ଆଜି ଜେଲରୁ ମୁକୁଳିବେ ନବଜୋତ ସିଂହ ସିଦ୍ଧୁ

ପଟିଆଲା : କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ଜେଲରୁ ମୁକୁଳିବେ । ତାଙ୍କର ଭଲ ଆଚରଣ ହେତୁ ସିଦ୍ଧୁଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯାଉଛି ।
1988 ମସିହାର ରୋଡ୍ ରେଜ୍ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲଦଣ୍ଡ ଦେଇଥିଲେ । 2022 ମେ' 20 ପଟିଆଲା ଜେଲରେ ଅଛନ୍ତି ନବଜୋତ ସିଂ ସିଦ୍ଧୁ ।
ଜେଲରୁ ମୁକୁଳିବା ପରେ ନବଜୋତ ସିଂହ ସିଦ୍ଧୁ ପଟିଆଲା ଜେଲ ବାହାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହାପୂର୍ବରୁ ପଞ୍ଜାବ କଂଗ୍ରେସର ନେତାମାନେ ତାଙ୍କୁ ଭେଟି ଆଗାମୀ ରଣନୀତି ଉପରେ ଆଲୋଚନା କରିଥିଲେ ।
ତାଙ୍କ ଓକିଲ ଏଚପିଏସ୍ ବର୍ମା ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି । ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ହୋଇଥିବା ଟ୍ୱିଟରେ କୁହାଯାଇଛି ଯେ 'ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛୁ ଯେ ସର୍ଦ୍ଦାର ନବଜୋତ ସିଂହ ସିଦ୍ଧୁ ଆଜି ପଟିଆଲା ଜେଲରୁ ମୁକୁଳିବେ' । ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି ।
ତାଙ୍କୁ ସ୍ୱାଗତ କରିବା ପାଇଁ ପଟିଆଲା ଜେଲ୍ର ଗେଟ୍ ବାହାରେ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଅଛନ୍ତି । ଆଉ କିଛି ସମୟ ପରେ ସିଦ୍ଧୁ ଜେଲ୍ରୁ ବାହାରିବେ । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ତାଙ୍କୁ ସ୍ୱାଗତ କରିବାକୁ ଜେଲ୍ ଗେଟ୍ ପାଖକୁ ଆସିପାରନ୍ତି ବୋଲି କୁହାଯାଉଛି ।












Click it and Unblock the Notifications