2024 ରେ ମୋଦୀ-ଶାହା ଯୋଡିକୁ କିପରି ଟକ୍କର ଦେବ କଂଗ୍ରେସ ? ଯୋଜନା କରିବାକୁ ଟାସ୍କଫୋର୍ସର ବୈଠକ
କଂଗ୍ରେସର ନୂତନ ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ନେତୃତ୍ୱରେ 2024 ଲୋକସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୋମବାର ପ୍ରଥମ ବୈଠକ ହେବ । ଖାଡ଼ଗେ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଏହା ଟାସ୍କଫୋର୍ସର ପ୍ରଥମ ବୈଠକ ହେବ ।
ନୂଆଦିଲ୍ଲୀ : କଂଗ୍ରେସର ନୂତନ ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ନେତୃତ୍ୱରେ 2024 ଲୋକସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୋମବାର ପ୍ରଥମ ବୈଠକ ହେବ । ଖାଡ଼ଗେ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଏହା ଟାସ୍କଫୋର୍ସର ପ୍ରଥମ ବୈଠକ ହେବ । ଏହି ସମୟ ମଧ୍ୟରେ, ନିର୍ବାଚନ ରଣନୀତି ଗୋଷ୍ଠୀର ସଦସ୍ୟମାନେ ନୂତନ ଅଧ୍ୟକ୍ଷଙ୍କୁ ଟାସ୍କଫୋର୍ସର କାର୍ଯ୍ୟ ଏବଂ 2024 ନିର୍ବାଚନ ପାଇଁ ଯୋଜନା ବିଷୟରେ ଅବଗତ କରାଇବେ ।

ଆପଣଙ୍କୁ କହିରଖୁଛୁ ଯେ ଏହି ବୈଠକ ଦଳ ପକ୍ଷରୁ ଡକାଯାଇଛି ଯାହା ଦ୍ୱାରା 2024 ନିର୍ବାଚନ ପାଇଁ ପ୍ରସ୍ତୁତି ବର୍ତ୍ତମାନଠାରୁ ଆରମ୍ଭ ହୋଇପାରିବ ଏବଂ ମୋଦୀ-ଶାହା ଯୋଡିଙ୍କୁ ଚ୍ୟାଲେଞ୍ଜ କରାଯାଇପାରିବ ।
ଟାସ୍କଫୋର୍ସରେ ସଦସ୍ୟ ଭାବେ ପି ଚିଦାମ୍ବରମ୍, ମୁକୁଲ ୱାସନିକ୍, ଜୟରାମ ରମେଶ, କେସି ଭେନୁଗୋପାଲ, ଅଜୟ ମାକେନ୍, ରଣଦୀପ ସୁରଜେୱାଲା, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସୁନୀଲ କାନୁଙ୍ଗୁଲୁ ସାମିଲ ଅଛନ୍ତି । ସୂଚନାଯୋଗ୍ୟ, ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଅପ୍ରେଲରେ ଉଦୟପୁର ସମ୍ମିଳନୀରେ ଟାସ୍କଫୋର୍ସ ଗଠନ କରିଥିଲା । ଏହି ଟାସ୍କଫୋର୍ସର ମୁଖ୍ୟ କାର୍ଯ୍ୟ ହେଉଛି 2024 ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟ କରିବା ।
2024 ନିର୍ବାଚନକୁ ଦୃଷ୍ଟିରେ ରଖି 8 ଜଣିଆ କମିଟିର ରିପୋର୍ଟ ପରେ କଂଗ୍ରେସ ଟାସ୍କଫୋର୍ସ ଗଠନ କରିଥିଲା । କଂଗ୍ରେସର 24 ବର୍ଷ ଇତିହାସରେ ଏହା ପ୍ରଥମ ଥର ଦଳ ଅଣ-ଗାନ୍ଧୀ ପରିବାରରୁ କଂଗ୍ରେସ ଅଧ୍ୟକ୍ଷ ପାଇଛି । ଏହା ପରେ ଖାଡ଼ଗେ 2024 ଲୋକସଭା ନିର୍ବାଚନରେ ବିଜେପି କୁ ଟକ୍କର ଦେବାକୁ କାମ କରିବା ଆରମ୍ଭ କରିଦେଇଛନ୍ତି ।












Click it and Unblock the Notifications