Get Updates
Get notified of breaking news, exclusive insights, and must-see stories!

କର୍ଣ୍ଣାଟକରେ ଶାସନ ଗାଦିରେ ବସିବ କଂଗ୍ରେସ, 100 ଆସନ ତଳକୁ ଖସିବ ବିଜେପି - ସର୍ଭେ

ର୍ଭେ ଅନୁସାରେ ରାଜ୍ୟରେ ବିଜେପିକୁ 77 ରୁ 83 ଟି ଆସନ ମିଳୁଥିବା ବେଳେ କଂଗ୍ରେସକୁ 116 ରୁ 122 ଟି ଆସନ ମିଳିପାରେ ବୋଲି କୁହାଯାଇଛି । ସେହିପରି ଜେଡିଏସ୍ 21 ରୁ 27 ସିଟ୍ ଜିତିବା ନେଇ ଜଣାପଡ଼ିଛି ।

Karnataka assembly election

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ରାଜନୈତିକ ମାହୋଲ ସେତେ ଗରମ ହେବାରେ ଲାଗିଛି । ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ରାଜ୍ୟର ଶାସନ ଭାର ହାତକୁ ନେବାକୁ ଜୋରସୋରରେ ଲାଗିପଡ଼ିଛନ୍ତି । ଏହି ସମୟରେ ଏଜେନ୍ସିଗୁଡ଼ିକ ମଧ୍ୟ ରାଜ୍ୟରେ ପ୍ରାକ୍ ନିର୍ବାଚନୀ ସର୍ଭେ କରିବା ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ୍ ଏକ ନୂତନ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଲୋକ ପୋଲ୍ ଏଜେନ୍ସି କରିଥିବା ସର୍ଭେରେ କର୍ଣ୍ଣାଟକରେ ବିଜେପି ହାତରୁ ସରକାର ଯିବା ନେଇ ଜଣାପଡ଼ିଛି । ଏପରିକି ରାଜ୍ୟରେ କଂଗ୍ରେସ ପୁଣି ସରକାର ଗଠନ କରିବା ନେଇ ଦାବି କରାଯାଇଛି । ତେବେ ଆସନ୍ତୁ ଜାଣିବା ସର୍ଭେ ରିପୋର୍ଟ ଅନୁସାରେ କେଉଁ ଦଳକୁ ମିଳିବ କେତେ ଆସନ...

ଲୋକ ପୋଲ୍ ସର୍ଭେ ଏଜେନ୍ସି ଦୁଇ ମାସ ଧରି ଲୋକଙ୍କ ନିକଟକୁ ଯାଇ ନିର୍ବାଚନୀ ମାହୋଲ ଜାଣିବାକୁ ଚେଷ୍ଟା କରିଛି । 224 ନିର୍ବାଚନମଣ୍ଡଳୀରେ 45,000 ଲୋକଙ୍କ ମୁଡ୍ ଜାଣିବାକୁ ଚେଷ୍ଟା କରାଯାଇଛି । ସର୍ବେକ୍ଷଣର ଫଳାଫଳ ଏପରି ଆସିଛି, ଯାହାକି ଆଶ୍ଚର୍ଯ୍ୟଜନକ ରହିଛି ।

କାହାକୁ ମିଳଇବ କେତେ ଆସନ ?

ଏହି ସର୍ଭେ ଅନୁସାରେ ରାଜ୍ୟରେ ବିଜେପିକୁ 77 ରୁ 83 ଟି ଆସନ ମିଳୁଥିବା ବେଳେ କଂଗ୍ରେସକୁ 116 ରୁ 122 ଟି ଆସନ ମିଳିପାରେ ବୋଲି କୁହାଯାଇଛି । ସେହିପରି ଜେଡିଏସ୍ 21 ରୁ 27 ସିଟ୍ ଜିତିବା ନେଇ ଜଣାପଡ଼ିଛି । ଅନ୍ୟମାନେ ଗୋଟିଏରୁ ଚାରି ସିଟ୍ ଜିତିବେ ବୋଲି ପୂର୍ବାନୁମାନ କରାଯାଇଛି ।

ବିଜେପିକୁ 33 ରୁ 36 ପ୍ରତିଶତ ଭୋଟ୍ ମିଳିବା ନେଇ ଆଶା କରାଯାଉଥିବାବେଳେ କଂଗ୍ରେସ 39 ରୁ 42 ପ୍ରତିଶତ ଭୋଟ୍ ପାଇପାରେ । ଦେବ ଗୌଡାଙ୍କ ଦଳ 15 ରୁ 18 ପ୍ରତିଶତ ଭୋଟ୍ ପାଇବା ନେଇ ଆକଳନ କରାଯାଇଛି । ଅନ୍ୟମାନେ ଏକରୁ ନଅ ପ୍ରତିଶତ ଭୋଟ୍ ପାଇବେ ବୋଲି ଆଶା କରାଯାଉଛି ।

ବିଜେପି ଆସନ କମିବାର କଣ ରହିଛି କାରଣ ?

  • ସରକାରଙ୍କ ଉପରେ ଦୁର୍ନୀତି, ବେରୋଜଗାରୀ ବୃଦ୍ଧି, ମୁଦ୍ରାସ୍ଫୀତି ଏବଂ ଧୀର ଅଭିବୃଦ୍ଧି ଦଳ ପାଇଁ ଅଡ଼ୁଆ ହୋଇପାରେ ।
  • ବିଭିନ୍ନ ଜାତିର ଅନେକ ସଂରକ୍ଷଣ ଦାବି ମଧ୍ୟ ଦଳ ବିରୁଦ୍ଧରେ ଅସନ୍ତୋଷ ସୃଷ୍ଟି କରିଛି ।
  • କଂଗ୍ରେସ ଏବଂ ଜେଡିଏସର କଲ୍ୟାଣକାରୀ ପ୍ରତିଶ୍ରୁତି ଲୋକଙ୍କୁ ମନାଇବାରେ ସଫଳ ହୋଇପାରେ ।
  • ବିଜେପିରେ ଦଳ ମୁଖ୍ୟ ଚେହେରା ଅଭାବ ଦଳକୁ କ୍ଷତି ପହଞ୍ଚାଉଛି ଏବଂ ୟେଦୁରୁପ୍ପାଙ୍କ ଅନୁପସ୍ଥିତି ମଧ୍ୟ ଏକ କାରଣ ପାଲଟିଛି ।
  • ଯଦିଓ ମୋଦୀ ଏକ କାରଣ ହୋଇ ରହିଛନ୍ତି, ତଥାପି ଲୋକମାନେ ବିଶ୍ୱାସ କରନ୍ତି ଯେ ରାଜ୍ୟ-କେନ୍ଦ୍ର ପ୍ରସଙ୍ଗ ନିର୍ବାଚନକୁ ଆଗେଇ ନେବ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+