ରାଷ୍ଟ୍ରପତି ନିର୍ବାଚନ ନେଇ ମମତା ବାନାର୍ଜୀ ଡକାଇଥିବା ବୈଠକରେ ସାମିଲ ହେବ କଂଗ୍ରେସ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷା ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା ପାଇଁ ଡକାଯାଇଥିବା ବିରୋଧୀ ସଭାରେ କଂଗ୍ରେସ ମଧ୍ୟ ଅଂଶଗ୍ରହଣ କରିବ ।

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷା ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା ପାଇଁ ଡକାଯାଇଥିବା ବିରୋଧୀ ସଭାରେ କଂଗ୍ରେସ ମଧ୍ୟ ଅଂଶଗ୍ରହଣ କରିବ । ଦିଲ୍ଲୀର ସମ୍ବିଧାନ କ୍ଲବରେ ମମତା ବାନାର୍ଜୀ ଜୁନ୍ 15 ରେ ଅପରାହ୍ନ 3 ଟାରେ ଏହି ବୈଠକ ଡାକିଛନ୍ତି । ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ଏହି ବୈଠକରେ କଂଗ୍ରେସର ତିନିଜଣ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ, ଜୟରାମ ରମେଶ ଏବଂ ରଣଦୀପ ସିଂହ ସୁରଜେୱାଲା ଅଂଶଗ୍ରହଣ କରିବେ ।

congress

ବିରୋଧୀ ଦଳର ନେତାଙ୍କ ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଉପସ୍ଥିତ ରହିବେ ବୋଲି କୁହାଯାଉଛି । ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଶରଦ ପାୱାରଙ୍କୁ ବିରୋଧୀଦଳ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି । ବୈଠକରେ ଶରଦ ପାୱାରଙ୍କ ସାମ୍ନାରେ ତାଙ୍କୁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ କରିବା ପାଇଁ ପ୍ରସ୍ତାବ ଦିଆଯାଇପାରେ ।

ଜୁନ୍ 11 ରେ, ମମତା ବାନାର୍ଜୀ 22 ଜଣ ବିରୋଧୀଦଳର ନେତାଙ୍କୁ ଏକ ଚିଠି ଲେଖି ଆସନ୍ତା ଜୁନ୍ 15 ରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗଦେଇ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ବିଷୟରେ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି । ମମତା ବାନାର୍ଜୀ ଏହି ସଭା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଅଣ ଏନଡିଏ ଦଳର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ସମସ୍ତ ବଡ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଟିଏମସି ପକ୍ଷରୁ କୁହାଯାଇଛି ଯେ ଏହି ବୈଠକରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ମିଳିତ ରଣନୀତି ପ୍ରସ୍ତୁତ କରିବା ଉପରେ ଆଲୋଚନା ହେବ ।

ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ପାଇଁ ନିର୍ବାଚନ ଅପ୍ରେଲ 18 ରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁଲାଇ 21 ରେ ଘୋଷଣା କରାଯିବ । ଭାରତର ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ 24 ରେ ଶେଷ ହେବ । ଜୁନ୍ 15 ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ । ଜୁନ୍ 29 ପର୍ଯ୍ୟନ୍ତ ଏଥିପାଇଁ ନାମାଙ୍କନପତ୍ର ପ୍ରସ୍ତୁତ କରାଯାଇପାରିବ । ଏହା ପରେ 18 ଜୁଲାଇରେ ମତଦାନ ହେବ ବୋଲି ନିର୍ବାଚନ କମିଶନ ପ୍ରକାଶ କରିସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+