କଂଗ୍ରେସର ରାଜ୍ୟସଭା ତାଲିକା ପ୍ରକାଶ ପରେ ଦଳ ମଧ୍ୟରେ ଆରମ୍ଭ ହୋଇଛି ବାଦ ବିବାଦ, ଅସନ୍ତୋଷ ପ୍ରକାଶ କଲେ ପୱନ ଖେଡା
ରାଜ୍ୟସଭା ଟିକେଟ୍ ଦିଆଯାଇଥିବା 10 ଜଣ ପ୍ରାର୍ଥୀଙ୍କ ନାମ ଦଳ ପ୍ରକାଶ କରିଛି । ରାଜ୍ୟସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ଦଳ ଭିତରେ ଅସନ୍ତୋଷ ସ୍ପଷ୍ଟ ଦେଖାଦେଇଛି । କଂଗ୍ରେସର ବରିଷ୍ଠ ନେତାମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ।
ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ରାଜ୍ୟସଭା ଟିକେଟ୍ ଦିଆଯାଇଥିବା 10 ଜଣ ପ୍ରାର୍ଥୀଙ୍କ ନାମ ଦଳ ପ୍ରକାଶ କରିଛି । ରାଜ୍ୟସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ଦଳ ଭିତରେ ଅସନ୍ତୋଷ ସ୍ପଷ୍ଟ ଦେଖାଦେଇଛି । କଂଗ୍ରେସର ବରିଷ୍ଠ ନେତାମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ରାଜସ୍ଥାନରୁ ରଣଦୀପ ସିଂହ ସୁରଜେୱାଲା, ମୁକୁଲ ୱାସନିକ, ପ୍ରମୋଦ ତିୱାରୀଙ୍କୁ ଦଳ ଟିକେଟ ଦେଇଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ତିନି ଜଣ ପ୍ରାର୍ଥୀ ରାଜସ୍ଥାନର ନୁହଁନ୍ତି । ଏଭଳି ପରିସ୍ଥିତିରେ ଦଳ ଭିତରେ ବାଦ ବିବାଦ ଆରମ୍ଭ ହୋଇଛି ।

ରାଜସ୍ଥାନର ସିରୋହି ବିଧାନସଭା ଆସନରୁ ପାର୍ଟି ବିଧାୟକ ସୟମ୍ ଲୋଢା ପ୍ରଶ୍ନ କରିଛନ୍ତି ଯେ କାହିଁକି ଜଣେ ରାଜସ୍ଥାନ ନେତାଙ୍କୁ ଦଳ ଟିକେଟ୍ ଦେଇନାହାଁନ୍ତି । ସୟମ୍ ଲୋଢା ଟ୍ୱିଟ କରି ଲେଖିଛନ୍ତି, 'ରାଜସ୍ଥାନର କୌଣସି କଂଗ୍ରେସ ନେତା / କର୍ମୀଙ୍କୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ନକରିବାର କାରଣ କ'ଣ ଏହା ଦଳ କହିବା ଉଚିତ୍ । ଏହି ଟ୍ୱିଟରେ ଲୋଢା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ପାର୍ଟି ରାଜୀବ ଶୁକ୍ଲା, ରଣଜିତ୍ ରଂଜନ, ଅଜୟ ମାକେନ୍, ଜୟରାମ ରମେଶ, ବିବେକ ତନ୍ଖ୍ୟା, ଇମ୍ରାନ ପ୍ରତାପଗଡ଼ୀ, ରଣଦୀପ ସିଂହ ସୁରଜେୱାଲା, ମୁକୁଲ ୱାସନିକ, ପ୍ରମୋଦ ତିୱାରୀ, ପି ଚିଦାମ୍ବରମଙ୍କୁ ଦଳ ଟିକେଟ୍ ଦେଇଛି ।
ଏଥି ସହ ଦଳର ନେତା ପୱନ ଖେଡ଼ା ମଧ୍ୟ ତାଙ୍କୁ ରାଜ୍ୟସଭା ଟିକେଟ ନ ଦେଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ପୱନ ଖେଡା ଟ୍ୱିଟ୍ କରି ଲେଖିଛନ୍ତି, ବୋଧହୁଏ ମୋ ତପସ୍ୟାରେ କିଛି ଅଭାବ ରହି ଯାଇଛି । ଯଦିଓ ପୱନ ଖେଡ଼ା ଏହି ଟ୍ୱିଟ୍ ରେ ରାଜ୍ୟସଭା ଟିକେଟ୍ ବିଷୟରେ ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ରାଜ୍ୟସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ସେ ଯେଉଁଭଳି ଭାବରେ ଟ୍ୱିଟ୍ କରିଛନ୍ତି, ତାହା ରାଜ୍ୟସଭା ନିର୍ବାଚନ ସହ ଜଡିତ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆନନ୍ଦ ଶର୍ମା ଏବଂ ଗୁଲାମ ନବୀ ଆଜାଦଙ୍କ ନାମ ମଧ୍ୟ କଂଗ୍ରେସ ତାଲିକାରେ ନାହିଁ । ଉଭୟେ ଜି -23 ର ନେତା, ଯେଉଁମାନେ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ବିଷୟରେ କହିଥିଲେ ।












Click it and Unblock the Notifications