ଥରୁର ବନାମ ଖାଡ଼ଗେ : କିଏ ହେବେ କଂଗ୍ରେସ ପରବର୍ତ୍ତୀ ଅଧ୍ୟକ୍ଷ ? ଜାଣନ୍ତୁ ଏହା ସହିତ ଜଡିତ 10 ଟି ବଡ କଥା...
କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ? ଏହା ପାଇଁ ଆଜି ନିର୍ବାଚନ ହେଉଥିବା ବେଳେ ଅକ୍ଟୋବର 19 ରେ ଆସିବ ଏହାର ସମ୍ପୂର୍ଣ୍ଣ ଫଳାଫଳ । ଅଧ୍ୟକ୍ଷ ପଦ ପାଇଁ ଲଢେଇରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ଚାଲିଛି ।
କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ? ଏହା ପାଇଁ ଆଜି ନିର୍ବାଚନ ହେଉଥିବା ବେଳେ ଅକ୍ଟୋବର 19 ରେ ଆସିବ ଏହାର ସମ୍ପୂର୍ଣ୍ଣ ଫଳାଫଳ । ଅଧ୍ୟକ୍ଷ ପଦ ପାଇଁ ଲଢେଇରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ଚାଲିଛି । 2024 ଲୋକସଭା ନିର୍ବାଚନ ଉପରେ ଦଳର ମୁଖ୍ୟ ଧ୍ୟାନ ରହିଛି । ଏଭଳି ପରିସ୍ଥିତିରେ ଯିଏ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେବେ, ତାଙ୍କୁ ଏକ ଠୋସ୍ ରଣନୀତି କରିବାକୁ ପଡ଼ିବ । କାରଣ 2014 ପରଠାରୁ ଦଳକୁ ଅନେକ ପରାଜୟ ମିଳିଛି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା କଂଗ୍ରେସ ସଭାପତି ନିର୍ବାଚନ ସହ ଜଡିତ 10 ଟି ବଡ କଥା ...

- କଂଗ୍ରେସ ହେଉଛି 130 ବର୍ଷ ପୁରୁଣା ଦଳ, ଯାହାକି ଭାରତର ସର୍ବ ପୁରାତନ ଦଳ । କଂଗ୍ରେସ ଦଳ ମଧ୍ୟ ଦେଶର ସ୍ୱାଧୀନତା ପାଇଁ ଲଢିଥିଲା । ସ୍ୱାଧୀନତା ପରଠାରୁ କଂଗ୍ରେସରେ 40 ରୁ କମ୍ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଯଦି ମଲ୍ଲିକାର୍ଜୁନ ଖାଡ଼ଗେ ନିର୍ବାଚିତ ହୁଅନ୍ତି, ତେବେ ସେ ଜଗଜୀବନ ରାମଙ୍କ ପରେ 50 ବର୍ଷ ମଧ୍ୟରେ ଦ୍ୱିତୀୟ ଦଳିତ ନେତା ହେବେ ।
- ଦେଶର 9000 ପ୍ରତିନିଧୀ ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଭୋଟ୍ ଦେବେ ।
- 2000 ମସିହାରେ ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଜିତିଥିଲେ । ସେ ମୋଟ 7700 ଭୋଟ୍ ମଧ୍ୟରୁ 7,448 ଭୋଟ୍ ପାଇଥିଲେ । ବିରୋଧୀ ପ୍ରାର୍ଥୀ ଜିତେନ୍ଦ୍ର ପ୍ରସାଦ ମାତ୍ର 94 ଭୋଟ ପାଇଥିଲେ ।
- ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସ ଇତିହାସରେ ଏହା ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି ।
- କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଉଭୟ ପ୍ରତିଯୋଗୀଙ୍କର ରାଜନୈତିକ ଜୀବନରେ ବହୁ ବର୍ଷର ଅଭିଜ୍ଞତା ରହିଛି । କୂଟନୀତିଜ୍ଞ ଭାବରେ ଥରୁର ନିଜର ଭଲ କାର୍ଯ୍ୟ ପାଇଁ ଜଣାଶୁଣା ହୋଇଥିବାବେଳେ 80 ବର୍ଷିୟ ଖାଡ଼ଗେଙ୍କର ମଧ୍ୟ ରାଜନୀତିରେ 5 ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି । ସେ ମଧ୍ୟ ରାଜ୍ୟସଭାରେ ବିରୋଧୀଙ୍କ ସ୍ୱର ଥିଲେ ।
- କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ସକାଳ 10 ଟାରୁ ଆରମ୍ଭ ହୋଇଛି । ପ୍ରତିନିଧୀମାନେ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଭୋଟ୍ ଦେବେ । ସମସ୍ତ ରାଜ୍ୟର ପ୍ରତିନିଧୀମାନେ ନିଜ ନିଜ ମତଦାନ କେନ୍ଦ୍ରରେ ସମର୍ଥନ କରୁଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ଭୋଟ୍ ସୁରୁଖୁରୁରେ ସୁନିଶ୍ଚିତ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ସଭାପତି ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ମତଦାନ ଶେଷ ହେବା ପରେ ବାଲାଟ ବକ୍ସ ସଂଗ୍ରହ କରାଯାଇ କଂଗ୍ରେସର ଦିଲ୍ଲୀ ମୁଖ୍ୟାଳୟକୁ ପଠାଯିବ ।
- ଏଥିସହିତ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଦେବେ କି ନାହିଁ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ସମୟରେ ଭୋଟ୍ ଦେବେ ।
- ନିର୍ବାଚନ ପୂର୍ବରୁ ଦଳ ଅନେକ ବିବାଦରେ ଛନ୍ଦି ହୋଇପଡିଛି । ଅଧ୍ୟକ୍ଷ ନିର୍ବାଚନ ସମ୍ପର୍କରେ ଶଶି ଥରୁରଙ୍କ ତରଫରୁ ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଦିଆଯାଇଥିଲା । ଖାଡ଼ଗେଙ୍କୁ ଖୋଲାଖୋଲି ସମର୍ଥନ କରୁଥିବା କଂଗ୍ରେସର ଅନେକ ପ୍ରତିନିଧୀଙ୍କ ବିଷୟରେ ସେ କହିଥିଲେ ।
- ଖାଡ଼ଗେ ଗାନ୍ଧୀଙ୍କ ପରିବାରର ନିକଟତର ବୋଲି ବିବେଚନା କରାଯାଏ । ରବିବାର ଦିନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଗାନ୍ଧୀ ପରିବାର ଏହି ଦେଶ ପାଇଁ ଭଲ କାମ କରିଛନ୍ତି ଏବଂ ସେମାନଙ୍କର ପରାମର୍ଶ ଦଳ ପାଇଁ ଲାଭଦାୟକ ହେବ । ତେଣୁ ମୁଁ ନିଶ୍ଚିତ ଭାବରେ ତାଙ୍କ ପରାମର୍ଶ ଏବଂ ସମର୍ଥନ ଲୋଡ଼ିବି । ଏଥିରେ କୌଣସି ଲଜ୍ଜା ନାହିଁ । ଯଦି ଗଣମାଧ୍ୟମର ପରାମର୍ଶରୁ କୌଣସି ଲାଭ ଅଛି, ତେବେ ମୁଁ ମଧ୍ୟ ଏହାକୁ ଗ୍ରହଣ କରିବି ।
- ଏଠାରେ, ଥରୁର୍ #Tharoorfortomorrow ହ୍ୟାସଟ୍ୟାଗ୍ ସହିତ ଭୋଟ୍ ପାଇଁ ପ୍ରଚାର କରିଛନ୍ତି ।
More From
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା !












Click it and Unblock the Notifications