Get Updates
Get notified of breaking news, exclusive insights, and must-see stories!

ତେଲେଙ୍ଗାନାରେ ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ, ଖମ୍ମମରେ ସାଧାରଣ ସଭାକୁ କରିବେ ସମ୍ବୋଧନ

ହାଇଦ୍ରାବାଦ : ଚଳିତ ବର୍ଷ ଶେଷରେ ହେବାକୁ ଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ସକ୍ରିୟ ହୋଇ ଉଠିଛି । କର୍ଣ୍ଣାଟକ ନିର୍ବାଚନରେ ବିଜୟ ପରେ ଦଳ ଅନ୍ୟ ରାଜ୍ୟରେ ଶାସନ ଭାର ହାତେଇବାକୁ ଲକ୍ଷ୍ୟ ରଖିଛି । ଏହି ସମୟରେ ଆଜି, ଜୁଲାଇ 2 ରବିବାର ଦିନ କଂଗ୍ରେସ ନେତା ରାହୁଲ ତେଲେଙ୍ଗାନାର ଖମ୍ମମରେ ପହଞ୍ଚି ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ । ଏହି ରାଲି ମାଧ୍ୟମରେ ରାହୁଲ ଗାନ୍ଧୀ ତେଲେଙ୍ଗାନାରେ ନିର୍ବାଚନୀ ବିଗୁଲ ବଜାଇବେ ।

Rahul Gandhi

ପାର୍ଟି ସୂତ୍ରରୁ ପ୍ରକାଶ ଯେ, ଏହି ସମୟରେ ରାହୁଲ ଗାନ୍ଧୀ କଂଗ୍ରେସ ନେତା ବିକ୍ରମାର୍କଙ୍କୁ ମଧ୍ୟ ସମ୍ମାନିତ କରିବେ, ଯିଏକି 108 ଦିନ ପାଇଁ 1360 କିଲୋମିଟର ପଦଯାତ୍ରା କରିଥିଲେ । ଏପରିକି ପୂର୍ବତନ ସାଂସଦ ପଙ୍ଗୁଲେଟି ଶ୍ରୀନିବାସା ରେଡ୍ଡୀ ଏହି ସାଧାରଣ ସଭାରେ କଂଗ୍ରେସରେ ଯୋଗଦେବେ । ନିକଟରେ ଶ୍ରୀନିବାସା ରେଡ୍ଡୀ ଏବଂ ପୂର୍ବତନ ମନ୍ତ୍ରୀ ଜୁପ୍ପଲୀ କୃଷ୍ଣା ରାଓ କଂଗ୍ରେସରେ ଯୋଗଦେବାକୁ ଘୋଷଣା କରିଥିଲେ ।

ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (ଟିଆରପିସି) ସଭାପତି ତଥା ସାଂସଦ ଏ ରେୱନ୍ତ ରେଡ୍ଡୀ କହିଛନ୍ତି ଯେ ଖମ୍ମମରେ ଏହି ରାଲି ସହ ଦଳ ରାଜ୍ୟରେ ବିଆରଏସ ସରକାରକୁ ଶେଷ କରିବ । ରେଡ୍ଡୀ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମର ଯାଞ୍ଚ କରିଥିଲେ । ସେ କହିଛନ୍ତି ଯେ ଖମ୍ମନ ରାଲିରେ କଂଗ୍ରେସ ରାଜ୍ୟରେ ନିର୍ବାଚନ ବିଗୁଲ ବଜାଇବ ।

ରେଡ୍ଡୀ ଦାବି କରିଛନ୍ତି ଯେ ବିଆରଏସ ଦ୍ୱାରା ଆୟୋଜିତ ବୈଠକ ଅପେକ୍ଷା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ଅଧିକ ଲୋକ ଯୋଗଦେବେ । ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଦଳ ବ୍ୟାପକ ପ୍ରସ୍ତୁତି କରିଛି । ଏଠାରେ ବିଆରଏସ ଏବଂ ବିଜେପି ପକ୍ଷରୁ ଦଳ ପାଇଁ ବିପଦ ରହିଛି । କାରଣ ବିଜେପି ରାଜ୍ୟରେ ଦ୍ୱିତୀୟ ଦଳ ଭାବେ ଉଭା ହୋଇଛି ।

ବିଜେପି ଏଠାରେ ଦୁଇଟି ବିଧାନସଭା ଉପନିର୍ବାଚନ ଜିତି ସାରିଛି । ଏହା ସହିତ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିଥିଲା । ଏହି କାରଣରୁ କଂଗ୍ରେସ ମୁଖ୍ୟ ବିରୋଧୀ ମାନ୍ୟତା ହରାଇବାର ଭୟ ରହିଛି । 2014 ରେ ରାଜ୍ୟ ଗଠନ ପରଠାରୁ ତେଲେଙ୍ଗାନାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହୋଇଆସୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+