ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କଲେ ସୋନିଆ ଗାନ୍ଧୀ

କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଲେଖିଛନ୍ତି ଯେ ମୁଲାୟମ ସିଂହ ଯାଦବ ଜୀ ଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ । ସମାଜବାଦୀ ଚିନ୍ତାଧାରାର ଏକ ସ୍ୱର ଆଜି ମୌନ ହୋଇଗଲା ।

ଲକ୍ଷ୍ନୌ : ମୁଲାୟମ ସିଂହ ଯାଦବଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି କଂଗ୍ରେସର ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଆଜି 82 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ନେତା ତଥା ବିରୋଧୀ ଦଳ ଦୁଃଖ ପ୍ରକାଶ କରିଛନ୍ତି ।

mulayam singh yadav - sonia gandhi

କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଲେଖିଛନ୍ତି ଯେ ମୁଲାୟମ ସିଂହ ଯାଦବ ଜୀ ଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ । ସମାଜବାଦୀ ଚିନ୍ତାଧାରାର ଏକ ସ୍ୱର ଆଜି ମୌନ ହୋଇଗଲା । ଦେଶର ପ୍ରତିରକ୍ଷା ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ମୁଲାୟମ ସିଂହ ଜୀଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ । କେବଳ ସେତିକି ନୁହେଁ, ଦଳିତ ତଥା ବଞ୍ଚିତଙ୍କ ପାଇଁ ତାଙ୍କର ସଂଗ୍ରାମ ସର୍ବଦା ସ୍ମରଣୀୟ ହୋଇ ରହିବ ।

ଯେତେବେଳେ ବି ଦେଶର ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ଆବଶ୍ୟକ ହୁଏ, କଂଗ୍ରେସ ସବୁବେଳେ ତାଙ୍କ ସମର୍ଥନ ପାଇଥାଏ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତ ଦିଅନ୍ତୁ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ସମୟ । ଅଖିଳେଶ ଏବଂ ତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି । ଦିବଙ୍ଗତ ଆତ୍ମାକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+