For Quick Alerts
Turn On Notification  
For Daily Alerts
Oneindia App Download

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ଖାଡ଼ଗେ ଏବଂ ଥରୁରଙ୍କ ମଧ୍ୟରେ ହେବ ପ୍ରତିଯୋଗିତା, କେ.ଏନ୍ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ମଲ୍ଲିକାର୍ଜୁନ ଖାଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେବ । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ସୂଚନା ପରେ ଏହ ସ୍ପଷ୍ଟ ହୋଇଛି ।

|

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ମଲ୍ଲିକାର୍ଜୁନ ଖାଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେବ । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ସୂଚନା ପରେ ଏହ ସ୍ପଷ୍ଟ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଏବଂ ଶଶି ଥରୁର ବର୍ତ୍ତମାନର ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀ ବୋଲି ସେ କହିଛନ୍ତି । ମିସ୍ତ୍ରୀ କହିଛନ୍ତି ଯେ ଅଧ୍ୟକ୍ଷ ପଦ ପାଇଁ ମୋଟ 20 ଟି ଫର୍ମ ଦାଖଲ କରାଯାଇଛି । ଏଥିମଧ୍ୟରୁ ହସ୍ତାକ୍ଷର ସମସ୍ୟା ହେତୁ ଯାଞ୍ଚ କମିଟି 4 ଟି ଫର୍ମକୁ ରଦ୍ଦ କରିଛନ୍ତି ।

congress president election

ଏହା ସହିତ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ନାମାଙ୍କନ ପ୍ରତ୍ୟାହାର ପାଇଁ ଅକ୍ଟୋବର 8 ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏଭଳି ପରିସ୍ଥିତିରେ, ଅକ୍ଟୋବର 8 ପରେ, ଚିତ୍ର ସ୍ପଷ୍ଟ ହେବ । ଯଦି କୌଣସି ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର ନକରନ୍ତି ତେବେ ଭୋଟ୍ ପ୍ରକ୍ରିୟା ଆରମ୍ଭ ହେବ । ସୂଚନା ଯୋଗ୍ୟ, ଅକ୍ଟୋବର 17 ରେ କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ 9,000 ରୁ ଅଧିକ ପ୍ରତିନିଧୀ ଭୋଟ୍ ଦେବେ ।

କଂଗ୍ରେସ ର ଏହି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିଲା ସେପ୍ଟେମ୍ବର 30 । ଶେଷ ଦିନରେ ସାଂସଦ ଶଶି ଥରୁର, ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ କେ.ଏନ୍ ତ୍ରିପାଠୀ ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ । କଂଗ୍ରେସ ନିର୍ବାଚନ କମିଟି ଦ୍ୱାରା ତ୍ରିପାଠୀଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି । ଏଭଳି ପରିସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ପାଇଁ ସିଧାସଳଖ ପ୍ରତିଯୋଗିତା ଥରୁର ଏବଂ ଖାଡ଼ଗେଙ୍କ ମଧ୍ୟରେ ହେବ ।

ମଲ୍ଲିକାର୍ଜୁନ ଖାଡ଼ଗେ କଂଗ୍ରେସ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ଅନେକ ଜି -23 ନେତା ଖାଡ଼ଗେଙ୍କୁ ସମର୍ଥନ କରିଛନ୍ତି । ଏହା ବ୍ୟତୀତ ଦିଗବିଜୟ ସିଂହ ପରି ବରିଷ୍ଠ ନେତାମାନେ ମଧ୍ୟ ଖାଡ଼ଗେଙ୍କୁ ସମର୍ଥନ କରିଛନ୍ତି । ତେବେ ଫଳାଫଳ ପରେ ହିଁ ଜଣା ପଡିବ ଯେ କଂଗ୍ରେସ ଅଧ୍ୟକ୍ଷ କିଏ ହେବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress president election : Contest will be between Mallikarjun Kharge & Shashi Tharoor
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X