କଂଗ୍ରେସ ଅଧ୍ୟକ୍ଷ ପାଇଁ ଆଜି ନିର୍ବାଚନ, 24 ବର୍ଷ ପରେ ଅଣ ଗାନ୍ଧୀ ପରିବାର ସମ୍ଭାଳିବେ କମାଣ
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ହେବ ଭୋଟ୍ ଗ୍ରହଣ । ଏନେଇ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି | ରାଜ୍ୟ କଂଗ୍ରେସ କମିଟିର 9000 ରୁ ଅଧିକ ପ୍ରତିନିଧୀ ଏହି ନିର୍ବାଚନରେ ଅଂଶଗ୍ରହଣ କରିବେ ।
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ହେବ ଭୋଟ୍ ଗ୍ରହଣ । ଏନେଇ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି | ରାଜ୍ୟ କଂଗ୍ରେସ କମିଟିର 9000 ରୁ ଅଧିକ ପ୍ରତିନିଧୀ ଏହି ନିର୍ବାଚନରେ ଅଂଶଗ୍ରହଣ କରିବେ । ପାର୍ଟିର ପରବର୍ତ୍ତୀ ଅଧ୍ୟକ୍ଷ ଗୁପ୍ତ ଭୋଟ୍ ପ୍ରକ୍ରିୟା ଦେଇ ନିର୍ବାଚିତ ହେବେ । ଆଜିର ଏହି ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲାକାର୍ଜୁନ୍ ଖାଡ଼ଗେ ଏବଂ ଶଶି ଥରୁର ଦୌଡ଼ରେ ଅଛନ୍ତି ।

ପ୍ରାୟ 24 ବର୍ଷ ପରେ, କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ରାଜ୍ୟ କଂଗ୍ରେସ କିମିଟି ବ୍ୟତୀତ ଅଲ୍ ଇଣ୍ଡିଆ କଂଗ୍ରସ କମିଟିର ନୂଆଦିଲ୍ଲୀ ମୁଖ୍ୟାଳୟରେ ଲୋକମାନେ ମତଦାନ କରିବେ । ସାରା ଦେଶରେ 65 ଟି ପୁଲିଂ ବୁଥରେ ପାର୍ଟି ପ୍ରତିନିଧୀ ନିଜ ଫ୍ରାଚାଇଜ୍ ବ୍ୟବହାର କରିବେ । ଅକ୍ଟୋବର 17 ରେ ଭୋଟ୍ ପରେ ସମସ୍ତ ବାଲାଟ୍ ବକ୍ସଗୁଡିକ ଅକ୍ଟୋବର 18 ରେ ଦିଲ୍ଲୀ ପହଞ୍ଚିବ ଏବଂ 9 ତାରିଖରେ ଭୋଟ୍ ଗଣନା ହେବ ।
ଏହି ନିର୍ବାଚନରେ ଶଶି ଥରୁର ଓ ମଲ୍ଲିକାର୍ଜ୍ଜୁନ ଖାଡଗେ ମଧ୍ୟରେ କଡ଼ା ଟକ୍କର ଦେଖବାକୁ ମିଳିଛି । ଉଭୟ ପ୍ରାର୍ଥୀ ନିଜ ନିଜ ସପକ୍ଷରେ ଭୋଟ ଲାଗି ନିବେଦନ କରିଛନ୍ତି । ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ ସମର୍ଥନ କରୁଛନ୍ତି । ଥରୁର ଯୁବ ନେତାଙ୍କ ଭୋଟରେ ଜିତିବେ ବୋଲି ଆଶା ବାନ୍ଧିଛନ୍ତି ।
ଭୋଟ ପାଇଁ କଂଗ୍ରେସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବାଲଟ ପେପରରେ ଦୁଇ ପ୍ରାର୍ଥୀଙ୍କ ନା ରହିବ । ଯାହାକୁ ଭୋଟ ଦେବାକୁ ଚାହିଁବେ ନାଁ ପାଖରେ ଠିକ୍ ଚିହ୍ନ ମାରିବେ । ଅନ୍ୟ କୌଣସି ଚିହ୍ନ ବା ନମ୍ବର ଲେଖିଲେ ଭୋଟ୍ ନାକଚ ହେବ ବୋଲି ସୂଚନା ଦିଆଯାଇଛି ।
ଓଡ଼ିଶା କଂଗ୍ରେସରୁ 427 ଜଣ ଦଳର ଅଧ୍ୟକ୍ଷଙ୍କୁ ଚୟନ କରିବାକୁ ମତଦାନ କରିବେ । ଦୁଇ ଦିନ ତଳେ ମଲ୍ଲିକାର୍ଜୁନ ଖାଡଗେ ଓଡ଼ିଶା ଆସି ଦଳୀୟ ଭୋଟରଙ୍କ ସମର୍ଥନ ଲାଗି ପ୍ରଚାର କରିଛନ୍ତି । ଶଶୀ ଥରୁର ଓଡ଼ିଶା ଆସି ନଥିଲେ ବି ସୋଶାଲ ମିଡ଼ିଆରେ ସମର୍ଥନ ମାଗିଥିଲେ ।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ












Click it and Unblock the Notifications