For Quick Alerts
Turn On Notification  
For Daily Alerts
Oneindia App Download

କରୋନାରେ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ଏକନାଥ ଗାଏକ୍ୱାଡ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । 81 ବର୍ଷୀୟ ଏକନାଥ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ପ୍ରାୟ 10.30 ସମୟରେ ତାଙ୍କର ମୃତ୍ୟୁ ହୋଇଛି ।

|

ମୁମ୍ବାଇ : କରୋନା ମହାମାରୀରେ ପୀଡ଼ିତ ଆଉ ଜଣେ କଂଗ୍ରେସର ବରିଷ୍ଠ ନେତାଙ୍କ ପରଲୋକ ହୋଇଛି । କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ଏକନାଥ ଗାଏକ୍ୱାଡ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । 81 ବର୍ଷୀୟ ଏକନାଥ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ପ୍ରାୟ 10.30 ସମୟରେ ତାଙ୍କର ମୃତ୍ୟୁ ହୋଇଛି ।

eknath-gaikwad

ଗାଏକ୍ୱାଡ କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ସେ କଂଗ୍ରେସ ଟିକେଟରୁ 2004 ରୁ 2009 ଓ 2009 ରୁ 2014 ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ମୁମ୍ବାଇର ଧାରାବି ନିର୍ବାଚନ ମଣ୍ଡଳୀରୁ ତିନିଥର ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ତାଙ୍କ ଝିଅ ବର୍ଷା ଗାଏକ୍ୱାଡ ଏବେ ମହାରାଷ୍ଟ୍ର ସରକାରରେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

ଆଜି ଶ୍ରୀ ଗାଏକ୍ୱାଡଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ର କଂଗ୍ରେସ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛି । ଗାଏକ୍ୱାଡ ଆମ୍ବେଦକାରିଟେ ବୁଦ୍ଧିଷ୍ଟ ପରିବାରରୁ ଆସିଛନ୍ତି । 2004 ଲୋକସଭା ନିର୍ବାଚନରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ଲୋକସଭା ବାଚସ୍ପତି ମନୋହର ଯୋଶୀଙ୍କୁ ମୁମ୍ବାଇର ଦକ୍ଷିଣ କେନ୍ଦ୍ରୀୟ ଆସନରେ ପରାସ୍ତ କରିଥିଲେ ।

ସେ ଦୁଇ ଥର ବିଜୟ ଲାଭ କରିବା ପରେ 2014 ରେ ରାହୁଲ ଶେହୱାଲେଙ୍କ ଠାରୁ ଲୋକସଭା ନିର୍ବାଚନରେ ପରାସ୍ତ ହୋଇଥିଲେ । 1985 ସେ ସେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress Leader and Former Congress MP Eknath Gaikwad Passes Away
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X