କୃଷକଙ୍କ ସହ ମୁହାଁମୁହିଁ କଥା ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସାହସ ନାହିଁ : ଆଧୀର ରଂଜନ
କେନ୍ଦ୍ର ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 18,000 କୋଟି ଟଙ୍କା ସ୍ଥାନାନ୍ତର କରିବା ନେଇ କହିଛନ୍ତି | କିନ୍ତୁ ବର୍ତ୍ତମାନ ବି ମଧ୍ୟସ୍ଥିମାନେ ଅଛନ୍ତି ଏବଂ ସମ୍ପୁର୍ଣ୍ଣ ପରିମାଣ ଚାଷୀଙ୍କ ନିକଟରେ ପହଞ୍ଚୁନାହିଁ ବୋଲି ଅଧୀର ଅଭିଯୋଗ କରିଛନ୍ତି |
ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସରକାରକୁ ଆକ୍ଷେପ କରିଆସୁଛି | ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଶୁକ୍ରବାର ଦିନ କହିଛନ୍ତି ଯେ ଆନ୍ଦୋଳନକାରୀ ଚାଷୀଙ୍କ ସହ ମୁହାଁମୁହିଁ କଥା ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସାହସ ନାହିଁ |
ଚାଷୀଙ୍କ ସହ ମୁହାଁମୁହିଁ କଥା ହେବାକୁ ସାହସ ନାହିଁ | କେନ୍ଦ୍ର ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 18,000 କୋଟି ଟଙ୍କା ସ୍ଥାନାନ୍ତର କରିବା ନେଇ କହିଛନ୍ତି | କିନ୍ତୁ ବର୍ତ୍ତମାନ ବି ମଧ୍ୟସ୍ଥିମାନେ ଅଛନ୍ତି ଏବଂ ସମ୍ପୁର୍ଣ୍ଣ ପରିମାଣ ଚାଷୀଙ୍କ ନିକଟରେ ପହଞ୍ଚୁନାହିଁ ବୋଲି ଅଧୀର ଅଭିଯୋଗ କରିଛନ୍ତି |

ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ମୋଦୀ କିଷାନ ସମ୍ମାନ ପାଣ୍ଠି ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୃଷକମାନଙ୍କୁ ଟ୍ରାନ୍ସଫର କରିଛନ୍ତି | ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ କହିଛି ଯେ କୃଷକମାନଙ୍କୁ ଉପଦେଶର ଆବଶ୍ୟକତା ନାହିଁ କୃଷି ଆଇନ ପ୍ରତ୍ୟାହାର କରାଯିବା ଆବଶ୍ୟକ ରହିଛି | କଂଗ୍ରେସ ମୁଖପାତ୍ର ଜୟଭୀର ଶେରଗିଲ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ସମୟରେ କୃଷକମାନଙ୍କୁ ବିଜେପିର ଖୋଲା ଭାଷଣ ଏବଂ ଉପଦେଶର ଆବଶ୍ୟକତା ନାହିଁ, ସେମାନଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ଠୋସ୍ ସମାଧାନର ଆବଶ୍ୟକତା ରହିଛି | ମଠ ଏବଂ ଅର୍କେଷ୍ଚ୍ରା ସମାବେଶରେ ଯୋଗଦେବା ପରିବର୍ତ୍ତେ ବିଜେପି ନେତୃତ୍ୱ ସିଙ୍ଗୁ, ଟିକରି ଏବଂ ଅନ୍ୟାନ୍ୟ ବିରୋଧ ସ୍ଥାନ ପରିଦର୍ଶନ କରିବା ସହ କଥା ହେବା ଉଚିତ୍ |
PM मोदी के सम्बोधन पर कांग्रेस का तंज - किसानों को उपदेश की जरूरत नहीं, कानून वापस लें https://t.co/gcI1yPTQIN
— Jaiveer Shergill (@JaiveerShergill) December 25, 2020
ଉଲ୍ଲେଖନୀୟ, କେନ୍ଦ୍ରର ତିନୋଟି ନୂତନ କୃଷି ନିୟମ ଉପରେ ଆନ୍ଦୋଳନ 30 ଦିନ ଧରି ଜାରି ରହିଛି | ଆଇନକୁ ରଦ୍ଦ କରିବା ଜିଦ୍ ରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ କୃଷକମାନେ | କୃଷକମାନେ କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ନିୟମ ତଥା- ଉତ୍ପାଦକ ବାଣିଜ୍ୟ ଏବଂ ବାଣିଜ୍ୟ ଆଇନ 2020, କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା ଉପରେ ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅଧିନିୟମ 2020 ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧିନିୟମ, 2020 କୁ ବିରୋଧ କରୁଛନ୍ତି |












Click it and Unblock the Notifications