Get Updates
Get notified of breaking news, exclusive insights, and must-see stories!

ଖାଡ଼ଗେ ହାତରେ କଂଗ୍ରେସ କମାଣ, ଅଧ୍ୟକ୍ଷ ନିର୍ବାଚନରେ ଜିତିଲେ ଖାଡ଼ଗେ

କଂଗ୍ରେସ ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ସେ ନେଇ କଳ୍ପନାଜଳ୍ପନାର ଅନ୍ତ ହୋଇଛି । ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ୍ ଖାଡ଼ଗେ ପରବର୍ତ୍ତୀ ରାଷ୍ଚ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ନୂଆଦିଲ୍ଲୀ : କଂଗ୍ରେସ ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ସେ ନେଇ କଳ୍ପନାଜଳ୍ପନାର ଅନ୍ତ ହୋଇଛି । ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ୍ ଖାଡ଼ଗେ ପରବର୍ତ୍ତୀ ରାଷ୍ଚ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

mallikarjun kharge

ଅକ୍ଟୋବର 17 ତାରିଖରେ ହୋଇଥିବା ଅଧ୍ୟକ୍ଷ ପଦ ନିର୍ବାଚନରେ ମୋଟ 9385 ଭୋଟ୍ ରୁ ମଲ୍ଲିକାର୍ଜୁନ୍ ଖାଡ଼ଗେ 7897 ଖଣ୍ଡ ଭୋଟ୍ ପାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ତାଙ୍କର ପ୍ରତିଦ୍ୱନ୍ଦୀ ଶଶି ଥରୁର ମାତ୍ର 1072 ଖଣ୍ଡ ଭୋଟ ପାଇଛନ୍ତି । ଏହା ବ୍ୟତୀତ 416 ଖଣ୍ଡ ଭୋଟ୍ ନାକଚ୍ ହୋଇଛି ।ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପ୍ରାୟ 24 ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ ଅଧ୍ୟକ୍ଷ ପାଇଛି ।

ଏହାପୂର୍ବରୁ ସୀତାରାମ କେସରୀ ଅଣ-ଗାନ୍ଧୀ ଅଧ୍ୟକ୍ଷ ଥିଲେ । ଆଜି ନିର୍ବାଚନ ଫଳାଫଳ ଘୋଷଣା ପରେ ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡ଼ଗେ ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ । 2019 ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେବାରୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବରେ ସୋନିଆ ଗାନ୍ଧୀ ଦାୟିତ୍ୱ ନେଇଥିଲେ ।

ସୂଚନା ଅନୁସାରେ, ନିର୍ବାଚିତ ପ୍ରତିନିଧି ଦିପାବଳୀ ପରେ କଂଗ୍ରେସ ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦାୟିତ୍ୱ ଗ୍ରହଣ କରିବେ । ତେବେ ବୁଧବାର ବିଜେତା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ୍ ଦିଆଯିବ କି ନାହିଁ ତାହା ସ୍ଥିର ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+