Get Updates
Get notified of breaking news, exclusive insights, and must-see stories!

କିଏ ସମ୍ଭାଳିବ କଂଗ୍ରେସ କମାଣ ? ଆଜି ଆସିବ ଫଳାଫଳ

କଂଗ୍ରେସ ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ? ଦଳର ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ୍ ଖାଡ଼ଗେ ଏବଂ ଶଶି ଥରୁର ମଧ୍ୟରେ ଚାଲିଥିବା ମୁକାବିଲା ଉପରେ ଆଜି ପଡ଼ିବ ଯବନିକା । ଅକ୍ଟୋବର 17 ତାରିଖରେ ହୋଇଥିବା ଅଧ୍ୟକ୍ଷ ପଦ ନିର୍ବାଚନର ଆଜି ଆସିବ ଫଳାଫଳ ।

ନୂଆଦିଲ୍ଲୀ : କଂଗ୍ରେସ ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ? ଦଳର ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ୍ ଖାଡ଼ଗେ ଏବଂ ଶଶି ଥରୁର ମଧ୍ୟରେ ଚାଲିଥିବା ମୁକାବିଲା ଉପରେ ଆଜି ପଡ଼ିବ ଯବନିକା । ଅକ୍ଟୋବର 17 ତାରିଖରେ ହୋଇଥିବା ଅଧ୍ୟକ୍ଷ ପଦ ନିର୍ବାଚନର ଆଜି ଆସିବ ଫଳାଫଳ ।
ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ବୁଧବାର ଜଣେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇବାକୁ ଯାଉଛି । ପ୍ରାୟ 24 ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ଗାନ୍ଧୀ ପରିବାର ବାହାରୁ ଜଣେ ନେତା ଦଳର କମାଣ ସମ୍ଭାଳିବେ । ବୁଧବାର ସକାଳ 10 ଟାରୁ ଭୋଟ୍ ଗଣନା ଆରମ୍ଭ ହେବ, ଯାହା ପରେ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହୋଇଯିବ ଯେ ବରିଷ୍ଠ ନେତା ମଲ୍ଲିକାର୍ଜୁନ୍ ଖାଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ କାହା ସପକ୍ଷରେ ରହିଛି ବହୁମତ ।

congress president election

24 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦଳ ଜଣେ ମୁଖ୍ୟ ପାଇବ ଯିଏ ନେହେରୁ-ଗାନ୍ଧୀ ପରିବାରର ନୁହଁନ୍ତି । ଏହାପୂର୍ବରୁ ସୀତାରାମ କେସରୀ ଅଣ-ଗାନ୍ଧୀ ଅଧ୍ୟକ୍ଷ ଥିଲେ । ଆଜି ନିର୍ବାଚନ ଫଳାଫଳ ଘୋଷଣା ପରେ ନୂଆ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ । 2019 ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେବାରୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବରେ ସୋନିଆ ଗାନ୍ଧୀ ଦାୟିତ୍ୱ ନେଇଥିଲେ ।

ଅପରାହ୍ନ 3 ଟାରୁ 4 ଟା ମଧ୍ୟରେ ଫଳାଫଳ ଘୋଷଣା ହେବାର ସମ୍ଭାବନା ଅଛି । ରାଜ୍ୟ ମୁଖ୍ୟାଳୟରୁ ବାଲାଟ ବାକ୍ସ କଂଗ୍ରେସ କାର୍ଯ୍ୟାଳୟରେ ଗଣନା ସ୍ଥାନରେ ପହଞ୍ଚିଛି । ନିର୍ବାଚନରେ ଜିତିବା ପାଇଁ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖାଯାଉଛି । ସୂତ୍ରରୁ ପ୍ରକାଶ ଯେ ଉଭୟ ପାର୍ଶ୍ୱରୁ ପାଞ୍ଚଜଣ ଏଜେଣ୍ଟ ଗଣନାକୁ ତଦାରଖ କରିବେ ଏବଂ ଉଭୟ ପାର୍ଶ୍ୱରୁ ଦୁଇଜଣ ଏଜେଣ୍ଟଙ୍କୁ ରିଜର୍ଭରେ ରଖାଯିବ ।

ଭୋଟ ଗଣତି ପରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ଫଳାଫଳ ଘୋଷଣା କରିବେ । ଅଧ୍ୟକ୍ଷ ନିର୍ବାଚନରେ 9500 ରୁ ଅଧିକ ପ୍ରତିନିଧି ମତଦାନ କରିଥିଲେ । ସୂଚନାନୁସାରେ, ଭୋଟ୍ ଗଣନା ପାଇଁ ସାତ-ଆଠ ଟେବୁଲ୍ ପ୍ରସ୍ତୁତ ହେବ ଏବଂ ପ୍ରତ୍ୟେକ ଟେବୁଲରେ ଦୁଇଜଣ ବ୍ୟକ୍ତି ରହିବେ । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ନିର୍ବାଚିତ ପ୍ରତିନିଧି ଦିପାବଳୀ ପରେ କଂଗ୍ରେସ ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦାୟିତ୍ୱ ଗ୍ରହଣ କରିବେ । ତେବେ ବୁଧବାର ବିଜେତା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ୍ ଦିଆଯିବ କି ନାହିଁ ତାହା ସ୍ଥିର ହୋଇନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+