Get Updates
Get notified of breaking news, exclusive insights, and must-see stories!

ସ୍ଥଗିତ ରହିପାରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ଦେଶର ସର୍ବ ପୁରାତନ ଜାତୀୟ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି । ସମ୍ପ୍ରତି ନିର୍ବାଚନ ହେବାର ସମ୍ଭାବନା ଥିଲା, କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ କିଛି ସପ୍ତାହ ସ୍ଥଗିତ ରଖାଯାଇପାରେ ।

ନୂଆଦିଲ୍ଲୀ : ଦେଶର ସର୍ବ ପୁରାତନ ଜାତୀୟ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି । ସମ୍ପ୍ରତି ନିର୍ବାଚନ ହେବାର ସମ୍ଭାବନା ଥିଲା, କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ କିଛି ସପ୍ତାହ ସ୍ଥଗିତ ରଖାଯାଇପାରେ ।

କଂଗ୍ରେସ ପାର୍ଟି ସୂତ୍ର ଅନୁଯାୟୀ ଅଗଷ୍ଟ 28 ରେ ଅନୁଷ୍ଠିତ ହେବାକୁ ଥିବା CWC ବୈଠକରେ ଅନ୍ତିମ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ । ଏହା ପୂର୍ବରୁ ଅଗଷ୍ଟ 21 ରୁ ସେପ୍ଟେମ୍ବର 20 ମଧ୍ୟରେ ନିର୍ବାଚନ ସୂଚୀ ହେବ ବୋଲି ଘୋଷଣା କରାଯାଇଥିଲା ।

congress

ଗତ କିଛି ଦିନ ଧରି କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଲାଗି ଚର୍ଚ୍ଚା ଲାଗି ରହିଛି । ଏହି ସମୟରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବାକୁ ମନା କରିବା ପରେ ଏହା କଂଗ୍ରେସ ଦଳ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି । ଅନେକ ନେତା ରାହୁଲଙ୍କୁ ଅଧ୍ୟକ୍ଷ ପଦ ଲାଗି ମନାଇବା ନେଇ ମଧ୍ୟ ମତ ପ୍ରକାଶ କରିଥିଲେ । ଏପରିକି ଗାନ୍ଧୀ ପରିବାର ବାହାରୁ ଦଳ ଜଣେ ଅଧ୍ୟକ୍ଷ ଚାହୁଁଥିବା କଳ୍ପନାଜଳ୍ପନା ଲାଗି ରହିଥିଲା ।

ସୂଚନା ଅନୁଯାୟୀ, ନିର୍ବାଚନ ଶେଷ କରିବା ପାଇଁ ଦଳର କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି ଠିକ୍‌ ସମୟରେ ପ୍ରକ୍ରିୟା ଶେଷକରି ଏବେ ନିର୍ବାଚନ ପାଇଁ କଂଗ୍ରେସ କାର୍ଯ୍ୟକମିଟି ବୈଠକର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି; ଯାହା ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବ ଏବଂ ତା'ପରେ କର୍ତ୍ତୃପକ୍ଷ ଏହାକୁ ସୂଚିତ କରିବେ ।

ଯଦି ରାହୁଲ ଗାନ୍ଧୀ ତାଙ୍କ ଜିଦରେ ଅଟଳ ରୁହନ୍ତି ତେବେ ଅଶୋକ ଗେହଲଟ, ମଲ୍ଲିକାର୍ଜୁନ ଖାଡ଼ଗେ, କେସି ବେଣୁଗୋପାଳ, କୁମାରୀ ଶୈଲଜା ଏବଂ ମୁକୁଲ ୱାସନିକଙ୍କ ପରି ନେତାଙ୍କ ନାମ ମଧ୍ୟରୁ ଗୋଟିଏ ଉପରେ ସହମତି ସୃଷ୍ଟି କରିବାକୁ ଚେଷ୍ଟା ହୋଇପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+