିବା ପାଇଁ ଏକ ଏନଜିଓ ମାଧ୍ୟମରେସେ 50,000 ଟଙ୍କା ପାଇଥିଲେ । କିନ୍ତୁ କୌତୁହଳପ୍ରଦ କଥା ହେଲା ଏହି ଟଙ୍କାକୁ ସେ ଗାଁର ଅନ୍ୟ ଜଣକୁ ଦେଇ ଦେଇଥିଲେ, ଯିଏକି ଜମି ପଟା ଅଭାବରୁ କ୍ଷତିପୂରଣ ପାଇବାକୁ ଅଯୋଗ୍ୟ ଥିଲେ ।

ମତଦାନ ପୂର୍ବରୁ ମରିମୁଥୁ ନିଶ୍ଚିତ କରିଥିଲେ ଯେ ଯଦି ସେ ଜିତନ୍ତି ତେବେ ସେ ଚାଷ ଜମିକୁ ସୁରକ୍ଷିତ କରିବା ସହ ନିର୍ବାଚନମଣ୍ଡଳୀରେ ନିଯୁକ୍ତି ସୁଯୋଗ ସୃଷ୍ଚି କରିବା ଦିଗରେ କାର୍ଯ୍ୟ କରିବେ ।

ହାଇଡ୍ରୋକାର୍ବନ୍ ପ୍ରକଳ୍ପ ସମେତ ଅନେକ ଆନ୍ଦୋଳନରେ ମାରିମଥୁ ନେତୃତ୍ୱ ନେଇଥିଲେ । ମାରିମୁଥୁ ଏକ ଦଶନ୍ଧି ଧରି ସିପିଆଇ କୋଟୁର ୟୁନିଅନର ସଭାପତି ମଧ୍ୟ ରହିଥିଲେ । ସୂଚନାଯୋଗ୍ୟ, ତିରୁଭୋରୁର ଜିଲ୍ଲାର ଏକ ସଂରକ୍ଷିତ ବିଭାଗ ଥିରୁଥୁରାଇପୋଣ୍ଡି, 1971 ପରଠାରୁ ସିପିଆଇ ସକ୍ରିୟ ରହି ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+