ରାହୁଲ ଗାନ୍ଧୀଙ୍କ ସମର୍ଥନରେ ସାରା ଦେଶରେ ସଂକଳ୍ପ ସତ୍ୟାଗ୍ରହ କରିବ କଂଗ୍ରେସ

ନୂୀଆଦିଲ୍ଲୀ : 'ମୋଦୀ ସରନେମ୍' ବିବାଦରେ ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୁଇ ବର୍ଷ ଦଣ୍ଡିତ କରିଛନ୍ତି ଏବଂ ଏହା ପରେ ସେ ଲୋକସଭାର ସଦସ୍ୟତା ହରାଇଛନ୍ତି । ଏଥିରେ କଂଗ୍ରେସ ଅଭିଯୋଗ କରିଛି ଯେ ମୋଦୀ ସରକାର ରାହୁଲଙ୍କ ଖ୍ୟାତିକୁ ଡରୁଛନ୍ତି, ତେଣୁ ସେମାନେ ଚାପ ପ୍ରୟୋଗ କରି ରାହୁଲଙ୍କ ସାଂସଦ ପଦ ରଦ୍ଦ ବନ୍ଦ କରି ଦେଇଛନ୍ତି । ଯେଉଁଥି ପାଇଁ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଶନିବାର ରାହୁଲଙ୍କ ସମର୍ଥନରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହୋଇଥିବାବେଳେ ରବିବାର ପାଇଁ ମଧ୍ୟ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି ।
କଂଗ୍ରେସ ନେତା କେସି ଭେନୁଗୋପାଲଙ୍କ ଅନୁଯାୟୀ ଆସନ୍ତାକାଲି (ରବିବାର) ତାଙ୍କ ଦଳ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି । ସକାଳ 10 ଟାରୁ ସଂକଳ୍ପ ସତ୍ୟାଗ୍ରହ ଆରମ୍ଭ ହେବ । ତାଙ୍କ କହିବାନୁସାରେ, ସମଗ୍ର ଭାରତରେ କଂଗ୍ରେସ କର୍ମୀ ଅଛନ୍ତି, ତେଣୁ ସଂକଳ୍ପ ସତ୍ୟଗ୍ରାହ ସମସ୍ତ ରାଜ୍ୟ ମୁଖ୍ୟାଳୟରେ ଏବଂ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ କରାଯିବ । ଏଥିପାଇଁ ଦଳ ସମସ୍ତ ରାଜ୍ୟ ୟୁନିଟକୁ ନିର୍ଦ୍ଦେଶ ଦେଇଛନ୍ତି ।
କଂଗ୍ରେସ କର୍ମୀମାନେ ଶନିବାର ଦିନ ରାହୁଲ ଗାନ୍ଧୀ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଯୁବ କଂଗ୍ରେସ କର୍ମୀମାନେ ଚଣ୍ଡିଗଡ଼ ରେଳ ଷ୍ଟେସନରେ ଶତାବ୍ଦୀ ଏକ୍ସପ୍ରେସକୁ ଅଟକାଇଥିଲେ । ମୋଦୀ ସରକାରଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ । ଅନ୍ୟପକ୍ଷରେ ରାହୁଲ ୱାୟାନାଡ ଆସନରୁ ସାଂସଦ ଥିଲେ, ଏଭଳି ପରିସ୍ଥିତିରେ କଂଗ୍ରେସ କର୍ମୀମାନେ ସେଠାରେ ଦିନସାରା ବିରୋଧ ପ୍ରଦର୍ଶନ କରିଥିଲେ । ଘଟଣାର ଗମ୍ଭୀରତାକୁ ଦେଖି କେରଳ ପୋଲିସ ଆଗରୁ ସୁରକ୍ଷା ବ୍ୟବସ୍ଥା କରିଥିଲା ।
ସଦସ୍ୟତା ଛାଡିବା ପରେ ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ସେ ବିଜେପି ଏବଂ ମୋଦୀ ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ । ତାଙ୍କ ସ୍ୱରକୁ ଚାପିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ତଥାପି ସେ ସେ ପ୍ରଶ୍ନ ପଚାରିବେ ବୋଲି କହିଛନ୍ତି ରାହୁଲ । ବିଜେପିର ଅଭିଯୋଗ ଉପରେ ସେ କହିଛନ୍ତି ଯେ ଭାରତ ଯୋଡା ଯାତ୍ରା ଉପରେ ମୋର କୌଣସି ଭାଷଣକୁ ଦେଖ, ମୁଁ ସବୁବେଳେ କହିଛି ଯେ ସମସ୍ତ ସମାଜ ଏକ । କୌଣସି ଘୃଣା, ହିଂସା ହେବା ଉଚିତ୍ ନୁହେଁ । ଏହା ଓବିସିର ବିଷୟ ନୁହେଁ, ଏହା ନରେନ୍ଦ୍ର ମୋଦୀ ଏବଂ ଆଦାନୀଙ୍କ ମଧ୍ୟରେ ସମ୍ପର୍କର ବିଷୟ । ଧ୍ୟାନକୁ ବିଭ୍ରାନ୍ତ କରିବା ପାଇଁ ବିଜେପି କାମ କରେ, ବେଳେବେଳେ ଏହା ଓବିସି ବିଷୟରେ କହିବ, କେବେ ବିଦେଶ ବିଷୟରେ କହିବ ।












Click it and Unblock the Notifications