Get Updates
Get notified of breaking news, exclusive insights, and must-see stories!

ସୋନିଆ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ

ଶୁକ୍ରବାର ଦିନ ପ୍ରିୟଙ୍କା ଗାନ୍ଧୀଙ୍କ କରୋନା ରିପୋର୍ଟ ସକାରାତ୍ମକ ଆସିଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ଏବଂ ସେ ଘରେ ଆଇସୋଲେସନ ରେ ଅଛନ୍ତି ।

ନୂଆଦିଲ୍ଲୀ : କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୁରୁବାର ଦିନ କରୋନା ସକାରାତ୍ମକ ଥିବା ଜଣାପଡିଛି । ଏହାର ଗୋଟିଏ ଦିନ ପରେ ଶୁକ୍ରବାର ଦିନ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କ ରିପୋର୍ଟ ମଧ୍ୟ ସକାରାତ୍ମକ ଆସିଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ଏବଂ ସେ ଘରେ ଆଇସୋଲେସନ ରେ ଅଛନ୍ତି ।

Priyanka Gandhi

ପ୍ରିୟଙ୍କା ଗାନ୍ଧୀ ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି ଯେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ମୋର କୋଭିଡର ସାମାନ୍ୟ ଲକ୍ଷଣ ଅଛି । କୋଭିଡ ପ୍ରୋଟୋକଲ ଅନୁସରଣ କରି ମୁଁ ନିଜକୁ ଘରେ ଅଲଗା ରଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଯେଉଁ ଲୋକଙ୍କୁ ଗତ କିଛି ଦିନ ମଧ୍ୟରେ ଭେଟିଛି, ଦୟାକରି ସେମାନେ ଯାଞ୍ଚ କରାନ୍ତୁ ଏବଂ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲାଙ୍କ ଅନୁଯାୟୀ ସୋନିଆ ଗାନ୍ଧୀଙ୍କୁ ବୁଧବାର ସନ୍ଧ୍ୟାରେ ଜ୍ୱର ହୋଇଥିଲା । ଯାହା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଯାହାର ରିପୋର୍ଟ ସକରାତ୍ମକ ଆସିଛି । ଡାକ୍ତରୀ ପରାମର୍ଶ ପରେ ସେ ନିଜକୁ ଅଲଗା ରଖିଛନ୍ତି । ସୁରଜେୱାଲାଙ୍କ କହିବାନୁସାରେ, ଗତ କିଛି ଦିନ ମଧ୍ୟରେ କଂଗ୍ରେସ ସଭାପତିଙ୍କୁ ଭେଟିଥିବା ଅନେକ ନେତା ଓ କର୍ମୀ ସକାରାତ୍ମକ ହୋଇଛନ୍ତି । ଏହି ସମୟରେ ପ୍ରିୟଙ୍କା ମଧ୍ୟ ଲକ୍ଷ୍ନୌର ଚିନ୍ତନ ଶିବିରରୁ ଫେରି ଆସିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+