କନ୍ୟାକୁମାରୀରୁ ଆରମ୍ଭ ହେଲା କଂଗ୍ରେସର 'ଭାରତ ଯୋଡା ଯାତ୍ରା', ଶୁଭାରମ୍ଭ କଲେ ରାହୁଲ ଗାନ୍ଧୀ
କନ୍ୟାକୁମାରୀରେ ଏକ ମେଗା ରାଲିରୁ କଂଗ୍ରେସ ଏହାର 3,570 କିଲୋମିଟର ଲମ୍ବା 'ଭାରତ ଯୋଡା ଯାତ୍ରା' ଆରମ୍ଭ କରିଛି । ସନ୍ଧ୍ୟା 5 ଟା ସମୟରେ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ ହୋଇଛି ।
ନୂଆଦିଲ୍ଲୀ : ଆରମ୍ଭ ହେଲା କଂଗ୍ରସର 'ଭାରତ ଯୋଡ଼ ଯାତ୍ରା' । ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କ ପାଖକୁ ଯାଇ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିବ କଂଗ୍ରେସ ।

କନ୍ୟାକୁମାରୀରେ ଏକ ମେଗା ରାଲିରୁ କଂଗ୍ରେସ ଏହାର 3,570 କିଲୋମିଟର ଲମ୍ବା 'ଭାରତ ଯୋଡା ଯାତ୍ରା' ଆରମ୍ଭ କରିଛି । ସନ୍ଧ୍ୟା 5 ଟା ସମୟରେ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ ହୋଇଛି । ଡିଏମକେ ଅଧ୍ୟକ୍ଷ ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ 'ଭାରତ ଯୋଡା ଯାତ୍ରା' ଆରମ୍ଭ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାତୀୟ ପତାକା ପ୍ରଦାନ କରିଥିଲେ । ଉଭୟ ନେତା ତ୍ରିରଙ୍ଗାକୁ ସଲାମ୍ କରିଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅପରାହ୍ନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପାଇଁ କନ୍ୟାକୁମାରୀରେ ପହଞ୍ଚିଥିଲେ । ଯେଉଁଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ । କଂଗ୍ରେସର ପ୍ରସ୍ତାବିତ 'ଭାରତ ଯୋଡା ଯାତ୍ରା' ସେପ୍ଟେମ୍ବର 7 ରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ନଭେମ୍ବର 25 ରେ ମାଲୱା-ନିମାଡ଼ ଅଞ୍ଚଳରୁ ମଧ୍ୟପ୍ରଦେଶରେ ପ୍ରବେଶ କରିବ । ଭାରତ ଯୋଡ଼ୋ ପଦଯାତ୍ରା ସେପ୍ଟେମ୍ବର 11 ରେ କେରଳରେ ପହଞ୍ଚିବ ଏବଂ ଆଗାମୀ 18 ଦିନ ପାଇଁ ରାଜ୍ୟରେ ପରିକ୍ରମା କରି ସେପ୍ଟେମ୍ବର 30 ରେ କର୍ଣ୍ଣାଟକରେ ପହଞ୍ଚିବ । ଏହା ପରେ ଉତ୍ତର ଆଡ଼କୁ ନ୍ୟ ରାଜ୍ୟକୁ ଯିବ ।
ଏହି ପାଞ୍ଚ ମାସର ପଦଯାତ୍ରାରେ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ଏହା କେଉଁ ତପସ୍ୟା ଠାରୁ କମ୍ ନୁହେଁ । ରାହୁଲ ଗାନ୍ଧୀ 22 ଅଗଷ୍ଟରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଭାରତୀୟ ସଂସ୍କୃତିରେ ଆମର ରୀତିନୀତିରେ ଦୁଇଟି ଜିନିଷ ଗୁରୁତ୍ୱପୂର୍ଣ୍ଣ - ଉପାସନା ଏବଂ ତପସ୍ୟା । ମୁଁ ତପସ୍ୟା ପାଇଁ ବାହାରୁଛି ।












Click it and Unblock the Notifications