ଭାରତ ଯୋଡୋ ଯାତ୍ରା ସମୟରେ ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ଦେହାନ୍ତ
କଂଗ୍ରେସର ଭାରତ ଯୋଡୋ ଯାତ୍ରାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଭାରତ ଯୋଡ଼ୋ ଯାତ୍ରା ସମୟରେ ହୃଦଘାତ ଯୋଗୁଁ କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ଦେହାନ୍ତ ହୋଇଛି ।
ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଭାରତ ଯୋଡ଼ୋ ଯାତ୍ରା ସମୟରେ ହୃଦଘାତ ଯୋଗୁଁ କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ଦେହାନ୍ତ ହୋଇଛି ।

ଲୁଧିଆନାରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ସନ୍ତୋଖ ସିଂ ଚୌଧୁରୀ ଯୋଗ ଦେଇଥିଲେ । ଏହି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଡାକ୍ତରଙ୍କ ଅନୁସାରେ ସନ୍ତୋଖ ସିଂହଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି ।
ସନ୍ତୋଖଙ୍କ ଦେହାନ୍ତରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ସନ୍ତୋଖ ସିଂହଙ୍କ ମୃତ୍ୟୁ ସମ୍ପର୍କରେ ଟ୍ୱିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମଲ୍ଲିକାର୍ଜୁନ ଟ୍ୱିଟ କରି ଲେଖିଛନ୍ତି, 'ଆମ ଦଳର ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ଦେହାନ୍ତ ଆମ ଦଳ ତଥା ସଂଗଠନ ପାଇଁ ଏକ ବଡ କ୍ଷତି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।












Click it and Unblock the Notifications