Get Updates
Get notified of breaking news, exclusive insights, and must-see stories!

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ନାମାଙ୍କନ ଦାଖଲ ପୂର୍ବରୁ ରାଜଘାଟରେ ପହଞ୍ଚିଲେ ଥରୁର, ଅପରାହ୍ନରେ କରିବେ ନାମାଙ୍କନ

କଂଗ୍ରେସ ସାଂସଦ ଶଶି ଥରୁର ଆଜି ତାଙ୍କ ନାମାଙ୍କନ ଦାଖଲ କରିବେ । ଏହା ପୂର୍ବରୁ ସେ ଆଜି ରାଜ ଘାଟରେ ପହଞ୍ଚିଛନ୍ତି ।

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ହେଉଛି ଶେଷ ଦିନ । ଏହି ପରିସ୍ଥିତିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅତ୍ୟନ୍ତ ରୋଚକ ହେବ ବୋଲି କୁହାଯାଉଛି । ଏହି ଦୌଡ଼ରେ ଥିବା କଂଗ୍ରେସ ସାଂସଦ ଶଶି ଥରୁର ଆଜି ତାଙ୍କ ନାମାଙ୍କନ ଦାଖଲ କରିବେ । ଏହା ପୂର୍ବରୁ ସେ ଆଜି ରାଜ ଘାଟରେ ପହଞ୍ଚିଛନ୍ତି । ଏହି ସମୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ଯେତେବେଳେ ଆପଣ ଏକ ରେସ୍ ରେ ଅଛନ୍ତି, ସେତେବେଳେ ଆପଣ ଜାଣିଥିବେ ଯେ ଫଳାଫଳ କିଛି ବି ହୋଇପାରେ । କିନ୍ତୁ ଆପଣ ନିଜର ସର୍ବୋତ୍ତମ ଦେବା ବିଶ୍ୱାସ ରଖି ଦୌଡ଼ରେ ସାମି ହୁଅନ୍ତି । ମୁଁ ଆଜି ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବି । ଅପରାହ୍ନରେ ଆପଣ ମାନେ ମତେ ଆକବର ରୋଡରେ 24 ରେ ଦେଖିବେ ।

Shashi tharoor

କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ଦିଗବିଜୟ ସିଂହଙ୍କ ପ୍ରାର୍ଥୀତ୍ୱ ଉପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଆମ ସମସ୍ତଙ୍କର ବିଚାରଧାରା ସମାନ । ଆମେ ସମସ୍ତେ ଚାହୁଁ ଦଳ ଦୃଢ ହେଉ । ଏଭଳି ପରିସ୍ଥିତିରେ ଅଧ୍ୟକ୍ଷ ପଦ ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ହେବ । ଆମ ମଧ୍ୟରେ କଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ । ଏଥିସହ କଂଗ୍ରେସ ଜି -23 ର କୌଣସି ନେତା କଂଗ୍ରେସର ଏହି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନାହିଁ ବୋଲି ସୂତ୍ରରୁ ପ୍ରକାଶ ।

ଅଧ୍ୟକ୍ଷ ପଦ ଦୌଡ଼ରେ ସାମିଲ ହୋଇଥିବା ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ନାମାଙ୍କନ ସମ୍ପର୍କରେ ସେ କହିଛନ୍ତି ଯେ ବର୍ତ୍ତମାନ ଖାଡ଼ଗେଙ୍କ ପ୍ରତିଦ୍ୱନ୍ଦିତା ନେଇ କେବଳ କଳ୍ପନାଜଳ୍ପନା କରାଯାଉଛି । ଖାଡ଼ଗେ ମଧ୍ୟ ଜଣେ ସମ୍ମାନିତ ସହକର୍ମୀ, ଆମେ ଲୋକସଭାରେ ଏକାଠି କାମ କରିଛୁ । ଫ୍ରେମରେ ଅଧିକ ଲୋକ ରହିବା ଭଲ କଥା ହେବ । ତେଣୁ, ଯେତେ ପ୍ରାର୍ଥୀ ହେବେ, ପ୍ରତିଯୋଗିତା ସେତେ ଭଲ ହେବ ।

ଏଥି ସହିତ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷ ଏମ ମିସ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ବିଷୟରେ କହିଛନ୍ତି ଯେ ଆମେ ନିର୍ବାଚନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଜି ସକାଳ 11 ଟାରୁ ଏବଂ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଯେକୋଣସି ବ୍ୟକ୍ତି ସେମାନଙ୍କର ନାମାଙ୍କନ ଫର୍ମ ଦାଖଲ କରିପାରିବେ । ସେ ଆହୁରି କହିଛନ୍ତି ଯେ ଦିଗବିଜୟ ସିଂହ ପ୍ରାୟ 11:30 ନାମାଙ୍କନ ଦାଖଲ କରିପାରନ୍ତି । ଏହି ସମୟରେ, ଥରୁର ଅପରାହ୍ନରେ ନାମାଙ୍କନପତ୍ର ଦାଖଲ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+