For Quick Alerts
Turn On Notification  
For Daily Alerts
Oneindia App Download

ବିଜେପି କେବଳ ନିର୍ବାଚନ ଜିତିବାକୁ ଚାହୁଁଛି, ଲୋକଙ୍କ ଭଲ ପାଇଁ କିଛି ବି ଚିନ୍ତା କରେନି - ମଲ୍ଲିକାର୍ଜୁନ୍ ଖଡ଼ଗେ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ଼ଗେ ଭାରତ ଯୋଡ଼ୋ ଯାତ୍ରା ସମୟରେ ପଞ୍ଜାବରେ ବିଜେପି ଉପରେ ବର୍ଷିଛନ୍ତି । ଏପରିକି କଂଗ୍ରେସର 6 ସରକାର ବିଜେପି ଚୋରି କରିଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ।

|
mallikarjun kharge

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରଠାରୁ ମଲ୍ଲିକାର୍ଜୁନ୍ ଖଡ଼ଗେ ଫୁଲ୍ ଜୋସ୍ ରେ ଥିବା ଭଳି ମନେ ହେଉଛନ୍ତି । ସେ ବାରମ୍ବାର ଶାସକ ବିଜେପି ଉପରେ ହମଲା କରିବା ସହ କଂଗ୍ରେସକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଏହା ସହିତ ଚଳିତ ବର୍ଷ ହେବାକୁ ଥିବା 9 ରାଜ୍ୟର ବିଧାନସଭା ନିର୍ବାଚନ ଖଡ଼ଗେଙ୍କ ପାଇଁ ଅଗ୍ନି ପରୀକ୍ଷା ପାଲଟିଛି । ଦେଶର ପ୍ରାୟ ରାଜ୍ୟ ସମେତ କେନ୍ଦ୍ରରେ ଦୁର୍ବଳ ମନେ ହେଉଥିବା କଂଗ୍ରେସକୁ କେତେ ଦୂର ମଜବୁତ କରି ସରକାର ଗଠନରେ ସଫଳ ହେବେ ସେ ନେଇ ରହିଛି ସମସ୍ତଙ୍କ ନଜର ।

ଏଥି ସମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ଼ଗେ ଭାରତ ଯୋଡ଼ୋ ଯାତ୍ରା ସମୟରେ ପଞ୍ଜାବରେ ବିଜେପି ଉପରେ ବର୍ଷିଛନ୍ତି । ଏପରିକି କଂଗ୍ରେସର 6 ସରକାର ବିଜେପି ଚୋରି କରିଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । କଂଗ୍ରେସ ନେତାଙ୍କୁ ଡରାଇ ଧମକାଇ ନଚେତ୍ ପ୍ରଲୋଭନ ଦେଖାଇ ବିଜେପି ନିଜ ସରକାର ଗଠନ କରୁଛି । ଏହା ବ୍ୟତୀତ ନେତାମାନଙ୍କୁ କେନ୍ଦ୍ରୀୟ ଏଜେନ୍ସିର ଧମକ ଦେଇ ବିଜେପି ସେମାନଙ୍କୁ ନିଜ ସପକ୍ଷରେ ନେଉଛି ବୋଲି କହିଛନ୍ତି ଖଡ଼ଗେ । କେବଳ ଏତିକି ନୁହଁ ମଲ୍ଲିକାର୍ଜୁନ୍ ଆରଏସ୍ଏସ୍ କୁ ତାଲିବାନ ସହ ମଧ୍ୟ ତୁଳନା କରିଛନ୍ତି ।

କଂଗ୍ରେସ ନେତା ପଠାନକୋଟରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ସମ୍ବୋଧିତ କରିବା ବେଳେ କହିଛନ୍ତି ଯେ ବିଜେପି କେବଳ ନିର୍ବାଚନ ଜିତିବାକୁ ପ୍ରସ୍ତୁତ ରହୁଛି । ଲୋକଙ୍କ କଲ୍ୟାଣ ପାଇଁ କିଛି ଭାବୁନାହିଁ କିମ୍ବା କିଛି କରୁନାହିଁ । ଆମର ଅନେକ ଲୋକଙ୍କୁ ଭୟଭୀତ କରି ଆମଠାରୁ ଛଡ଼ାଇ ନେଇଛି ବିଜେପି । ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଆମର 6 ଟି ସରକାର ଚୋରି କରିଛି । ଆମକୁ ଜନାଦେଶ ମିଳିଥିବା 6 ରାଜ୍ୟରେ ଆମ ସରକାରକୁ ସେମାନେ ଚୋରି କରିଛନ୍ତି । ତାଙ୍କ ପାଖରେ ଶକ୍ତି ଅଛି । ସେମାନେ ଏହାର ଅପବ୍ୟବହାର କରୁଛନ୍ତି ।

ତଥାପି, ଲୋକମାନେ କଂଗ୍ରେସକୁ ନିର୍ବାଚିତ କରିଥିଲେ । କିନ୍ତୁ ସେମାନେ ଏହାକୁ ଭାଙ୍ଗି ଲୋକଙ୍କୁ ଦୂରକୁ ନେଇଗଲେ । କେତେକଙ୍କୁ ଇଡି, ଆୟକର ବିଭାଗ ଭଳି କେନ୍ଦ୍ରୀୟ ଏଜେନ୍ସିର ଧମକ ଦେଇ ନିଜ ଅଧିନକୁ ନେଇଗଲେ । ସେମାନେ ଏଭଳି ଶାସନ କରୁଛନ୍ତି । ସେମାନେ ସଂସଦ ସହ ଜଡିତ ବିଷୟ ଉପରେ ଆଲୋଚନା ନକରିବା ଏବଂ ବାହାନା କରି ଗୃହକୁ ପ୍ରଭାବିତ କରିବା ଅଭିଯୋଗରେ ସେ ବିଜେପିକୁ ସମାଲୋଚନା କରିଛନ୍ତି ମଲ୍ଲିକାର୍ଜୁନ୍ ଖଡ଼ଗେ ।

କଂଗ୍ରେସ ନେତା ଖଡ଼ଗେ ଆହୁରି କହିଛନ୍ତି, ଯେତେବେଳେ ଆମେ ଜନସାଧାରଣଙ୍କ ସହ ଜଡିତ ପ୍ରସଙ୍ଗରେ ସଂସଦରେ ଛିଡା ହେଉ, ସେମାନେ କିଛି ବାହାନା କରି ଗୃହକୁ ପ୍ରଭାବିତ କରନ୍ତି । ଏହି ଭାରତ ଯୋଡା ଯାତ୍ରାରେ ବିଭିନ୍ନ ବର୍ଗର ଲକ୍ଷ ଲକ୍ଷ ଲୋକ ଅଂଶଗ୍ରହଣ କରୁଛନ୍ତି । ଏହି ଯାତ୍ରାର ସଫଳତା ଦେଖି ବିଜେପି ନର୍ଭସ । ସେଥିପାଇଁ ବିଜେପି ନେତାମାନେ ଆମ ବିରୁଦ୍ଧରେ କିଛି ନା କିଛି କହୁଛନ୍ତି । ଦେଶର ଲୋକଙ୍କ କଲ୍ୟାଣ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ । ନିର୍ବାଚନରେ କିପରି ଜିତିବେ ତା ଉପରେ ସେମାନଙ୍କର ଧ୍ୟାନ ରହିଛି । ସେମାନେ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress President Mallikarjun Khrage Targets BJP Says, They Stole 6 Congress Governments
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X