‘କିଏ ପ୍ରଧାନମନ୍ତ୍ରୀ ହେବ ତାହା ପ୍ରଶ୍ନ ନୁହଁ, ସବୁ ବିପକ୍ଷ ଏକାଠି ହେବା ଉଚିତ୍' - ଆହ୍ୱାନ ଦେଲେ ଖଡ଼ଗେ
ସମସ୍ତ ସମାନ ବିଚାରଧାରା ଥିବା ବିରୋଧୀ ବିଭାଜନକାରୀ ଶକ୍ତି ବିରୋଧରେ ଏକାଠି ଆସିବା ଉଚିତ୍ । ମୁଁ କେବେ କହି ନାହିଁ କିଏ ନେତୃତ୍ୱ ନେବେ କିମ୍ବା କିଏ ପ୍ରଧାନମନ୍ତ୍ରୀ ହେବେ ? ଏହା ଏକ ପ୍ରଶ୍ନ ନୁହେଁ ।

ଚେନ୍ନାଇ : ବିଜେପିକୁ ଶାସନ ଗାଦିରୁ ହଟାଇବାକୁ ବିରୋଧୀଙ୍କୁ ଏକଜୁଟ୍ ହେବାକୁ ଆହ୍ୱାନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ଼ଗେ । ଏପରିକି ପ୍ରଧାନମନ୍ତ୍ରୀ କିଏ ହେବେ, ସେ ପ୍ରଶ୍ନ ରୁ ଦୂରେଇ ରହି ସମସ୍ତ ବିରୋଧୀ ଏକାଠଇ ହେବାକୁ କହିଛନ୍ତି ଖଡ଼ଗେ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ 70 ତମ ଜନ୍ମଦିନର ସାଧାରଣ ସଭାରେ ଯୋଗଦେବା ପାଇଁ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଚେନ୍ନାଇରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ମଞ୍ଚରୁ କହିଛନ୍ତି, ସମସ୍ତ ସମାନ ବିଚାରଧାରା ଥିବା ବିରୋଧୀ ବିଭାଜନକାରୀ ଶକ୍ତି ବିରୋଧରେ ଏକାଠି ଆସିବା ଉଚିତ୍ । ମୁଁ କେବେ କହି ନାହିଁ କିଏ ନେତୃତ୍ୱ ନେବେ କିମ୍ବା କିଏ ପ୍ରଧାନମନ୍ତ୍ରୀ ହେବେ ? ଏହା ଏକ ପ୍ରଶ୍ନ ନୁହେଁ । ଆମେ ମିଳିତ ଭାବରେ ଲଢିବାକୁ ଚାହୁଁ, ଏହା ଆମର ଇଚ୍ଛା ।
ଖଡ଼ଗେ ଆହୁରି କହିଛନ୍ତି, ତାମିଲନାଡୁରେ କଂଗ୍ରେସ-ଡିଏମକେ ଗଠବନ୍ଧନ 2004, 2009 ରେ ଲୋକସଭା ଏବଂ 2006 ଏବଂ 2021 ରେ ବିଧାନସଭା ବିଜୟ ହାସଲ କରିଛି । UPA ଗଠବନ୍ଧନ ପାଇଁ 2024 ଲୋକସଭା ବିଜୟ ପାଇଁ ଆମର ମିଳିତମଞ୍ଚ ଏବଂ ନେତୃତ୍ୱର ମୂଳଦୁଆକୁ ମଜବୁତ କରିବାକୁ ପଡିବ ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ କହିଛନ୍ତି ଯେ ବିଜେପି ସରକାରଙ୍କ ବିଫଳତା ହେତୁ 23 କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର ସୀମାରେଖା ତଳେ ଠେଲି ଦିଆଯାଇଛି । ସାଧାରଣ ବ୍ୟକ୍ତି ମୂଲ୍ୟ ବୃଦ୍ଧିରେ ଅସୁବିଧାରେ ପଡ଼ିଛନ୍ତି, ଯୁବକମାନେ ବେକାରୀ ଦ୍ୱାରା ପ୍ରଭାବିତ ହେଉଛନ୍ତି, କିନ୍ତୁ ନିର୍ବାଚନ ଜିତିବା ପାଇଁ ବିଜେପି ସମାଜକୁ ପୋଲାରାଇଜ୍ କରିବାରେ ଆଗ୍ରହୀ ।
ଏହାପୂର୍ବରୁ ଚେନ୍ନାଇରେ ଡିଏମକେ କାର୍ଯ୍ୟକ୍ରମରେ ଜାମ୍ମୁ କାଶ୍ମୀରର ପୂର୍ବତନ ସିଏମ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ "ମୁଁ ଆଶା କରୁଛି ଆପଣ (ଏମ.କେ ଷ୍ଟାଲିନ) କେବଳ ତାମିଲନାଡୁ ନୁହେଁ ସମଗ୍ର ଭାରତର ସେବା କରିବା ପାଇଁ ଦୀର୍ଘ ଦିନ ବଞ୍ଚିବେ । ମଲ୍ଲିକାର୍ଜୁନ ଖାର୍ଜ ଜୀଙ୍କୁ ମୁଁ କହିବି, କିଏ ପ୍ରଧାନମନ୍ତ୍ରୀ ହେବେ, ସେ କଥା ଭୁଲିଯାଅ । ପ୍ରଥମେ ନିର୍ବାଚନରେ ଜିତନ୍ତୁ, ତା'ପରେ ଆସନ୍ତୁ ଭାବିବା କିଏ ପ୍ରଧାନମନ୍ତ୍ରୀ ହେବେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦେଶ ଗୁରୁତ୍ୱପୂର୍ଣ୍ଣ । ଭାରତ ଏକ କଠିନ ପରିସ୍ଥିତିରେ ଅଛି । ଗଣତନ୍ତ୍ର ଏବଂ ସମ୍ବିଧାନ ବିପଦରେ ପଡ଼ିଛି।"
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications