ମେ ମାସରେ କଂଗ୍ରେସକୁ ମିଳିପାରେ ନୂଆ ଅଧ୍ୟକ୍ଷ, 15 ରୁ 30 ମେ ମଧ୍ୟରେ ହୋଇପାରେ ଦଳୀୟ ନିର୍ବାଚନ

କଂଗ୍ରେସକୁ ଆସନ୍ତା ମେ ମାସରେ ମିଳିପାରେ ନୂଆ ଅଧ୍ୟକ୍ଷ । ଏନେଇ ମେ ମାସର 15 ରୁ 30 ତାରିଖ ମଧ୍ୟରେ ହୋଇପାରେ କଂଗ୍ରେସ ଦଳର ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସର ଦଳର ଅଧ୍ୟକ୍ଷ ମସେତ ଅନ୍ୟ ପଦପଦବୀ ପାଇଁ ମଧ୍ୟ ନିର୍ବାଚନ କରାଯିବ ।

ନୂଆଦିଲ୍ଲୀ : କଂଗ୍ରେସକୁ ଆସନ୍ତା ମେ ମାସରେ ମିଳିପାରେ ନୂଆ ଅଧ୍ୟକ୍ଷ । ଏନେଇ ମେ ମାସର 15 ରୁ 30 ତାରିଖ ମଧ୍ୟରେ ହୋଇପାରେ କଂଗ୍ରେସ ଦଳର ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସର ଦଳର ଅଧ୍ୟକ୍ଷ ମସେତ ଅନ୍ୟ ପଦପଦବୀ ପାଇଁ ମଧ୍ୟ ନିର୍ବାଚନ କରାଯିବ । ମିଳିଥିବା ଥବର ଅନୁଯାୟୀ ଶୁକ୍ରବାର ଅନୁଷ୍ଠିତ କଂଗ୍ରସର କାର୍ଯ୍ୟକାରିଣୀ ବୈଠକରେ ଆସନ୍ତା ମେ ମାସରେ ଅଧ୍ୟକ୍ଷ ଚୟନ ପାଇଁ ଆଲୋଚନ ହୋଇଥିବା ଜଣାଡ଼ିଛି ।

Congress-cwc-meeting

ସୂଚନାଯୋଗ୍ୟ, ମେ ମାସରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଏହି ନିର୍ବାଚନ ଶେଷ ହେବା ପରେ କଂଗ୍ରେସରେ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଏଥି ସହ କଂଗ୍ରେସ କାର୍ଯ୍ୟ କମିଟିର ବୈଠକରେ ଫେବୃଆରୀରେ ଦଳର ଆଭ୍ୟନ୍ତରୀଣ ନିର୍ବାଚନ କରିବାକୁ ରାଜି ହୋଇଥିବା ସୂଚନା ମିଳିଛି ।

ଆପଣଙ୍କୁ କହି ରଖୁଛୁ, ଚଳିତ ବର୍ଷ ଅର୍ଥାତ୍ 2021 ଏପ୍ରିଲ-ମେ ରେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଏବଂ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ହେବ । ସୂଚନାନୁସାରେ, କଂଗ୍ରେସ କାର୍ଯ୍ୟ କମିଟିର ବୈଠକରେ ଫେବୃଆରୀରେ ଦଳର ଆଭ୍ୟନ୍ତରୀଣ ନିର୍ବାଚନ କରିବା ଉଚିତ୍, ଫଳରେ 5ଟା ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିପାରିବ ବୋଲି ଦୁଇଜଣ ସଦସ୍ୟ ପ୍ରସ୍ତାବ ଦେଇଛନ୍ତି । ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଏବଂ ଆସାମରେ କଂଗ୍ରେସ କ୍ଷମତା ବାହାରେ ରହିଛି, କେବଳ ପଣ୍ଡିଚାରୀରେ କଂଗ୍ରେସ ସରକାର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+