ବିଧାନସଭାକୁ ସୁରଙ୍କ ମୁଣ୍ଡିଆ, ଆଉ ଆସିବେନି ବିଧାନସଭା...
ଭୁବନେଶ୍ୱର: ବିଧାନସଭାରେ ଲୋକଙ୍କ ସମସ୍ୟା କହିବା ହେଉ ଅବା ହଟ୍ଟଗୋଳ ସମୟରେ ଆଉ ଶୁଭିବନି ବଡ଼ ପାଟି । ବିଧାନସଭା ଗୃହରେ ଆଉ ଦେଖାଯିବେନି ସୁର ରାଉତରାୟ । ନିଜର ନିଆରା ଅନ୍ଦାଜରେ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରୁଥିବା କୌତୁହଳ ଢଙ୍ଗରେ ନିଜର ମତାମତ ରଖୁଥିବା କଂଗ୍ରେସର ଜଟଣୀ ବିଧାୟକ ଆଉ ବିଧାନସଭା ଆସିବେନି ।

ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନରେ ଗୃହରୁ ବାହାରିବା ବେଳେ ମୁଣ୍ଡିଆ ମାରିଛନ୍ତି ସୁର । ମୁଣ୍ଡିଆ ମାରିବା ବେଳେ ଭାବବିହ୍ୱଳ ହୋଇଯାଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉରତାୟ । ଏହାସହ ସୁରେଶ ରାଉତରାୟ କହିଛନ୍ତି, ଏହା ତାଙ୍କର ଶେଷ ବିଧାନସଭା । ସେ ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେଇସାରିଛନ୍ତି । ନିଜେ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ କାମ କରୁଥିଲି କରିବି ବୋଲି କହିଛନ୍ତି ସୁର ।
1977 ମସିହାରେ ପ୍ରଥମଥର ବିଧାୟକ ହୋଇ ଆସିବା ପରେ ଲଗାତାର ଜଟଣୀ ଲୋକଙ୍କ ପାଇଁ ସ୍ୱର ଉଠାଇ ଆସିଛି । ଲୋକଙ୍କ କାମ କରିବାକୁ ବହୁତ ସହଯୋଗ ମିଳିଛି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ବିଧାନସଭାକୁ ଆସିବିନି ଏଥିପାଇଁ ଦୁଃଖ ଲାଗୁଛି ।
ସୂଚନାଥାଉକି, ଜଟଣୀ ଆସନରୁ ବିଧାୟକ ରହିଛନ୍ତି ସୁର । କିନ୍ତୁ 2024 ରେ ସୁର ରାଜନୈତିକ ଲଢେଇରୁ ଦୂରେଇ ରହିବେ । ଏହି ଆସନରେ ନିଜ ସାନପୁଅକୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛନ୍ତି ସୁର । କିନ୍ତୁ ସାନପୁଅ ମନ୍ମଥ ରାଉତରାୟ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେହିଭଳି ବଡପୁଅ ନିମାପଡା ଆସନରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ସୁର ।












Click it and Unblock the Notifications