ମହଙ୍ଗା ବୃଦ୍ଧି ବିରୋଧରେ କଂଗ୍ରେସର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ
ମୁଦ୍ରାସ୍ଫୀତି ଏବଂ ବେକାରୀ ବୃଦ୍ଧି ବିରୋଧରେ ଆଜି କଂଗ୍ରେସ ଦଳ ଦେଶବ୍ୟାପୀ ବିରୋଧ ପ୍ରଦର୍ଶ କରିବ । ଦଳର କର୍ମୀ ଆଜି ସଂସଦରୁ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟକୁ ଯାଇ ଘେରାଉ କରିବେ ।
ନୂଆଦିଲ୍ଲୀ : ମୁଦ୍ରାସ୍ଫୀତି ଏବଂ ବେକାରୀ ବୃଦ୍ଧି ବିରୋଧରେ ଆଜି କଂଗ୍ରେସ ଦଳ ଦେଶବ୍ୟାପୀ ବିରୋଧ ପ୍ରଦର୍ଶ କରିବ । ଦଳର କର୍ମୀ ଆଜି ସଂସଦରୁ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟକୁ ଯାଇ ଘେରାଉ କରିବେ ।
କଂଗ୍ରେସର ଏହି ପ୍ରତିବାଦରେ ବହୁ ବରିଷ୍ଠ ନେତା ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଦେଶର କଂଗ୍ରେସ କର୍ମୀଙ୍କୁ ଦିଲ୍ଲୀ ଡକାଯାଇଛି । ବିରୋଧ ପ୍ରଦର୍ଶନ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରିବେ ।

ଜନ୍ତରମନ୍ତର କୁ ଛାଡ଼ି ଦିଲ୍ଲୀର ଅନ୍ୟ ସମସ୍ତ ଅଞ୍ଚଳରେ 144 ଧାରା ଲାଗି କରିବା ସହ ବ୍ୟାରିକେଡ୍ କରାଯାଇଛି । ପୋଲିସ୍ କହିଛି ସୁରକ୍ଷା ଦୃଷ୍ଟିରୁ ଆଜିର ବିରୋଧ ପ୍ରଦର୍ଶନକୁ ଅନୁମତି ଦିଆଯାଇନାହିଁ । ଦିଲ୍ଲୀ ବ୍ୟତୀତ ସମସ୍ତ ରାଜ୍ୟରେ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବା ସହ ରାଜଭବନ ଘେରାଉ କରିବେ ଏବଂ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବେ ।
କଂଗ୍ରେସର ଏହି ବିରୋଧ ପ୍ରଦର୍ଶନ କଂଗ୍ରେସ ମୁଖ୍ୟାଳୟରୁ ଆରମ୍ଭ ହେବ । ଦଳ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସମୟ ମିଳି ନଥିବା ସୂଚନା ରହିଛି ।












Click it and Unblock the Notifications