ପେଟ୍ରୋଲର ମୂଲ୍ୟ ବୃଦ୍ଧି ଉପରେ ମୋଦୀ ସରକାର ଉପରେ ବର୍ଷିଲେ ରାହୁଲ, କହିଲେ - ଜୁମଲା ଭରା ବ୍ୟାଗ ନେଇ ଭାରତ ଲୁଟୁଛନ୍ତି
ଦେଶରେ ପ୍ରତିଦିନ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ରର ବିଜେପି ସରକାରଙ୍କୁ ଘେରିଛନ୍ତି । ପଡୋଶୀ ଦେଶ ସହିତ ପେଟ୍ରୋଲର ମୂଲ୍ୟ ତୁଳନା କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ବର୍ତ୍ତମାନର କେନ୍ଦ୍ର ସରକାର ଦେଶ ଲୁଟିବା କାମ କରୁଛନ୍ତି ।
ନୂଆଦିଲ୍ଲୀ : ଦେଶରେ ପ୍ରତିଦିନ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ରର ବିଜେପି ସରକାରଙ୍କୁ ଘେରିଛନ୍ତି । ପଡୋଶୀ ଦେଶ ସହିତ ପେଟ୍ରୋଲର ମୂଲ୍ୟ ତୁଳନା କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ବର୍ତ୍ତମାନର କେନ୍ଦ୍ର ସରକାର ଦେଶ ଲୁଟିବା କାମ କରୁଛନ୍ତି ।

ରାହୁଲ ହ୍ୟାସଟ୍ୟାଗ ମହଙ୍ଗାମୁକ୍ତ ଭାରତ ସହ ଟ୍ୱିଟ କରି ଲେଖିଛନ୍ତି "ଭାରତୀୟ ମୁଦ୍ରାରେ ଆଫଗାନିସ୍ତାନରେ ପେଟ୍ରୋଲ ଦର - 66.99, ପାକିସ୍ଥାନରେ 62.38 ଟଙ୍କା, ଶ୍ରୀଲଙ୍କାରେ 72.96 ଟଙ୍କା, ବାଂଲାଦେଶରେ 78.53 ଟଙ୍କା, ଭୁଟାନରେ 86.28 ଟଙ୍କା, ନେପାଳରେ 97.05 ଟଙ୍କା, ଭାରତ - 101.81 ଟଙ୍କା । 'ଫାକିର'କୁ ପ୍ରଶ୍ନ ପଚାର ନାହିଁ, କ୍ୟାମେରାରେ ଜ୍ଞାନ ବାଣ୍ଟ । ଜୁମଲା ଭରା ବ୍ୟାଗ୍ ନେଇ ଭାରତକୁ ଲୁଟୁଛନ୍ତି ।"
ଆପଣଙ୍କୁ କହି ରଖୁଛୁ ଗତ କିଛି ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ଗତ ଦଶ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 6 ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ଏଥି ସହିତ LPG ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ନିରନ୍ତର ବିରୋଧ ପ୍ରଦର୍ଶନ କରାଯାଉଛି । ରାହୁଲ ଗାନ୍ଧୀ ସୋଶାଲ ମିଡିଆରେ ମଧ୍ୟ ଏହି ବିଷୟରେ କ୍ରମାଗତ ଭାବରେ ଲେଖୁଛନ୍ତି । ଗତ କିଛି ଦିନ ହେବ ରାହୁଲ ପ୍ରାୟ ପ୍ରତ୍ୟେକ ଦିନ ଟ୍ୱିଟରରେ ମୁଦ୍ରାସ୍ଫୀତି ଏବଂ ବେକାରୀ ବିଷୟରେ ଲେଖୁଛନ୍ତି ।
Petrol Rate in Indian Rupees (₹)
Afghanistan: 66.99
Pakistan: 62.38
Sri Lanka: 72.96
Bangladesh: 78.53
Bhutan: 86.28
Nepal: 97.05
India: 101.81प्रश्न न पूछो ‘फ़क़ीर’ से, कैमरा पर बाँटे ज्ञान।
— Rahul Gandhi (@RahulGandhi) March 31, 2022
जुमलों से भरा झोला लेकर, लूटे हिंदुस्तान॥#MehangaiMuktBharat
ମହଙ୍ଗା ବୃଦ୍ଧି ବିରୋଧରେ ଗୁରୁବାର ଠାରୁ କଂଗ୍ରେସ ଦଳ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛି । ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ଦଳର ସାଂସଦଙ୍କ ସହ ଏହି ପ୍ରଦର୍ଶନରେ ଜଡିତ ଅଛନ୍ତି । କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପେଟ୍ରୋଲ, ଡିଜେଲ, ଏଲପିଜି ମୂଲ୍ୟରେ ବୃଦ୍ଧି ହେତୁ ଆମେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛୁ । ଏଥି ସହିତ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମାପ୍ତ ହେବା ମାତ୍ରେ ଏହାର ମୂଲ୍ୟ ବୃଦ୍ଧି ହୋଇଛି । ଇନ୍ଧନ ମୂଲ୍ୟରେ ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ଆମେ ଦାବି କରୁଛୁ । ଇନ୍ଧନ ବୃଦ୍ଧି ହେତୁ ସାଧାରଣ ଲୋକ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ସରକାର ବୁଝିପାରୁ ନାହାଁନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications