କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, 'ଆଦାନୀ-ଅମ୍ବାନୀ ପୂର୍ବରୁ ମୋଦୀଙ୍କୁ ଶେଷ କରିବାକୁ ହେବ'

ମୋଦୀଙ୍କୁ କଡ଼ା ଟାର୍ଗେଟ୍ କରି ରାନ୍ଧୱା କହିଛନ୍ତି ଆମର ସଂଗ୍ରାମ ଆଦାନୀ ସହ ନୁହେଁ, ବରଂ ବିଜେପି ସହିତ । ବିଜେପିକୁ ଶେଷ କର । ଆଦାନୀ-ଅମ୍ବାନୀ ଏକାଠି ଶେଷ ହୋଇଯିବେ ।

Sukhjinder Singh Randhawa

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂହ ରାନ୍ଧୱା । ଏମାନଙ୍କୁ ସେ ଇଷ୍ଟ ଇଣ୍ଡିଆ କମ୍ପାନୀ ସହିତ ତୁଳନା କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ସୁଖଜିନ୍ଦର ବିବାଦୀୟ ବୟାନ ଦେଇଛନ୍ତି । ସେ ଅଭିଯୋଗ କରି କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମୋଦୀ ପୁଲୱାମା ଘଟଣା କରି ନାହାହାଁନ୍ତି ତ ? ଏଥିସହିତ ନରେନ୍ଦ୍ର ମୋଦୀଙ୍କୁ ଅସାଧୁ ବୋଲି ମଧ୍ୟ କହିବାକୁ ପଛାଇ ନାହାଁନ୍ତି ସୁଖଜିନ୍ଦର ସିଂହ ।

ଏହି ସମୟରେ ମୋଦୀଙ୍କୁ କଡ଼ା ଟାର୍ଗେଟ୍ କରି ରାନ୍ଧୱା କହିଛନ୍ତି ଆମର ସଂଗ୍ରାମ ଆଦାନୀ ସହ ନୁହେଁ, ବରଂ ବିଜେପି ସହିତ । ବିଜେପିକୁ ଶେଷ କର । ଆଦାନୀ-ଅମ୍ବାନୀ ଏକାଠି ଶେଷ ହୋଇଯିବେ । ଯେତେବେଳେ କଂଗ୍ରେସ ଆସିବ, ଆଦାନୀ-ଅମ୍ବାନୀ ଆସିବା ଉଚିତ୍ ନୁହେଁ । ସେମାନେ ଜେଲ ଯିବା ଉଚିତ୍ । ଆମର ଅନେକ ନେତା ସେମାନଙ୍କୁ ସାଙ୍ଗରେ ଯେପରି ନ ନିଅନ୍ତି, ସେଥି ପ୍ରତି ଯତ୍ନବାନ ହେବାକୁ ପଡ଼ିବ ।

ଏହା ସହିତ ସେ କହିଛନ୍ତି ଯେ ଯଦି ଦେଶକୁ ବଞ୍ଚାଇବାରେ ଅଛି, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମେ ହଟାଇବାକୁ ପଡିବ । ସେବେ ଯାଇ ଦେଶ ଆଗକୁ ବଢିପାରିବ ।

ଏହି ପ୍ରତିବାଦ ସମୟରେ କଂଗ୍ରେସ ନେତା ସୁଖଜିନ୍ଦର ସିଂହ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମୋଦୀ ନ ରୁହନ୍ତି ତେବେ ଦେଶ ଆପେ ଆପେ ରକ୍ଷା ପାଇବ । ଦେଶକୁ ବଞ୍ଚାଇବା ପାଇଁ ପିଏମ ମୋଦୀଙ୍କୁ ହଟାଇବାକୁ ପଡିବ । ମୋଦୀ ନ ରହିଲେ ଆଦାନୀ ଏବଂ ଅମ୍ବାନୀ ଶେଷ ହୋଇଯିବେ । ଧାନମନ୍ତ୍ରୀ ମୋଦୀଙ୍କୁ ହଟାଇବା ପୂର୍ବରୁ ଆଦାନୀ-ଅମ୍ବାନୀ ଶେଷ ହୋଇପାରିବେ ନାହିଁ ।

ସୁଖଜିନ୍ଦର ଆହୁରି କହିଛନ୍ତି ଯେ ମୋର ଆଦାନୀ-ଅମ୍ବାନୀଙ୍କ ସହ ଶତ୍ରୁତା ନାହିଁ, ପ୍ରଧାନମନ୍ତ୍ରୀ ମୋଦୀ ନଥିଲେ ହିଁ ସେମାନଙ୍କୁ ଅଟକାଇ ପାରିବ । ପ୍ରଧାନମନ୍ତ୍ରୀ ମୋଦୀ ଦେଶଭକ୍ତି କ'ଣ ଜାଣନ୍ତି ନାହିଁ । ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କ ପରିବାର ଜେଲ ଯାଇ ନଥିଲେ । କଂଗ୍ରେସ ନେତାମାନେ ଜେଲକୁ ଯାଇ ଫାଶୀ ପାଇଥିଲେ ବୋଲି କହିଛନ୍ତି ସୁଖଜିନ୍ଦର ସିଂହ ।

ସେ କହିଛନ୍ତି ଯେ ଆଦାନୀ-ଅମ୍ବାନୀ ମିଶି ଦେଶକୁ ଖାଲି କରି ଧ୍ୱଂସ କରିଦେବେ । ଆମେ ପୁଣି ଦାସତ୍ୱ ଆଡକୁ ଗତି କରୁଛୁ । ଆଦାନୀ ଇଷ୍ଟ ଇଣ୍ଡିଆ କମ୍ପାନୀ ପରି ଭାରତରେ କାମ କରୁଛନ୍ତି । ସେଥିପାଇଁ ସେମାନଙ୍କୁ ରୋକିବାକୁ ହେବ । ନଚେତ୍ ଦେଶ ଧ୍ୱଂସ ହେବ । ଯଦି ପିଏମ ମୋଦୀ ସମାପ୍ତ ହୁଅନ୍ତି, ତେବେ ଆଦାନୀ ଏବଂ ଅମ୍ବାନୀ ମଧ୍ୟ ଶେଷ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+