AICC ଅଧ୍ୟକ୍ଷ ନିର୍ବାଚନ ପାଇଂ ପ୍ରକାଶ ପାଇଲା ବିଜ୍ଞପ୍ତି, ସେପ୍ଟେମ୍ବର 30 ନାମାଙ୍କନ ଶେଷ ତାରିଖ

ଗୁରୁବାର ଦିନ ଦଳ ପ୍ରାର୍ଥୀ ହେବାର ତାରିଖ ଏବଂ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛି । ଦଳ ସଭାପତି ନିର୍ବାଚନ ପାଇଁ କଂଗ୍ରେସ ଆଜି ବିଜ୍ଞପ୍ତି ଜାରି କରିଛି ।

ନୂଆଦିଲ୍ଲୀ : ବହୁ କଳ୍ପନାଜଳ୍ପନା ପରେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ କିଛି ବର୍ଷ ଧରି ବିଚାରାଧୀନ କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ଶେଷରେ ହେବାକୁ ଯାଉଛି । ଗୁରୁବାର ଦିନ ଦଳ ପ୍ରାର୍ଥୀ ହେବାର ତାରିଖ ଏବଂ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛି । ଦଳ ସଭାପତି ନିର୍ବାଚନ ପାଇଁ କଂଗ୍ରେସ ଆଜି ବିଜ୍ଞପ୍ତି ଜାରି କରିଛି ।

congress

ବିଜ୍ଞପ୍ତି ଅନୁଯାୟୀ 24 ସେପ୍ଟେମ୍ବରରୁ 30 ସେପ୍ଟେମ୍ବର ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ଏହା ପରେ ଅକ୍ଟୋବର 1 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ସେହି ଦିନ ସନ୍ଧ୍ୟାରେ କାଏମ୍ ଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯିବ ।

ସେହିପରି, ପ୍ରାର୍ଥୀପତ୍ର ପ୍ରତ୍ୟାହାର ନିମନ୍ତେ ଅକ୍ଟୋବର 8 ତାରିଖ ଅପରାହ୍ନ 3ଟା ପର୍ଯ୍ୟନ୍ତ ସମୟ ରହିଛି । ପ୍ରତ୍ୟାହାର ସମୟ ଶେଷ ହେବା ପରେ ସନ୍ଧ୍ୟା 5 ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ।

ଅକ୍ଟୋବର 17 ତାରିଖ ପୂର୍ବାହ୍ନ 10 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ସମସ୍ତ ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ଭୋଟ୍‌ ଗ୍ରହଣ କରାଯିବ । ‌ଅକ୍ଟୋବର 19 ତାରିଖ ଦିନ ପୂର୍ବାହ୍ନ 10 ଟାରୁ 'ଏଆଇସିସି' ମୁଖ୍ୟାଳୟରେ ଭୋଟ୍‌ ଗଣନା ଆରମ୍ଭ ହୋଇ ଶେଷ ହେବା ପରେ ପରେ ବିଜୟୀଙ୍କ ନାମ ଘୋଷଣା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+