Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଜଗାର ମେଳା ଉପରେ କଂଗ୍ରେସର ଟାର୍ଗେଟ୍, କହିଲା - 70000 ଚାକିରୀ 'ଓଟ ମୁହଁରେ ଜିରା'

କଂଗ୍ରେସ କହିଛି ଯେ ଏହା 'ଓଟ ମୁହଁରେ ଜିରା' ଭଳି । କିନ୍ତୁ ଅନ୍ତତଃ ପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୀକାର କରିଛନ୍ତି ଯେ ବେକାରୀ ଅଛି । ଯାହା ଏହି ସମୟରେ ଦେଶର ସବୁଠୁ ବଡ ସମସ୍ୟା ପାଲଟିଛି ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ରୋଜଗାର ମେଳା ମେଳା ଆରମ୍ଭ କରିଛନ୍ତି । ଏହିସ ଅବସରରେ 75,000 ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ଏହାକୁ ନେଇ ବିପକ୍ଷ କଂଗ୍ରେସ ଶାସକ ବିଜେପିକୁ ଟାର୍ଗେଟ୍ କରିଛି । କଂଗ୍ରେସ କହିଛି ଯେ ଏହା 'ଓଟ ମୁହଁରେ ଜିରା' ଭଳି । କିନ୍ତୁ ଅନ୍ତତଃ ପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୀକାର କରିଛନ୍ତି ଯେ ବେକାରୀ ଅଛି । ଯାହା ଏହି ସମୟରେ ଦେଶର ସବୁଠୁ ବଡ ସମସ୍ୟା ପାଲଟିଛି ।

Randeep Singh Surjewala

କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସିଂହ ସୁରଜେୱାଲା ଏକ ଭିଡିଓ ମାଧ୍ୟମରେ ଏହି ବିବୃତ୍ତି ଦେଇଛନ୍ତି । ରଣଦୀପ ସିଂହ ସୁରଜେୱାଲା କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରାର ଏହା ହେଉଛି ପ୍ରଥମ ସଫଳତା, କାରଣ ସେ କ୍ରମାଗତ ଭାବରେ ଏହି ପ୍ରସଙ୍ଗ ଉଠାଉଛନ୍ତି । କିନ୍ତୁ ମୋଦୀଜୀ, ଆପଣ ପ୍ରତିବର୍ଷ ଦୁଇ କୋଟି ଚାକିରିର ପ୍ରତିଶୃତି ଦେଇଥିଲେ । ସେହି ଅନୁଯାୟୀ, ଗତ ଆଠ ବର୍ଷ ମଧ୍ୟରେ 16 କୋଟି ନିଯୁକ୍ତି ସୃଷ୍ଟି ହେବା ଉଚିତ୍ ।

କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଅନ କରିଛନ୍ତି ଯେ, ଆପଣ ଆମକୁ ତାରିଖ ଏବଂ ସମୟ କୁହନ୍ତୁ କି ଆପଣ ଭାରତ ସରକାରରେ ଖାଲି ଥିବା 30 ଲକ୍ଷ ସରକାରୀ ପଦବୀ କେବେ ପୂରଣ କରିବେ ? 70 ହଜାର ଚାକିରିରେ କାମ ଚଳିବ ନାହିଁ । ଯୁବକମାନେ ଚାକିରି ଚାହାଁନ୍ତି । ସେହି ଚାକିରି କେବେ ମିଳିବ ? ପ୍ରଧାନମନ୍ତ୍ରୀଙ୍କୁ ଏହାର ଉତ୍ତର ଦେବାକୁ ପଡିବ । ନଚେତ୍ ରାହୁଲ ଗାନ୍ଧୀ 3570 କିଲୋମିଟର ଚାଲିବେ ଏବଂ ପ୍ରଶ୍ନ ଉଠାଇବେ ।
ଅପରପକ୍ଷରେ ଆଜି ରୋଜଗାର ମେଳା ଆରମ୍ଭ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ ସରକାର ରୋଜଗାର ଏବଂ ଆତ୍ମନିଯୁକ୍ତି ଉପରେ ଧ୍ୟାନ ଦେଇଛନ୍ତି । ଏଥର ଆମେ ଏକତ୍ର ନିଯୁକ୍ତି ପତ୍ର ଦେଉଛୁ ଯାହା ଦ୍ୱାରା ବିଭାଗଗୁଡିକ ମଧ୍ୟ ଏକ ସମୟସୀମା ମଧ୍ୟରେ କାର୍ଯ୍ୟ କରିବେ । ସ୍ୱାଧୀନତାର 75 ବର୍ଷକୁ ଧ୍ୟାନରେ ରଖି ଆମେ 75,000 ନିଯୁକ୍ତି ପତ୍ର ଦେବୁ । ଆସନ୍ତା ମାସରେ ଲକ୍ଷ ଲକ୍ଷ ଯୁବକଙ୍କୁ ସମୟ ସମୟରେ ନିଯୁକ୍ତି ପତ୍ର ଦିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+