ନିର୍ବାଚନ ଆଗରୁ ମୂଳ ସଜାଡ଼ୁଛି କଂଗ୍ରେସ, 10 ଜିଲ୍ଲାରେ ବଦଳିଲେ ସଭାପତି

congress

ଭୁବନେଶ୍ୱର : ନିଜ ଦଳର ମୂଳ ସଜାଡ଼ିବା ଆରମ୍ଭ କରିଛି କଂଗ୍ରେସ । 2024 ଲୋକସଭା ଏବଂ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର କଂଗ୍ରେସରେ ହୋଇଛି ବଡ଼ଧରଣର ପରିବର୍ତ୍ତନ । ତଳ ସ୍ତରରୁ କର୍ମୀଙ୍କୁ ସଙ୍ଗଠିତ କରିବା ନେଇ ନୂଆ ନେତୃତ୍ୱ କାନ୍ଧରେ ଦାୟିତ୍ୱ ଲଦୁଛି ଦଳ ।
ଏହି ସମୟରେ ଆଦି ଏଆଇସିସି ପକ୍ଷରୁ ନୂଆ କର୍ମକର୍ତ୍ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର 10 ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ନୂଆପଡ଼ା, କେନ୍ଦୁଝର, ପୁରୀ, ଭଦ୍ରକ, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, କୋରାପୁଟ, ରାୟଗଡ଼ା, ଦେଓଗଡ଼ ଆଦି ଜିଲ୍ଲାରେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏଥିସହିତ ଶୃଙ୍ଖଳାଗତ କାର୍ଯ୍ୟ କମିଟିର ଅଧ୍ୟକ୍ଷ, ଆବାହକ ଓ ସଦସ୍ୟ ଭାବେ 6 ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ମାନିଫେଷ୍ଟୋ କମିଟି, ପ୍ରଚାର ଓ ପ୍ରକାଶନ କମିଟି ଏବଂ ଏଆଇସିସି ପ୍ରୋଗ୍ରାମ କାର୍ଯ୍ୟକାରିତା କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ 3 ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନୂଆ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ପଞ୍ଚାନନ କାନୁନଗୋ, ପ୍ରଚାର ଓ ପ୍ରସାର କମିଟିର ଅଧ୍ୟକ୍ଷ ଭାବେ ସଞ୍ଜୟ ତ୍ରିପାଠୀ, ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ ସନ୍ତୋଷ ସିଂହ ସାଲୁଜାଙ୍କୁ ଦାୟିତ୍ୱ ମିଳିଛି ।

କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ନାମ ହଟାଯାଇ ଦୁର୍ଗାଶଙ୍କର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ନୂଆପଡା ଜିଲ୍ଲା ପାଇଁ ସୁରେଶ କୁମାର ଆଜାଦ, କେନ୍ଦୁଝର ପାଇଁ ମୋହନ ପରିଡା, ପୁରୀ ପାଇଁ ଜୟରାମ ପଟ୍ଟନାୟକ, ଭଦ୍ରକ ପାଇଁ ଅଶୋକ ଦାସ, ଅନୁଗୁଳ ପାଇଁ ସଂଗ୍ରାମ ମିଶ୍ର, ସମ୍ବଲପୁର ପାଇଁ ଆସିଫ ଅଲ୍ଲୀ ଖାନ, ସୁନ୍ଦରଗଡ ପାଇଁ ଦନାର୍ଦ୍ଦନ ଦେହୁରୀ, କୋରାପୁଟ ପାଇଁ ଦୁର୍ଗା ଶଙ୍କର ସାହୁ, ରାୟଗଡା ପାଇଁ ବିଜୟ କୁମାର ଗମାଙ୍ଗ, ଦେବଗଡ ପାଇଁ ସେମ ହେମ୍ବ୍ରମଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+