For Quick Alerts
Turn On Notification  
For Daily Alerts
Oneindia App Download

West Bengal Assembly Election 2021 : ବଙ୍ଗଳା ପାଇଁ ସ୍କ୍ରିନିଂ କମିଟି ଗଠନ କଲା କଂଗ୍ରେସ, ଜେପି ଅଗ୍ରୱାଲ ହେଲେ ଅଧ୍ୟକ୍ଷ

କଂଗ୍ରେସର ଶୀର୍ଷ ନେତୃତ୍ୱ ମାନେ ଆଗାମୀ ନିର୍ବାଚନ ପାଇଁ ଏକ ସ୍କ୍ରିନିଂ କମିଟି ଗଠନ କରିଛନ୍ତି । ଦଳର ନେତା ଜେପି ଅଗ୍ରୱାଲ ଏହି କମିଟିର ଅଧ୍ୟକ୍ଷତା କରିବେ । ଦଳରେ ଟିକେଟ୍ ବଣ୍ଟନ ଭଳି ପ୍ରସଙ୍ଗ ପରିଚାଳନା କରିବା ସହ ଦଳର ରଣନୀତି ପ୍ରସ୍ତୁତ କରିବ ଏହି କମିଟି ।

|

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ରାଜ୍ୟରେ ତାରିଖ ଘୋଷଣା ପରେ ରାଜନୈତିକ ଉତ୍ସାହ ବୃଦ୍ଧି ପାଇଛି । ବିଭିନ୍ନ ଦଳ ନିଜର ପ୍ରାର୍ଥୀ ତାଲିକା ପ୍ରସ୍ତୁତ ନେଇ କାର୍ଯ୍ୟ କରିବା ସହ ନିର୍ବାଚନରେ ବାଜି ମାରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । କଂଗ୍ରେସ ଗଠବନ୍ଧନରେ ଆସନ ବାଣ୍ଟିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସମୟ ମଧ୍ୟରେ କଂଗ୍ରେସର ଶୀର୍ଷ ନେତୃତ୍ୱ ମାନେ ଆଗାମୀ ନିର୍ବାଚନ ପାଇଁ ଏକ ସ୍କ୍ରିନିଂ କମିଟି ଗଠନ କରିଛନ୍ତି । ଦଳର ନେତା ଜେପି ଅଗ୍ରୱାଲ ଏହି କମିଟିର ଅଧ୍ୟକ୍ଷତା କରିବେ । ଦଳରେ ଟିକେଟ୍ ବଣ୍ଟନ ଭଳି ପ୍ରସଙ୍ଗ ପରିଚାଳନା କରିବା ସହ ଦଳର ରଣନୀତି ପ୍ରସ୍ତୁତ କରିବ ଏହି କମିଟି ।

Congress-Leader

କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ଚିଠିରେ କୁହାଯାଇଛି, ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ସଭାପତି ଏକ ସ୍କ୍ରିନିଂ କମିଟି ଗଠନ କରିଛନ୍ତି । ଏହି କମିଟିଗୁଡିକ ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହେଉଛି । ଏହି କମିଟି ଜେପି ଅଗ୍ରୱାଲଙ୍କ ନେତୃତ୍ୱରେ ରହିବ, ଏହା ବ୍ୟତୀତ ଡକ୍ଟର ମହେଶ ଯୋଶୀ ଏବଂ ନସୀମ ଖାନ ଏହି କମିଟିର ସଦସ୍ୟ ରହିବେ । ଏହି କମିଟିରେ ବଙ୍ଗଳା ଦାୟିତ୍ୱରେ ଥିବା ଜିତିନ ପ୍ରସାଦ, ବଙ୍ଗଳା କଂଗ୍ରେସ ସଭାପତି ଆଧୀର ରଂଜନ ଚୌଧୁରୀ ଏବଂ ଅବଦୁଲ ମେନନ ମଧ୍ୟ ରହବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ସେହିପରି ରାଜ୍ୟ କଂଗ୍ରେସ ସଭାପତି ଆଧୀର ରଂଜନ ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଆସନ ବାଣ୍ଟିବା ନେଇ ତାଙ୍କ ଦଳ ଏବଂ ବାମପନ୍ଥୀ ଦଳ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହୋଇଛି । କିନ୍ତୁ ପରେ ଆଇଏସ୍ଏଫ୍ ଆସିବା ପରେ ସମୀକରଣ ବଦଳିଛି । ଏଥିପାଇଁ ବାମ ମୋର୍ଚ୍ଚା କହିଛି ଯେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏବଂ ଅବ୍ବାସ ସିଦ୍ଦିକିଙ୍କ ଆଇଏସଏଫ ସହ ଆସନ ବାଣ୍ଟିବା ସହ ମତଭେଦ ସମାଧାନ କରିବାକୁ ଚେଷ୍ଟା କରୁଛି ।

ଉଲ୍ଲେଖନୀୟ ବିଷୟ ହେଉଛି, ପଶ୍ଚିମବଙ୍ଗରେ ମାର୍ଚ୍ଚ 27 ରୁ ଏପ୍ରିଲ 29 ପର୍ଯ୍ୟନ୍ତ ଆଠଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ ଏବଂ ବାକି ଚାରିଟି ରାଜ୍ୟ ସହିତ ଭୋଟ୍ ଗଣନା ମେ 2 ରେ ହେବ । ତାରିଖ ଘୋଷଣା ହେବା ପରେ ତୃଣମୂଳ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ଆଠ ପର୍ଯ୍ୟାୟ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେହିପରି କେରଳ ଏବଂ ତାମିଲନାଡୁରେ ଏପ୍ରିଲ 6 ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress Constitutes Screening Committee in West Bengal For West Bengal Assembly Election. J P Agarwal Will we the President of committee.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X