କଂଗ୍ରେସରୁ ଲଢିବେ ବଡ଼ ରାଉତରାୟ ସିଦ୍ଧାର୍ଥ
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପାରିବାରିକ ରାଜନୀତି । ସାନ ପୁଅ କଂଗ୍ରେସରୁ ଲଢିବେନ ବୋଲି କହି ପିସିସି ସଦସ୍ୟ ପଦରୁ ବିଦା ପରେ ଏବେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

କଂଗ୍ରେସରୁ ଲଢିବେ ବୋଲି ନିଜେ ସ୍ପଷ୍ଟ କରିଛନ୍ତି ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ଏହା ସହ ରକ୍ତରେ କଂଗ୍ରେସ ଅଛି । ଭଲ ନେତା ଓ ସ୍ଥାନ ଦେଖି ଲଢିବୋ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସିଦ୍ଧାର୍ଥ । ଏପରିକି ଏ ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି ଜଟଣୀରୁ କଂଗ୍ରେସ ବିଧାୟକ ସୁର ରାଉତରାୟ ।
ସୂଚନାଥାଉକି, ଗତ କିଛି ଦିନ ହେବ ରାଜ୍ୟ କଂଗ୍ରେସରେ ସୁର ରାଉତରାୟଙ୍କ ପରିବାରିକ ରାଜନୀତିକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା । ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ଲଢିବୋନି ବୋଲି ମନା କରିଦେଇଥିଲେ । ଏପରିକି ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ପିସିସି ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା ।












Click it and Unblock the Notifications