କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ଚିହ୍ନଟ
କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେୱାଲା ଗୁରୁବାର ଦିନ କହିଛନ୍ତି ଯେ ଜ୍ୱର ପରେ ସୋନିଆ ଗାନ୍ଧୀ କରୋନା ପରୀକ୍ଷା କରାଇଥିଲେ । ବୁଧବାର ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କ କୋଭିଡ ପରୀକ୍ଷା ରିପୋର୍ଟ ସକାରାତ୍ମକ ଆସିଛି । ଯାହା ପରେ ସେ ନିଜକୁ ଆଇସୋଲେଟ୍ ରଖିଛନ୍ତି ।
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେୱାଲା ଗୁରୁବାର ଦିନ କହିଛନ୍ତି ଯେ ଜ୍ୱର ପରେ ସୋନିଆ ଗାନ୍ଧୀ କରୋନା ପରୀକ୍ଷା କରାଇଥିଲେ । ବୁଧବାର ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କ କୋଭିଡ ପରୀକ୍ଷା ରିପୋର୍ଟ ସକାରାତ୍ମକ ଆସିଛି । ଯାହା ପରେ ସେ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି । ସୁରଜେୱାଲା କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ କରୋନାର ସାମାନ୍ୟ ଲକ୍ଷଣ ରହିଛି । ସୋନିଆ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ମଧ୍ୟ କୋଭିଡ -19 ସକାରାତ୍ମକ ବୋଲି ଜଣାପଡିଛି ।

ସୁରଜେୱାଲା କହିଛନ୍ତି ଯେ ଗତ କିଛି ଦିନ ହେବ ସୋନିଆ ଗାନ୍ଧୀ ଦଳର ନେତାଙ୍କ ସହ ନିରନ୍ତର ବୈଠକ କରିଛନ୍ତି । ତାଙ୍କ ସହ ଯୋଗାଯୋଗରେ ଆସିଥିବା କିଛି ନେତାଙ୍କ କରୋନା ରିପୋର୍ଟ ମଧ୍ୟ ସକରାତ୍ମକ ଆସିଛି । ଏଭଳି ପରିସ୍ଥିତିରେ ସମସ୍ତ ନେତାଙ୍କୁ ସତର୍କ ରହିବାକୁ ଏବଂ ପରୀକ୍ଷା କରାଇବାକୁ ନିବେଦନ କରାଯାଇଛି । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସୋନିଆ ଗାନ୍ଧୀଙ୍କ ସହ ଯୋଗାଯୋଗରେ ଥିଲେ, କରୋନା ପଜିଟିଭ୍ ବୋଲି ଜାଣିବା ପରେ ପ୍ରିୟଙ୍କା ଲକ୍ଷ୍ନୌରୁ ଦିଲ୍ଲୀ ଫେରିଛନ୍ତି ।
ଆପଣଙ୍କୁ କହିରଖୁଛୁ ଗତକାଲି ଇଡି ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରିଥିଲା । ଆସନ୍ତା ସପ୍ତାହରେ ଜୁନ୍ 8 ରେ ସେ ଇଡି ନିକଟରେ ହାଜର ହେବେ । ଦଳ ପକ୍ଷରୁ କୁହାଯାଇଛି ଯେ ଡାକ୍ତରମାନେ ତାଙ୍କ ଯତ୍ନ ନେଉଛନ୍ତି ଏବଂ ସୋନିଆ ଗାନ୍ଧୀ 8 ଜୁନ୍ ପୂର୍ବରୁ କରୋନା ସଂକ୍ରମଣରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି ।












Click it and Unblock the Notifications