ମମତାଙ୍କ ସାଥ୍ ଦେଉଛି କି କଂଗ୍ରେସ ! ଭବାନୀପୁରରୁ ପ୍ରାର୍ଥୀ ଦେବ ନାହିଁ କଂଗ୍ରେସ ! ବଡ ଚେହେରା ଖୋଜୁଛି ବିଜେପି
କଂଗ୍ରେସ ଦଳ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରାର୍ଥୀ ନକରିବାକୁ ନିଷ୍ପତ୍ତି ନେଇଛି । ଯଦିଓ ଏହାର ଅଧିକାରୀକ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ, କିନ୍ତୁ ସୂତ୍ରରୁ ଜଣାପଡିଛି ଯେ ମମତାଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ କରିବ ନାହିଁ ।
କୋଲକାତା : ପଶ୍ଚିମବଙ୍ଗର ତିନୋଟି ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନରେ ଭବାନୀପୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ହେବାକୁ ଯାଉଛି, କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ରବିବାର ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା । ଗୋଟିଏ ପଟେ ବିଜେପି ମମତା ବାନାର୍ଜୀଙ୍କ ବିରୋଧରେ ଶକ୍ତିଶାଳୀ ପ୍ରାର୍ଥୀ ଖୋଜୁଥିବାବେଳେ କଂଗ୍ରେସ ଦଳ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରାର୍ଥୀ ନକରିବାକୁ ନିଷ୍ପତ୍ତି ନେଇଛି । ଯଦିଓ ଏହାର ଅଧିକାରୀକ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ, କିନ୍ତୁ ସୂତ୍ରରୁ ଜଣାପଡିଛି ଯେ ମମତାଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ କରିବ ନାହିଁ ।

ଆପଣଙ୍କୁ କହିରଖୁଛୁ ଯେ ବଙ୍ଗଳାରେ ତିନୋଟି ଆସନ ପାଇଁ ବିଧାନସଭା ଉପ ନିର୍ବାଚନ ହେବ, ଏଥିରେ ଭବାନୀପୁର ବ୍ୟତୀତ ମୁରସିଦାବାଦ ଜିଲ୍ଲାର ସମସେରଗଞ୍ଜ ଏବଂ ଜଙ୍ଗୀପୁର ବିଧାନସଭା ଆସନ ରହିଛି । ଏହି ଆସନଗୁଡିକ ପାଇଁ ସେପ୍ଟେମ୍ବର 30 ରେ ମତଦାନ ହେବ । ଏହାର ଫଳାଫଳ ଅକ୍ଟୋବର 3 ରେ ଘୋଷଣା କରାଯିବ । ରାଜ୍ୟ ନିର୍ବାଚନ ଆୟୋଗ ଶନିବାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି । ଏହା ପରେ ରବିବାର ଦିନ ଟିଏମସି ପକ୍ଷରୁ ମମତା ବାନାର୍ଜୀଙ୍କୁ ଭବାନୀପୁର ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।
ଭବାନୀପୁର ଆସନ ହେଉଛି ମମତା ବାନାର୍ଜୀଙ୍କ ପାରମ୍ପାରିକ ଆସନ ଏବଂ ସେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଆସୁଥିଲେ । କିନ୍ତୁ 2021 ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମରୁ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନରେ ହାରିଗଲେ । ନନ୍ଦିଗ୍ରାମ ପରି ଭବାନୀପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେପି ମଧ୍ୟ ଏକ ଶକ୍ତିଶାଳୀ ପ୍ରାର୍ଥୀ ସନ୍ଧାନରେ ରହିଛି, କାରଣ ଯଦି ମମତା ଏଠାରୁ ନିର୍ବାଚନରେ ହାରି ଯାଆନ୍ତି, ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ହେବ ।
ଆପଣଙ୍କୁ କହିରଖୁଛୁ ଯେ ବିଧାନସଭା ନିର୍ବାଚନ ସମୟରେ ରୁଦ୍ରନୀଲ ଘୋଷ ଭବନପୁର ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଏବଂ ଟିଏମସି ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା । ଶୋଭାନ୍ଦେବଙ୍କ ଠାରୁ ରୁଦ୍ରନୀଲ ଘୋଷ ପରାସ୍ତ ହୋଇଥିଲେ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications