କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ରୋଚକ ମୋଡ଼, ତ୍ରିକୋଣୀୟ ହେବ ପ୍ରତିଦ୍ୱନ୍ଦିତା
ମଲ୍ଲିକାର୍ଜୁନ ଖାଡ଼ଗେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ କେରଳ ସାସଂଦ ଶଶି ଥରୁର ମଧ୍ୟ ନାମାଙ୍କନ ଭରିଛନ୍ତି । ଏଥି ସହ ଝାଡ଼ଖଣ୍ଡ କଂଗ୍ରେସ ନେତା କେ.ଏନ୍ ତ୍ରିପାଠୀ ମଧ୍ୟ ଦଳର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ରହିଛି ନାମାଙ୍କନର ଶେଷ ତାରିଖ । ଏହି ପଦ ପାଇଁ କିଏ ନାମାଙ୍କନ ଭରିବେ ସେ ନେଇ ବହୁ କଳ୍ପନାଜଳ୍ପନା ପରେ ମଲ୍ଲିକାର୍ଜୁନ ଖାଡ଼ଗେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ କେରଳ ସାସଂଦ ଶଶି ଥରୁର ମଧ୍ୟ ନାମାଙ୍କନ ଭରିଛନ୍ତି । ଏଥି ସହ ଝାଡ଼ଖଣ୍ଡ କଂଗ୍ରେସ ନେତା କେ.ଏନ୍ ତ୍ରିପାଠୀ ମଧ୍ୟ ଦଳର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ସେ କହିଛନ୍ତି ଯେ ଦଳର ନେତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବ ।

ନାମାଙ୍କନପତ୍ର ଦାଖଲ କରିବା ପରେ ଖାଡ଼ଗେ କଂଗ୍ରେସ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଖାଡ଼ଗେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଆଜି ମୋର ସମର୍ଥନରେ ଆସିଥିବା ସମସ୍ତ ନେତା, କର୍ମୀ, ପ୍ରତିନିଧୀ ଏବଂ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ବର୍ତ୍ତମାନ ଫଳାଫଳ ଦିନ ଦେଖିବା କ'ଣ ହେବ, ମୁଁ ଆଶା କରେ ମୁଁ ଜିତିବି ।
ପ୍ରଥମେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ହେବାର ଥିଲା । କିନ୍ତୁ ସମସ୍ତଙ୍କୁ ଚମକାଇ ଝାଡ଼ଖଣ୍ଡର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ କେ.ଏନ୍ ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି । ସେ ଶୁକ୍ରବାର ଦିନ ଦିଲ୍ଲୀରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି ।












Click it and Unblock the Notifications