କଳା ପୋଷାକ ପିନ୍ଧି ସଂସଦରେ ପହଞ୍ଚିଲେ କଂଗ୍ରେସ ସାଂସଦ, ସୋନିଆ ଗାନ୍ଧୀ ମଧ୍ୟ ଥିଲେ ଉପସ୍ଥିତ

congress

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ବିରୋଧୀ ଦଳର ବିରୋଧ ପ୍ରଦର୍ଶନ ଜାରି ରହିଛି । ଯାହାର ପ୍ରଭାବ ଉଭୟ ଲୋକସଭା ଏବଂ ରାଜ୍ୟସଭା ପ୍ରକ୍ରିୟା ଉପରେ ପଡ଼ିଛି । ଏହି ନିଷ୍ପତ୍ତିକୁ ବିରୋଧ କରିବାକୁ ସୋମବାର କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ଗୃହରେ ପହଞ୍ଚିଥିଲେ ।

ଅନ୍ୟପକ୍ଷରେ କଂଗ୍ରେସ ବିରୋଧୀ ଦଳର ଏକ ବୈଠକ ଡାକିଥିଲା । ଯେଉଁଥିରେ DMK, SP, JDU, BRS, CPM, RJD, NCP, CPI, IUML, MDMK, KC, TMC, RSP, AAP, J&K NC, ଶିବସେନା (ଉଦ୍ଧବ ଦଳ) ର ସାଂସଦମାନେ ଅଂଶଗ୍ରହଣ କରିଥିଲେ । ବହୁ ବିରୋଧୀ ଦଳ ମଧ୍ୟ କଂଗ୍ରେସକୁ ସମର୍ଥନ କରିଥିଲେ ଏବଂ ଏହାର ସାଂସଦମାନେ କଳା ପୋଷାକ ପିନ୍ଧି ସେଠାରେ ପହଞ୍ଚିଥିଲେ ।

ସୋମବାର ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳମାନେ ହଙ୍ଗାମା କରିଥିଲେ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ସମାପ୍ତ କରିବା ଏବଂ ଆଦାନୀ ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ । ଫଳରେ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ବିରୋଧୀଙ୍କ ଏପରି ନାରାବାଜି ମଧ୍ୟରେ ଲୋକସଭାକୁ ଅପରାହ୍ନ 4 ଟା ଏବଂ ରାଜ୍ୟସଭାକୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ମୋ ସହର କୋଲାରର । କୋଲାର ଟାଉନରେ ଦେଇଥିବା ଭାଷଣ ପାଇଁ ବିଜେପି ସୁରଟରେ ଏକ ମାମଲା ପଞ୍ଜୀକୃତ କରିଛି । ସେମାନେ ଏପରି କରିଛନ୍ତି କାରଣ ସେମାନେ ଏକ ଅନୁକୂଳ ସରକାର ଚାହୁଁଛନ୍ତି ଯାହା ଦ୍ୱାରା ପୋଲିସ, ପ୍ରଶାସନ ବ୍ୟବହାର କରି ରାହୁଲ ଗାନ୍ଧୀଙ୍କୁ ବଦନାମ କରିପାରିବେ ।

ଖଡ଼ଗେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ 18 ଟି ରାଜନୈତିକ ଦଳ ମିଳିତ ସଂସଦୀୟ କମିଟି (ଜେପିସି) ଦାବି କରୁଛୁ । ଏହା ସତ୍ୟକୁ ପଦାକୁ ଆଣିବ ଏବଂ ଲୋକମାନେ ଜାଣିବେ ଯେ ଆମେ କାହିଁକି ଏହି ଦାବି କରୁଛୁ । ସେମାନେ JPC କୁ କାହିଁକି ଡରୁଛନ୍ତି ? ବିଜେପିର 2/3 ସଂଖ୍ୟାଗରିଷ୍ଠତା ଅଛି ଏବଂ ଏଥିରେ ଆପଣଙ୍କର ଅଧିକ ସଦସ୍ୟ ମଧ୍ୟ ରହିବେ ।

ଏଥି ସହିତ ଗୃହର ପ୍ରକ୍ରିୟା ସ୍ଥଗିତ ହେବା ମାତ୍ରେ କଂଗ୍ରେସ ସାଂସଦମାନେ ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ । ସେଠାରେ ସେମାନେ ଆଦାନୀ ପ୍ରସଙ୍ଗରେ ମୋଦୀ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ । ଏହି ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏହି ସମୟରେ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜିୁନ ଖାଡ଼ଗେ ମଧ୍ୟ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+