ଓଡ଼ିଶା ଆସିବେ ଖଡ଼ଗେ, ବଢାଇବେ କଂଗ୍ରେସ ନେତାଙ୍କ ମନୋବଳ
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ଼ରେ କଂଗ୍ରେସ । ତୃଣମୂଳସ୍ତରରେ ଦଳକୁ ମଜବୁତ କରିବା ସହ କର୍ମୀଙ୍କ ମନୋବଳ ବଢାଇବା ପାଇଁ ଜୋରଦାର ପ୍ରୟାସ କରୁଛି କଂଗ୍ରେସ । ଏ ନେଇ ଦଳର ଶୀର୍ଷ ନେତୃତ୍ୱମାନେ ରାଜ୍ୟ ଗସ୍ତ କରିବା ସହ ବିଭିନ୍ନ ସମାବେଶ କରିବାର ଯୋଜନା କରୁଛନ୍ତି ।

ଏହି ସମୟରେ ଚଳିତ ମାସ ଶେଷ ସପ୍ତାହରେ ଜାନୁଆରୀ 29 ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ । ବିଶାଳ ସମାବେଶରେ ଯୋଗଦେବା ସହ ରାଜ୍ୟ କଂଗ୍ରେସ ନେତାଙ୍କ ମନୋବଳ ବଢାଇବେ । ଏନେଇ ଓଡ଼ିଶା ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ।
ସେ କହିଛନ୍ତି କି ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଏକ ହେବାକୁ ଥିବା ଏକ ବିଶାଳ ସମାବେଶରେ ଅଧ୍ୟକ୍ଷ ଶ୍ରୀ ଖଡ଼ଗେ ଯୋଗଦାନ କରିବେ । ଏଥିରେ ପାଖାପାଖି 10 ହଜାରରୁ ଅଧିକ କର୍ମୀ ଓ ନେତା ଯୋଗଦାନ କରିବେ । ଏହି ସମ୍ମିଳନୀରେ ଉଦବୋଧନ ଦେଇ କଂଗ୍ରେସ କର୍ମୀଙ୍କ ମନୋବଳକୁ ବଢାଇବେ । ଏହା ସହିତ ରାଜ୍ୟ କଂଗ୍ରେସ ସହିତ ରାହୁଲଙ୍କ ଯାତ୍ରା ଓଡ଼ିଶାର ରୁଟ ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ଡ. ଅଜୟ କୁମାର ସୂଚନା ପ୍ରଦାନ କରିଛନ୍ତି ।












Click it and Unblock the Notifications