Get Updates
Get notified of breaking news, exclusive insights, and must-see stories!

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : 9500 ପ୍ରତିନିଧୀ କଲେ ମତଦାନ, 19 ରେ ଆସିବ ଫଳାଫଳ

ବହୁ ପ୍ରତୀକ୍ଷା ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଜି ମତଦାନ ଶେଷ ହୋଇଛି । ଏ ନେଇ ମତଦାନ ସକାଳ 10 ଟାରୁ 4 ଟା ପର୍ଯ୍ୟନ୍ତ ହୋଇଥିଲା । ବହୁ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ମଲ୍ଲିକାର୍ଜୁନ ଖାଡ଼ଗେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହେବେ ।

ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷା ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଜି ମତଦାନ ଶେଷ ହୋଇଛି । ଏ ନେଇ ମତଦାନ ସକାଳ 10 ଟାରୁ 4 ଟା ପର୍ଯ୍ୟନ୍ତ ହୋଇଥିଲା । ବହୁ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ମଲ୍ଲିକାର୍ଜୁନ ଖାଡ଼ଗେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହେବେ । କାରଣ କଂଗ୍ରେସର ବରିଷ୍ଠ ନେତାମାନେ ଥରୁରଙ୍କ ଅପେକ୍ଷା ତାଙ୍କ ଉପରେ ଅଧିକ ବିଶ୍ୱାସ ରଖିଛନ୍ତି । ତଥାପି, ଏହାର ଚୂଡ଼ାନ୍ତ ଫଳାଫଳ ପାଇଁ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ । ଅକ୍ଟୋବର 19 ରେ ଫଳାଫଳ ଘୋଷଣା କରାଯିବ ।

congress president election

9500 ପ୍ରତିନିଧି କଲେ ମତଦାନ

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ମୋଟ 9500 ପ୍ରତିନିଧୀ ଭୋଟ୍ ଦେଇଛନ୍ତି । କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ସଭାପତି ମଧୁସୂଦନ ମିସ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଭୋଟ୍ ପ୍ରକ୍ରିୟା ଶେଷ ହେବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଯଦି ସମସ୍ତ ରାଜ୍ୟକୁ ମିଶାଯାଏ, ତେବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ 96 ପ୍ରତିଶତ ମତଦାନ ହୋଇଛି । ଭୋଟ୍ ସମୟରେ କୌଣସି ସ୍ଥାନରେ କୌଣସି ଅଘଟଣ ଘଟି ନଥିଲା । ସେ କହିଛନ୍ତି ଯେ 3 ଟି ମତଦାନ ବାକ୍ସ ଗ୍ରହଣ କରାଯାଇଛି । କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ 87 ଜଣ ମତଦାନ କରିଛନ୍ତି ।

ଭୋଟ୍ ଦେଲେ ଗାନ୍ଧୀ ପରିବାର

ଗାନ୍ଧୀ ପରିବାର ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ଭୋଟ୍ ଦେଇଛନ୍ତି । ଦିଲ୍ଲୀରେ ଭୋଟ୍ ଦେବାକୁ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଏକାଠି ହୋଇଥିଲେ । ଯେତେବେଳେ କି ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ ଭୋଟ୍ ଦେଇଥିଲେ । ଭୋଟ୍ ଦେବା ପୂର୍ବରୁ ଯେତେବେଳେ ସାମ୍ବାଦିକମାନେ ସୋନିଆ ଗାନ୍ଧୀଙ୍କୁ ପଚାରିଥିଲେ ଯେ ଆଫଣ ବର୍ତ୍ତମାନ ଖୁସି ଅଛନ୍ତି ? ଏହାର ଉତ୍ତରରେ ସେ କହିଥିଲେ ଯେ ହଁ, ମୁଁ ଖୁସି । ମୁଁ ଏହାକୁ ବହୁତ ସମୟ ଧରି ଅପେକ୍ଷା କରିଥିଲି ।

ନିର୍ବାଚନ ଦୌଡ଼ ବାହାରେ ଗାନ୍ଧୀ ପରିବାର

ଗାନ୍ଧୀ ପରିବାରର କେହି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି । ଏଭଳି ପରିସ୍ଥିତିରେ ଯଦି ମଲ୍ଲିକାର୍ଜୁନ ଖାଡ଼ଗେ ନିର୍ବାଚନରେ ଜିତନ୍ତି ତେବେ ସେ ଏହି ପଦବୀରେ ପହଞ୍ଚିବାରେ ଦ୍ୱିତୀୟ ଦଳିତ ନେତା ହେବେ । ଏଥି ସହିତ, ଭୋଟ୍ ଦେବା ପୂର୍ବରୁ ଖାଡ଼ଗେ ଗାନ୍ଧୀ ପରିବାରର ପରାମର୍ଶ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଥିଲେ ଯେ ଗାନ୍ଧୀ ପରିବାର ଦେଶ ପାଇଁ ଅନେକ ଭଲ କାମ କରିଛନ୍ତି । ଏଭଳି ପରିସ୍ଥିତିରେ ଯଦି ମୁଁ ଅଧ୍ୟକ୍ଷ ହେବି, ତେବେ ଦଳର ଉନ୍ନତି ପାଇଁ ମୁଁ ନିଶ୍ଚିତ ଭାବେ ଗାନ୍ଧୀ ପରିବାରଠାରୁ ପରାମର୍ଶ ନେବି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+