'ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ...' କହିଥିବା କଂଗ୍ରେସ ନେତା ରାଜା ପାଟେରିଆ ଗିରଫ
ଗିରଫ ହେଲେ କଂଗ୍ରେସ ନେତା ରାଜା ପାଟେରିଆ । ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ...' କହିଥିବା ଅଭିଯୋଗରେ ପାନ୍ନା ପୋଲିସ୍ ତାଙ୍କୁ ଅଟକ ରଖିଛି ।
ଭୋପାଳ: ଗିରଫ ହେଲେ କଂଗ୍ରେସ ନେତା ରାଜା ପାଟେରିଆ । 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ...' କହିଥିବା ଅଭିଯୋଗରେ ପାନ୍ନା ପୋଲିସ୍ ତାଙ୍କୁ ଅଟକ ରଖିଛି । କଂଗ୍ରେସ ନେତା ରାଜା ପାଟେରିଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପରେ ପୋଲିସ ମଙ୍ଗଳବାର ସକାଳେ ପାନ୍ନାସ୍ଥିତ ତାଙ୍କ ଘରୁ ଗିରଫ କରିଛି ।

'ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ...' ବୋଲି ରବିବାର ଦେଇଥିବା ବୟାନ ପାଇଁ ତାଙ୍କ ବିରୋଧରେ ସୋମବାର ଏଫ୍ଆଇଆର୍ ଦାଖଲ କରାଯାଇଥିଲା । ରବିବାର ଦିନ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ବେଳେ ରାଜ ପାଟେରିଆ କହୁଥିବା ଦେଖିବାକୁ ମିଳିଛି ଯେ, 'ସରକାର କିମ୍ବା ପ୍ରଶାସନର କୌଣସି ଚାପକୁ ପ୍ରତିରୋଧ କରିବାର ଆବଶ୍ୟକତା ରହିଛି । ମୋଦୀ ନିର୍ବାଚନ ଶେଷ କରିବେ । ଧର୍ମ, ଜାତି ଏବଂ ଭାଷା ଆଧାରରେ ସେମାନେ ଭାଗ କରିବେ । ସଂଖ୍ୟାଲଘୁ, ଦଳିତ ଏବଂ ଜଙ୍ଗଲବାସୀ (ଆଦିବାସୀ) ଙ୍କ ଜୀବନ ବିପଦରେ । ଯଦି ଆମକୁ ସମ୍ବିଧାନ ବଞ୍ଚାଇବା ପାଇଁ ଆପଣଙ୍କୁ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ଏହା ପରେ ବିଜେପି କଂଗ୍ରେସ ଦଳକୁ ସମାଲୋଚନା କରିଛି । ଅନ୍ୟପକ୍ଷରେ ଭାଷଣର ଭିଡିଓ ଭାଇରାଲ ହେବା ପରେ ରାଜା ପାଟେରିଆ ଦାବି କରିଛନ୍ତି ଯେ ତାଙ୍କ ବିବୃତ୍ତିକୁ ଭୁଲ ଭାବେ ଉପସ୍ଥାପନା କରାଯାଇଛି । କିନ୍ତୁ କଂଗ୍ରେସ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।
Damoh, Madhya Pradesh | Congress leader and former minister Raja Pateria detained by Panna Police from his residence, in connection with his alleged ‘kill Modi’ remarks. FIR was registered against him in Pawai of Panna yesterday. pic.twitter.com/Q62OUvGuM1
— ANI (@ANI) December 13, 2022
ତାଙ୍କର ଏହି ବୟାନ ଥିବା ଭିଡ଼ିଓ ଭାଇରାଲ ହେବା ପରେ ବିଜେପି ନେତାମାନେ କଂଗ୍ରେସ ଏବଂ ଏହାର ନେତାଙ୍କ ଉପରେ ବର୍ଷିଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଯେଉଁମାନେ ଭାରତ ଯୋଡ଼ୋର ନାଟକ ନାଟକ କରୁଛନ୍ତି ସେମାନଙ୍କ ବାସ୍ତବତା ସାମ୍ନାକୁ ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ହୃଦୟରେ ରୁହନ୍ତି, ସେ ହେଉଛନ୍ତି ସମଗ୍ର ଦେଶର ସମ୍ମାନ ଓ ବିଶ୍ୱାସର କେନ୍ଦ୍ର । ଯେତେବେଳେ କଂଗ୍ରେସ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ ସେତେବେଳେ କଂଗ୍ରେସ ନେତାମାନେ ମୋଦୀଙ୍କୁ ହତ୍ୟା କରିବା କଥା କହୁଛନ୍ତି ।












Click it and Unblock the Notifications