ଗୁଜୁରାଟ ନିର୍ବାଚନ ପାଇଁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କଲା କଂଗ୍ରେସ
ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କ ନାମ ରହିଛି ।
ଗାନ୍ଧୀନଗର : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କ ନାମ ତାଲିକାର ଶୀର୍ଷରେ ରଖାଯାଇଛି । ଏହା ବ୍ୟତୀତ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବର୍ତ୍ତମାନର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଏହି ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ ଅଛନ୍ତି ।

ରାଜସ୍ଥାନରେ ଶାସକ କଂଗ୍ରେସର ବିଶିଷ୍ଟ ଯୁବ ଚେହେରା ସଚିନ୍ ପାଇଲଟ୍ ମଧ୍ୟ ଗୁଜୁରାଟରେ ହେବାକୁ ଥିବା ଏହି ଅଭିଯାନର ଏକ ଅଂଶ ହେବେ । ଏମାନଙ୍କ ବ୍ୟତୀତ କଂଗ୍ରେସ ତାରକା ପ୍ରଚାରକ ତାଲିକାରେ ଜିଗ୍ନେଶ ମେଭାନୀ ଏବଂ କାହ୍ନେୟା କୁମାରଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସର 40 ତାରକା ପ୍ରଚାରକଙ୍କ ନାମ ଏହି ତାଲିକାରେ ଅଛି ।

କଣ ରହିଛି କଂଗ୍ରେସର ମେନିଫେଷ୍ଟୋ
- 300 ୟୁନିଟ୍ ମାଗଣା ବିଦ୍ୟୁତ୍ ସହ ପୁରୁଣା ବିଲ୍ ଛାଡ଼ । କୃଷକମାନେ 10 ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ପାଇବେ । ଗୁଜୁରାଟରେ 55 ଲକ୍ଷ କୃଷକ ଅଛନ୍ତି ।
- ବେରୋଜଗାରୀଙ୍କୁ ପ୍ରତି ମାସରେ 3000 ଟଙ୍କା ଭତ୍ତା ଦିଆଯିବ ।
- ଏହା ବ୍ୟତୀତ ସାମ ମାନକେଶା ମିଲିଟାରୀ ଏକାଡେମୀ ସେନା ନିଯୁକ୍ତି ପ୍ରସ୍ତୁତି ପାଇଁ ପ୍ରତିଷ୍ଠା କରାଯିବ ।
- ଦକ୍ଷତା ବିକାଶ ପାଇଁ ବିଶ୍ୱକର୍ମା ହୁନର ନିର୍ମଳ ଯୋଜନା ଆରମ୍ଭ କରିବା ନେଇ ପ୍ରତିଶୃତି ଦିଆଯାଇଛି । ଏହା ସହିତ ଅଭାବୀ ଛାତ୍ରମାନଙ୍କୁ ମାଗଣା ଆଣ୍ଡ୍ରଏଡ୍ ମୋବାଇଲ୍ ଦିଆଯିବ ।
- 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କ ଋଣ ଛାଡ କରାଯିବ । ଦୁଗ୍ଧ ଉତ୍ପାଦନକାରୀଙ୍କୁ ଲିଟର କ୍ଷୀର ପିଛା 5 ଟଙ୍କା ସବସିଡି ଦିଆଯିବ ।
- 500 ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ ।
- ମହିଳାମାନଙ୍କ ପାଇଁ ସରକାରୀ ଚାକିରିରେ 50 ପ୍ରତିଶତ ସଂରକ୍ଷଣ ବ୍ୟତୀତ KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ।
- ସରକାରୀ ବିଭାଗରେ ଆଉଟସୋର୍ସିଂ ବନ୍ଦ ହେବା ସହ ପୁରୁଣା ପେନସନ୍ ପୁନଃ ସ୍ଥାପିତ ହେବ । 20 ଲକ୍ଷରୁ ଅଧିକ କର୍ମଚାରୀଙ୍କ ପାଇଁ ଏହା ଏକ ବଡ ପ୍ରତିଶୃତି ।
- 10 ବର୍ଷରୁ ଅଧିକ ସମୟ ପାଇଁ ଗୁଜୁରାଟର ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାକୁ ମଧ୍ୟ ପ୍ରତିଶୃତି ।












Click it and Unblock the Notifications