କରୋନାରେ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ଏକନାଥ ଗାଏକ୍ୱାଡ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । 81 ବର୍ଷୀୟ ଏକନାଥ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ପ୍ରାୟ 10.30 ସମୟରେ ତାଙ୍କର ମୃତ୍ୟୁ ହୋଇଛି ।

ମୁମ୍ବାଇ : କରୋନା ମହାମାରୀରେ ପୀଡ଼ିତ ଆଉ ଜଣେ କଂଗ୍ରେସର ବରିଷ୍ଠ ନେତାଙ୍କ ପରଲୋକ ହୋଇଛି । କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ଏକନାଥ ଗାଏକ୍ୱାଡ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । 81 ବର୍ଷୀୟ ଏକନାଥ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ପ୍ରାୟ 10.30 ସମୟରେ ତାଙ୍କର ମୃତ୍ୟୁ ହୋଇଛି ।

eknath-gaikwad

ଗାଏକ୍ୱାଡ କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ସେ କଂଗ୍ରେସ ଟିକେଟରୁ 2004 ରୁ 2009 ଓ 2009 ରୁ 2014 ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ମୁମ୍ବାଇର ଧାରାବି ନିର୍ବାଚନ ମଣ୍ଡଳୀରୁ ତିନିଥର ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ତାଙ୍କ ଝିଅ ବର୍ଷା ଗାଏକ୍ୱାଡ ଏବେ ମହାରାଷ୍ଟ୍ର ସରକାରରେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

ଆଜି ଶ୍ରୀ ଗାଏକ୍ୱାଡଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ର କଂଗ୍ରେସ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛି । ଗାଏକ୍ୱାଡ ଆମ୍ବେଦକାରିଟେ ବୁଦ୍ଧିଷ୍ଟ ପରିବାରରୁ ଆସିଛନ୍ତି । 2004 ଲୋକସଭା ନିର୍ବାଚନରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ଲୋକସଭା ବାଚସ୍ପତି ମନୋହର ଯୋଶୀଙ୍କୁ ମୁମ୍ବାଇର ଦକ୍ଷିଣ କେନ୍ଦ୍ରୀୟ ଆସନରେ ପରାସ୍ତ କରିଥିଲେ ।

ସେ ଦୁଇ ଥର ବିଜୟ ଲାଭ କରିବା ପରେ 2014 ରେ ରାହୁଲ ଶେହୱାଲେଙ୍କ ଠାରୁ ଲୋକସଭା ନିର୍ବାଚନରେ ପରାସ୍ତ ହୋଇଥିଲେ । 1985 ସେ ସେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+