‘40 ପ୍ରତିଶତ କମିଶନ ନେଉଥିବା ସରକାର, ସବୁଠାରୁ ଦୁର୍ନୀତିଗ୍ରସ୍ତ', କର୍ଣ୍ଣାଟକରେ ବିଜେପି ଉପରେ ବର୍ଷିଲେ ରାହୁଲ

ବେରୋଜଗାର ହ୍ରାସ ପାଇଁ କେନ୍ଦ୍ର ସରକାର କିଛି କରୁନାହାଁନ୍ତି । ତେଣୁ କଂଗ୍ରେସ ଦଳ 2 ବର୍ଷ ପାଇଁ ବେକାର ସ୍ନାତକମାନଙ୍କୁ ମାସକୁ 3000 ଟଙ୍କା ଏବଂ ଡିପ୍ଲୋମା ଧାରୀଙ୍କୁ 2 ବର୍ଷ ପାଇଁ ମାସିକ 1,500 ଟଙ୍କା ଦେବ ।

Rahul Gandhi - mallikarjun kharge

ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ସେଠାକାର ରାଜନୈତିକ ମାହୋଲ ସେତେ ସରଗରମ ହୋଇଉଠୁଛି । ରାଜ୍ୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରଚାର ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ମଧ୍ୟ ସରକାର ଗଠନ ଆଶାରେ ରାଜ୍ୟରେ ଜୋରଦାର ପ୍ରସ୍ତୁତି କରୁଛି ।

ଏହି ସମୟରେ କଂଗ୍ରେସ ବେଲାଗାଭିରେ ଯୁବ କ୍ରାନ୍ତି ସମାଗମ ରାଲି ଆୟୋଜନ କରିଥିଲା । ଏଥିରେ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ସମେତ ବହୁ ବରିଷ୍ଠ ନେତା ଏବଂ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ପହଞ୍ଚିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ଯୁବକମାନଙ୍କ ପ୍ରସଙ୍ଗ ଉଠାଇଥିଲେ । ରୋଜଗାର ଯୋଗାଇ ନ ଥିବାରୁ କେନ୍ଦ୍ର ଓ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରା ସମୟରେ ଏଠାରେ ଯୁବକମାନେ କହିଥିଲେ ଯେ ସେମାନେ ଏଠାରେ କୌଣସି ଚାକିରି ପାଇ ନାହାଁନ୍ତି ଏବଂ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଏହି ସରକାର ଭାରତର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର । ଏହା 40 ପ୍ରତିଶତ କମିଶନ ସରକାର । ସେ ଆହୁରି ମଧ୍ୟ କହିଛନ୍ତି ଯେ ବେରୋଜଗାର ହ୍ରାସ ପାଇଁ କେନ୍ଦ୍ର ସରକାର କିଛି କରୁନାହାଁନ୍ତି । ତେଣୁ କଂଗ୍ରେସ ଦଳ 2 ବର୍ଷ ପାଇଁ ବେକାର ସ୍ନାତକମାନଙ୍କୁ ମାସକୁ 3000 ଟଙ୍କା ଏବଂ ଡିପ୍ଲୋମା ଧାରୀଙ୍କୁ 2 ବର୍ଷ ପାଇଁ ମାସିକ 1,500 ଟଙ୍କା ଦେବ । ଏହା ବ୍ୟତୀତ ସେ 10 ଲକ୍ଷ ଯୁବକଙ୍କୁ ରୋଜଗାର ଏବଂ 2.5 ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ରାହୁଲ ଅଭିଯୋଗ କରିଛନ୍ତି ଯେ କଣ୍ଟ୍ରାକ୍ଟର ଆସୋସିଏସନ ଏବଂ ସ୍କୁଲ ମ୍ୟାନେଜମେଣ୍ଟ 40 ପ୍ରତିଶତ କମିଶନଙ୍କ ପ୍ରସଙ୍ଗରେ ପିଏମ ମୋଦୀଙ୍କୁ ଏକ ଚିଠି ଲେଖିଥିଲେ ମଧ୍ୟ ସେ ଏଥିରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ନିକଟରେ ଗିରଫ ହୋଇଥିବା ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କ ପୁଅ ପ୍ରସଙ୍ଗ ମଧ୍ୟ ସେ ଉଠାଇଥିଲେ । ସେ କହିଛନ୍ତି ଯେ ଏଠାରେ ବିଧାୟକଙ୍କ ପୁଅ ଦୁର୍ନୀତିରେ ଧରାପଡିଛନ୍ତି । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି । 2-3 ଜଣ ଲୋକ ଏହି ଦୁର୍ନୀତିର ସମ୍ପୂର୍ଣ୍ଣ ଲାଭ ପାଆନ୍ତି ।

କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ମୋଦୀ ଜୀ ... ଆମକୁ ମାଟିରେ ପୋତିବା ପାଇଁ କଠିନ ଚେଷ୍ଟା କରନ୍ତୁ, କିନ୍ତୁ ଆମେ ମଞ୍ଜି, ବାରମ୍ବାର ବଢିଚାଲିବୁ । ରାଜ୍ୟରେ କଂଗ୍ରେସ ସରକାର ଗଠନ ହେଲେ ଯୁବକମାନଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଏହା ସହିତ ସେମାନଙ୍କ ପାଇଁ ବେକାରୀ ଭତ୍ତା ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+