'ଦଳକୁ ମଜବୁତ କରିବାକୁ ପଡିବ, ଦେଶ ପାଇଁ କଂଗ୍ରେସ ଆବଶ୍ୟକ' କହି ଦଳୀୟ ନେତାଙ୍କୁ ଏକାଠି ହେବାକୁ ସୋନିଆ ଗାନ୍ଧୀଙ୍କ ଆହ୍ୱାନ
ବୈଠକରେ ଅଧ୍ୟକ୍ଷତା କରି ସୋନିଆ ଗାନ୍ଧୀ ଦରଦାମ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ଆକ୍ରମଣ କରିଥିଲେ । ସେ ଦଳର ଏକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।
ନୂଆଦିଲ୍ଲୀ : ମଙ୍ଗଳବାର ଦିନ କଂଗ୍ରେସ ସଂସଦୀୟ ଦଳ (ସିପିପି) ବୈଠକ ଅନୁଷ୍ଠିତ ହୋଇଛି । ଯାହାକୁ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ସମ୍ବୋଧିତ କରିଛନ୍ତି । ଲୋକସଭା ଓ ରାଜ୍ୟସଭାର ସମସ୍ତ ଦଳର ସଦସ୍ୟ ଏହି ସଭାରେ ଯୋଗ ଦେଇଥିଲେ । ଏହି ବୈଠକରେ ଅଧ୍ୟକ୍ଷତା କରି ସୋନିଆ ଗାନ୍ଧୀ ଦରଦାମ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ଆକ୍ରମଣ କରିଥିଲେ । ସେ ଦଳର ଏକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ଦଳର ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ ଦଳ ପାଇଁ ଗ୍ରହଣ କରାଯାଇଥିବା ପରାମର୍ଶଗୁଡ଼ିକ ଉପରେ ନିରନ୍ତର କାର୍ଯ୍ୟ କରାଯାଉଛି । ଏଥିସହ ଖୁବ ଶୀଘ୍ର CWC ର ଏକ ବୈଠକ ଡକାଯିବ ବୋଲି ମଧ୍ୟ ସେ କହିଛନ୍ତି ।
ଏହା ବ୍ୟତୀତ ସୋନିଆ ଗାନ୍ଧୀ କହିଛନ୍ତି ଯେ ପାର୍ଟି ପାଇଁ ଆଗାମୀ ରାସ୍ତା ପୂର୍ବ ଅପେକ୍ଷା ଅଧିକ ଆହ୍ୱାନପୂର୍ଣ୍ଣ, ଏହା ଆମର ସ୍ଥିରତାର ଭାବର କଠିନ ପରୀକ୍ଷା । ଏଥି ସହିତ କଂଗ୍ରେସକୁ ମଜବୁତ କରିବା ଏବଂ ପାରସ୍ପରିକ ମତଭେଦ ଉପରେ ସେ କହିଛନ୍ତି ଯେ ବର୍ତ୍ତମାନ ଦଳର ନେତାମାନଙ୍କୁ ସେମାନଙ୍କ ମତଭେଦ ଭୁଲିଯିବା ସହ ଦଳକୁ ମଜବୁତ କରିବାକୁ ପଡିବ, ଦେଶ ପାଇଁ କଂଗ୍ରେସ ଆବଶ୍ୟକ । ଏହି ବୈଠକରେ ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ ଦଳରେ ଏକତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ମୁଁ ପ୍ରତ୍ୟେକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି । ଗ୍ରହଣ କରାଯାଇଥିବା ପରାମର୍ଶଗୁଡିକ କାର୍ଯ୍ୟକାରୀ କରାଯାଉଛି । କେବଳ ଦଳ ପାଇଁ ନୁହେଁ ଦେଶର ଗଣତନ୍ତ୍ର ଏବଂ ସମାଜ ପାଇଁ ମଧ୍ୟ କଂଗ୍ରେସରେ ପରିବର୍ତ୍ତନ ଆବଶ୍ୟକ ।
ବିଜେପିକୁ ଟାର୍ଗେଟ କରି ସୋନିଆ ଗାନ୍ଧୀ କହିଛନ୍ତି ଯେ ବିଜେପିର ବିଭାଜନ ନୀତି ଜାରି ରହିଛି । ବିଜେପି ଏହାକୁ ପ୍ରତିରୋଧ କରୁନାହିଁ, ଏଥିପାଇଁ ତୃଣମୂଳ ସ୍ତରରେ ଲଢିବା ଆବଶ୍ୟକ । ଅନ୍ୟପକ୍ଷରେ ମୁଦ୍ରାସ୍ଫୀତି ବିରୋଧରେ ସୋନିଆ କହିଛନ୍ତି ଯେ ନେତାମାନେ ଏନେଇ ସ୍ୱର ଜୋରଦାର କରିବା ଆବଶ୍ୟକ । ଏଥି ସହିତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ନେଇ ସେ ମୋଦୀ ସରକାରଙ୍କୁ ଆକ୍ରମଣ କରିଥିଲେ ।












Click it and Unblock the Notifications