ପଞ୍ଜାବ ବିଧାନସଭା ନିର୍ବାଚନ : ଅମ୍ବିକା ସୋନିଙ୍କୁ ନିର୍ବାଚନ ସମନ୍ୱୟ ସମିତିର ଅଧ୍ୟକ୍ଷ କଲା କଂଗ୍ରେସ, ଜାଖଡ଼ଙ୍କୁ ଏହି ଦାୟିତ୍ୱ
ଦଳ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ଅମ୍ବିକା ସୋନିଙ୍କୁ ନିର୍ବାଚନ ସମନ୍ୱୟ କମିଟିର ଅଧ୍ୟକ୍ଷ ପଦ ମିଳିଥିବା ବେଳେ ସୁନୀଲ ଜାଖଡ଼ ନିର୍ବାଚନ ପ୍ରଚାର କମିଟିର ନେତୃତ୍ୱ ନେବେ ।
ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମୟ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମାନେ ନିଜର ପ୍ରସ୍ତୁତି ଜୋରଦାର କରୁଛନ୍ତି । ପଞ୍ଜାବ ଶାସନ ଗାଦିରେ ବସିଥିବା କଂଗ୍ରେସର ଅନ୍ତଃକନ୍ଦଳ ଗତ କିଛି ଦିନ ହେବ ସାମାନ୍ୟ ଶାନ୍ତ ପଡ଼ିଛି । ଏଭଳି ପରିସ୍ଥିତିରେ ଅନ୍ୟ ଦଳ ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ଦଳର ନେତାଙ୍କ ହାତରେ ନିର୍ବାଚନ ଦାୟିତ୍ୱ ଦେଇଛି । ସୋମବାର ଦିନ ଦଳ ପଞ୍ଜାବ ନିର୍ବାଚନ ପାଇଁ ଅନେକ କମିଟିର ଅଧ୍ୟକ୍ଷ ନିଯୁକ୍ତ କରିଛି । ଯେଉଁଥିରେ ଦୀର୍ଘ ଦିନ ଧରି ଅସନ୍ତୋଷ ଥିବା ସୁନୀଲ ଜାଖରଙ୍କ ନାମ ମଧ୍ୟ ରହିଛି ।

ଦଳ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ଅମ୍ବିକା ସୋନିଙ୍କୁ ନିର୍ବାଚନ ସମନ୍ୱୟ କମିଟିର ଅଧ୍ୟକ୍ଷ ପଦ ମିଳିଥିବା ବେଳେ ସୁନୀଲ ଜାଖଡ଼ ନିର୍ବାଚନ ପ୍ରଚାର କମିଟିର ନେତୃତ୍ୱ ନେବେ । ଏଥି ସହିତ ନିର୍ବାଚନରେ ଦଳର ମନିଫେଷ୍ଟୋ ଗୁରୁତ୍ୱପୂର୍ଣ୍ଣ ହେବ, ତେଣୁ ପ୍ରତାପ ସିଂହ ବାଜୱାଙ୍କୁ ମନିଫେଷ୍ଟୋ କମିଟିର ଅଧ୍ୟକ୍ଷ କରାଯାଇଛି । ଏହା ସହିତ ଅଜୟ ମାକେନଙ୍କ ଅଧ୍ୟକ୍ଷତାରେ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏକ ସ୍କ୍ରିନିଂ କମିଟି ଗଠନ କରିଛି । ଚନ୍ଦନ ଯାଦବ ଏବଂ କୃଷ୍ଣ ଆଲ୍ଲାରୁ ମଧ୍ୟ ଏହି କମିଟିର ସଦସ୍ୟ ହେବେ ।












Click it and Unblock the Notifications