ଡାକ୍ତରଖାନାରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ, ଜୁନ୍ 23 ରେ ଇଡିରେ ହେବେ ହାଜର
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ଇଡି ଆଗରେ ହାଜର ହେବାକୁ ପଡିବ ।
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ଇଡି ଆଗରେ ହାଜର ହେବାକୁ ପଡିବ । ସୋନିଆ ଗାନ୍ଧୀଙ୍କୁ ଜୁନ୍ 23 ରେ ହାଜର ହେବାକୁ ଇଡି ପକ୍ଷରୁ ଡକାଯାଇଛି । ତେବେ ଜୁନ୍ 23 ରେ ଇଡି ତାଙ୍କୁ ପଚରାଉଚୁରା କରିବ ।

ପ୍ରକୃତରେ, 75 ବର୍ଷିୟା ସୋନିଆ ଗାନ୍ଧୀ ଜୁନ୍ 2 ରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ଏବଂ ପରେ ତାଙ୍କୁ ଜୁନ୍ 12 ରେ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କରୋନା ସଂକ୍ରମିତ ହେବା ପରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ବର୍ତ୍ତମାନ ସେ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।
କଂଗ୍ରେସର ସାଧାରଣ ସମ୍ପାଦକ ଟ୍ୱିଟ୍ କରି କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଘରେ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଏଥି ସହିତ, ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନ୍ୟାସନାଲ ହେରାଲ୍ଡ ସହ ଜଡିତ ଟଙ୍କା ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ନୂତନ ସମନ ଜାରି କରିଛି ଏବଂ ତାଙ୍କୁ ଜୁନ୍ 23 ରେ ପଚରାଉଚରା କରିବାକୁ ନୋଟିସ୍ ଜାରି କରାଯାଇଛି ।












Click it and Unblock the Notifications