ଇଟାଲୀରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ମାଙ୍କ ଦେହାନ୍ତ
କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ମାତା ପାଓଲା ମେନୋଙ୍କର ଅଗଷ୍ଟ 27, ଶନିବାର ଦିନ ଇଟାଲୀରେ ଦେହାନ୍ତ ହୋଇଛି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ : କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ମାତା ପାଓଲା ମେନୋଙ୍କର ଅଗଷ୍ଟ 27, ଶନିବାର ଦିନ ଇଟାଲୀରେ ଦେହାନ୍ତ ହୋଇଛି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଗତକାଲି ସୋନିଆ ଗାନ୍ଧୀଙ୍କ ମା'ଙ୍କ ଶବଦାହ କରାଯାଇଥିଲା । ସୋନିଆ ଗାନ୍ଧୀ ଗତ ସପ୍ତାହରେ ତାଙ୍କ ମାଙ୍କୁ ଭେଟିବା ପାଇଁ ଇଟାଲୀ ଯାଇଥିଲେ । ତାଙ୍କ ସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଥିଲେ । କୁହାଯାଇଥିଲା ଯେ ସୋନିଆ ଗାନ୍ଧୀ ଚିକିତ୍ସା ପାଇଁ ବିଦେଶ ଯାଇଛନ୍ତି ।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ମା ପାଓଲା ମେନୋ ଙ୍କର 27 ଅଗଷ୍ଟ ଶନିବାର ଦିନ ଇଟାଲୀର ତାଙ୍କ ଘରେ ଦେହାନ୍ତ ହୋଇଛି । ଗତକାଲି ଅନ୍ତିମ ସଂସ୍କାର କରାଯାଇଛି । ସୋନିଆ ଗାନ୍ଧୀଙ୍କ ମାଙ୍କ ମୃତ୍ୟୁ ଖବର ଆସିବା ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସମବେଦନା ଜଣାଇଛନ୍ତି ।
ଆପଣଙ୍କୁ କହି ରଖୁଛୁ ରାହୁଲ ଏବଂ ପ୍ରିୟଙ୍କା ଗତ କିଛି ବର୍ଷ ମଧ୍ୟରେ ତାଙ୍କୁ ଅନେକ ଥର ଦେଖା କରିଛନ୍ତି । 2020 ରେ, ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ବିଦେଶୀ ଯାତ୍ରା ପାଇଁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା ପରେ ଦଳ କହିଥିଲା ଯେ ସେ ଏକ ଅସୁସ୍ଥ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଇଟାଲୀ ଗସ୍ତରେ ଯାଇଛନ୍ତି ।












Click it and Unblock the Notifications