Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ମୋଦୀ-ଅମିତ ଶାହାଙ୍କ ବିରୋଧରେ ନିର୍ବାଚନ କମିଶନ ନିକଟରେ ଅଭିଯୋଗ କରିବ କଂଗ୍ରେସ

ଗୁଜରାଟ ବିଧାନସଭା ନିର୍ବାଚନରେ ଭୋଟ୍ ଦେବା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଆଚରଣ ବିଧି ଉଲଙ୍ଘନ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଗାନ୍ଧୀନଗର : ଗୁଜରାଟ ବିଧାନସଭା ନିର୍ବାଚନରେ ଭୋଟ୍ ଦେବା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଆଚରଣ ବିଧି ଉଲଙ୍ଘନ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ମୁଖପାତ୍ର ପୱନ ଖେଡା କହିଛନ୍ତି ଯେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ପ୍ରଚାରକ ବିଜେପି ନିର୍ବାଚନ ଆୟୋଗର ନିୟମ ଭାଙ୍ଗିଛି । ଯେଉଁଥି ପାଇଁ କଂଗ୍ରେସ ନିର୍ବାଚନ ଆୟୋଗରେ ଅଭିଯୋଗ କରିବ ।

modi - shah

କଂଗ୍ରେସ ମୁଖପାତ୍ର ପବନ ଖେଡ଼ା ଅଭିଯୋଗ କରିଛନ୍ତି ଯେ ଗୁଜରାଟର ସାଂସଦଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଚାର ଏବଂ କଥାବାର୍ତ୍ତା ବେଳେ ବିଜେପିର ସ୍ଲୋଗାନ ଦେଉଥିବାର ନଜର ଆସିଛନ୍ତି । ସେ କହିଛନ୍ତି ଯେ ମତଦାନ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଭୋଟ୍ ଦେବାବେଳେ ଅଢେଇ ଘଣ୍ଟା ରୋଡ୍ ସୋ କରିଥିଲେ । ଏହା ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅପିଲ୍ କରିବ କଂଗ୍ରେସ । ଏଥିରୁ ଜଣାପଡିଛି ଯେ ନିର୍ବାଚନ ଆୟୋଗ ସ୍ବେଚ୍ଛାକୃତ ଭାବେ ଚାପରେ ଅଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଉଭୟ ଅହମ୍ମଦାବାଦର ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଭୋଟ୍ ଦେବା ପାଇଁ ଅହମ୍ମଦାବାଦର ନିଶାନ୍ ପବ୍ଲିକ୍ ସ୍କୁଲ୍ ରାନିପକୁ ଯିବା ବାଟରେ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି । ବିଜେପି ଉପରେ ଅଭିଯୋଗ କରି କଂଗ୍ରେସ ନେତା ପୱନ ଖେଡା କହିଛନ୍ତି, "ଆମ ଆଦିବାସୀ ନେତା ତଥା ଦାନ୍ତାର ବିଧାୟକ ନିର୍ବାଚନ ଆୟୋଗ ନିକଟରେ ସୁରକ୍ଷା ଦାବି କରିଛନ୍ତି । କିନ୍ତୁ ଆୟୋଗ ଏହାର କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ଏବଂ ପରେ ତାଙ୍କୁ 24 ଜଣ ବିଜେପି ଗୁଣ୍ଡା ଆକ୍ରମଣ କରିଥିଲେ । ଗୁଜୁରାଟରେ ବିଜେପି ମଦ ବାଣ୍ଟିଥିଲା । ସେଠାରେ ମଦ ନିଷେଧ ହୋଇଥିଲେ ମଧ୍ୟ ନିର୍ବାଚନ ଆୟୋଗ ଏହା ଉପରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+