Get Updates
Get notified of breaking news, exclusive insights, and must-see stories!

'ଭାରତ ଭାଙ୍ଗୁଥିବା ଲୋକ ବିଦେଶରୁ ଚିତା ଆଣୁଛନ୍ତି'

ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବିବୃତ୍ତିରେ ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପାଲଟା ଜବବା ଦେଇଛନ୍ତି । ଚିତା ସହିତ ନିଜର ଏକ ପୁରୁଣା ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ଶାସନରେ ନିରନ୍ତରତାକୁ ପ୍ରଧାନମନ୍ତ୍ରୀ କ୍ୱଚିତ୍ ଗ୍ରହଣ କରନ୍ତି ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଅଣାଯାଇଥିବା ଆଠଟି ଚିତାକୁ ମୁକ୍ତ କରିଛନ୍ତି । ଭାରତୀୟ ବାୟୁସେନା ହେଲିକପ୍ଟର ସାହାଯ୍ୟରେ କୁନୋ ଜାତୀୟ ଉଦ୍ୟାନକୁ ଆଠଟି ଚିତା ଅଣାଯାଇଥିଲା । ଏଥି ସହ ଚିତାବାଘ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ଏହି କାର୍ଯ୍ୟକ୍ରମକୁ 'ଭାରତ ଯୋଡୋ ଯାତ୍ରା' ମଧ୍ୟରେ 'ପ୍ରଧାନମନ୍ତ୍ରୀ ମୋଦୀଙ୍କ ତମାସା' ବୋଲି କହିଛି ।

jairam ramesh

ବାସ୍ତବରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବିବୃତ୍ତିରେ କହିଛନ୍ତି, 'ଦୁର୍ଭାଗ୍ୟଜନକ ଯେ ଆମେ 1952 ମସିହାରେ ଦେଶରୁ ଚିତା ବିଲୁପ୍ତ ହୋଇ ଘୋଷଣା କରିଥିଲୁ, କିନ୍ତୁ ଦଶନ୍ଧି ଧରି ସେଗୁଡିକର ପୁନରୁଦ୍ଧାର ପାଇଁ କୌଣସି ପ୍ରୟାସ କରାଯାଇ ନଥିଲା । ଆଜି, ସ୍ୱାଧୀନତାର ଅମୃତକାଳରେ ବର୍ତ୍ତମାନ ଦେଶ ନୂତନ ଶକ୍ତି ସହିତ ଚିତାକୁ ପୁନଃ ଥଇଥାନ କରିବା ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଦଶନ୍ଧି ପୂର୍ବରୁ ଭାଙ୍ଗିଯାଇଥିବା ଜୈବ ବିବିଧତାର ପୁରୁଣା ଲିଙ୍କକୁ ଆଜି ଆମେ ପୁନଃ ସଂଯୋଗ କରିବାର ସୁଯୋଗ ପାଇଛୁ । ଆଜି ଚିତା ଭାରତର ମାଟିକୁ ଫେରିଛି ।

ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବିବୃତ୍ତିରେ ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପାଲଟା ଜବବା ଦେଇଛନ୍ତି । ଚିତା ସହିତ ନିଜର ଏକ ପୁରୁଣା ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ଶାସନରେ ନିରନ୍ତରତାକୁ ପ୍ରଧାନମନ୍ତ୍ରୀ କ୍ୱଚିତ୍ ଗ୍ରହଣ କରନ୍ତି । ଚିତା ପ୍ରୋଜେକ୍ଟ ପାଇଁ 25.04.2010 ରେ କେପଟାଉନ୍ ଗସ୍ତ ବିଷୟରେ ଉଲ୍ଲେଖ ନକରିବା ହେଉଛି ଏହାର ନୂତନ ଉଦାହରଣ । ଆଜି ପ୍ରଧାନମନ୍ତ୍ରୀ ଏକ ଅନାବଶ୍ୟକ ତମାସା ସୃଷ୍ଟି କରିଛନ୍ତି । ଜାତୀୟ ସମସ୍ୟାକୁ ଦମନ କରିବା ଏବଂ ଭାରତ ଯୋଡ଼ୋ ଯାତ୍ରା ଠାରୁ ଧ୍ୟାନ ହଟାଇବା ପାଇଁ ଏହା ଏକ ପ୍ରୟାସ ।

କଂଗ୍ରେସ ନେତା ଆହୁରି କହିଛନ୍ତି ଯେ 2009-11 ମସିହାରେ ଯେତେବେଳେ ବାଘ ମାନଙ୍କୁ ପ୍ରଥମେ ପନ୍ନା ଏବଂ ସରିସ୍କାକୁ ସ୍ଥାନାନ୍ତର କରାଯାଇଥିଲା, ସେତେବେଳେ ଅନେକ ଲୋକ ଆଶଙ୍କା ପ୍ରକାଶ କରିଥିଲେ । ସେମାନେ ଭୁଲ୍ ପ୍ରମାଣିତ ହୋଇଥିଲେ । ଚିତା ପ୍ରୋଜେକ୍ଟରେ ମଧ୍ୟ ସମାନ ପୂର୍ବାନୁମାନ କରାଯାଉଛି । ଏଥିରେ ଜଡ଼ିତ ପ୍ରଫେସନାଲମାନେ ବହୁତ ଭଲ । ଏହି ପ୍ରୋଜେକ୍ଟ ପାଇଁ ମୁଁ ଆପଣଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି !

ଅନ୍ୟପକ୍ଷରେ କଂଗ୍ରେସ ନେତା ପୱନ ଖେଡ଼ା ଜୟରାମ ରମେଶଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି ଯେ 'ଆମର ବାଘ ଭାରତ ଯୋଡ଼ୋ ଗସ୍ତରେ ବାହାରିଛନ୍ତି, ତେଣୁ ଭାରତ ଭାଙ୍ଗୁଥିବା ଲୋକମାନେ ବର୍ତ୍ତମାନ ବିଦେଶରୁ ଚିତା ଆଣିଛନ୍ତି ।'

ପ୍ରକାଶଥାଉକି, କଂଗ୍ରେସ ଶୁକ୍ରବାର ଦିନ ତତ୍କାଳୀନ ପରିବେଶ ମନ୍ତ୍ରୀ ଜୟରାମ ରମେଶଙ୍କ 2010 ରେ ଦକ୍ଷିଣ ଆଫ୍ରିକାରେ ଚିତା ସହିତ ଏକ ଫଟୋ ପୋଷ୍ଟ କରି କହିଛି ଯେ 2008-09 ମସିହାରେ ପ୍ରୋଜେକ୍ଟ ଚିତା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ ହୋଇଥିଲା । ଏହି ପ୍ରକଳ୍ପ ମନମୋହନ ସିଂହ ସରକାର ଅନୁମୋଦନ କରିଥିଲେ । 2013 ରେ ସୁପ୍ରିମକୋର୍ଟ ଏହି ପ୍ରକଳ୍ପ ଉପରେ ରୋକ ଲଗାଇଥିଲେ ଏବଂ ଏହାକୁ 2020 ରେ ଅନୁମତି ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+