Get Updates
Get notified of breaking news, exclusive insights, and must-see stories!

ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର, ଅନ୍ୟ ରାଜ୍ୟ ଭଳି ପେନସ୍ ଦେବାକୁ କଲେ ଦାବି

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ଶୂନ୍ୟକାଳରେ ଉଠିଲା ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠାଇଛନ୍ତି । ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଫ୍ରି ଏଣ୍ଟ୍ରି ମିଳୁ । ଏହାଛଡ଼ା ଅନ୍ୟ ରାଜ୍ୟଭଳି ଓଡ଼ିଶାରେ ବି ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ କରାଯାଉ ବୋଲି ନରସିଂହ ଦାବି କରିଛନ୍ତି ।

Narasingha Mishra

ଦୀର୍ଘଦିନ ହେବ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳୁନାହିଁ । ତେଣୁ ସରକାର ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ । ସେହିଭଳି ଅନ୍ୟ ରାଜ୍ୟରେ ପେନସନ ବ୍ୟବସ୍ଥା ଥିବା ବେଳେ ଓଡ଼ିଶାରେ ବି ସାମ୍ବାଦିକଙ୍କୁ ପେନସନ ଦିଆଯାଉ ବୋଲି ଦାବି କରିଛନ୍ତି ନରସିଂହ ।

ସେହିପରି ପଶ୍ଚିମାଞ୍ଚଳ ପ୍ରାଥମିକ ଶିକ୍ଷକ ଫୋରମ୍ 6 ବର୍ଷ ଧରି 3 ଦଫା ଦାବିରେ ଆନ୍ଦୋଳନ କରୁଛି । ସରକାର ପ୍ରତିହିଂସା ପରାୟଣ ହୋଇ ଦୁଇ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି, ଏହା ଦୁର୍ଭାଗ୍ୟ ଜନକ । ଏହାବାଦ୍ ବଲାଙ୍ଗୀର ଜମି ହଡ଼ପ ଘଟଣାରେ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି ବୋଲି କହିଛନ୍ତି ନରସିଂହ । 4000 କୋଟି ଟଙ୍କାର ଦୁର୍ନୀତି ହୋଇଛି, ସରକାରଙ୍କ କ୍ଷତି ହୋଇଛି । ସରକାର ଚୁପ୍ କାରଣ ଯିଏ ଦୋଷୀ ସେ ହେଉଛନ୍ତି ବିଜେଡ଼ିର ବରିଷ୍ଠ ଉପ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ ବୋଲି କହିଛନ୍ତି ନରସିଂହ ।

ଅନ୍ୟପକ୍ଷରେ ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍ । ସନ୍ଧ୍ୟା 5 ଟା ରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହାସହ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆଗାମୀ 4 ମାସ ପାଇଁ ପ୍ରାୟ 90 ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ‌ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+